ଦେଶରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିପାରେ; ପ୍ରଧାନ ମନ୍ତ୍ରୀଙ୍କ ଘୋଷଣା ଶୀଘ୍ର

ଅପେକ୍ଷାକୃତ ସୁରକ୍ଷିତ ଜୋନରେ କେତେକ ସେବା ଲାଗି କଟକଣାକୁ କୋହଳ କରାଯିବା ସମ୍ଭାବନା ରହିଛି । ଅଧିକ ସମ୍ବେଦନଶୀଳ ସ୍ଥାନରେ କଟକଣାକୁ କଡ଼ାକଡ଼ି କରାଯିବ । ତେବେ ସମସ୍ତ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ କଲେଜ ।

ଦେଶରେ ଲକଡାଉନ୍ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ିପାରେ; ପ୍ରଧାନ ମନ୍ତ୍ରୀଙ୍କ ଘୋଷଣା ଶୀଘ୍ର
ଲକଡାଉନରେ ଭୁବନେଶ୍ୱରର ଏକ ରାସ୍ତାର ଦୃଶ୍ୟ
  • News18 Odia
  • Last Updated: April 12, 2020, 6:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ଆସନ୍ତା ୩୦ ତାରଖ ପର୍ଯ୍ୟନ୍ତ ଲକଲଡାଉନକୁ ବଢ଼ାଯାଇପାରେ ଓ ଏ ନେଇ ଆଜି ବା କାଲି ଘୋଷଣା କରିପାରନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଏଥର ଲକଡାଉନ ସମୟରେ ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ କେତେକ କଟକଣା କୋହଳ ହୋଇପାରେ ।

ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀର ବିକ୍ରି କରିପାରିବା ଭଳି ବ୍ୟବସ୍ଥା ହୋଇପାରେ। କେତେକ ଶିଳ୍ପ ଓ ଚାଷବାସ ସମ୍ପର୍କିତ ଗତିବିଧିକୁ କଟକଣା ମୁକ୍ତ କରାଯିବାର ସମ୍ଭାବନା ରହିଛି । ସଂକ୍ରମିତଙ୍କ ସଂଖ୍ୟା ଆଧାରରେ ଦେଶରେ ତିନି ପ୍ରକାର ଶ୍ରେଣୀର ଅଞ୍ଚଳ ଘୋଷଣା କରାଯାଇପାରେ । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନରେ ବିଭାଗ କରାଯାଇ ଓ କଟକଣାକୁ ପରିସ୍ଥିତି ଅନୁଯାୟୀ ଲାଗୁ କରାଯାଇପାରେ।

ଅପେକ୍ଷାକୃତ ସୁରକ୍ଷିତ ଜୋନରେ କେତେକ ସେବା ଲାଗି କଟକଣାକୁ କୋହଳ କରାଯିବା ସମ୍ଭାବନା ରହିଛି । ଅଧିକ ସମ୍ବେଦନଶୀଳ ସ୍ଥାନରେ କଟକଣାକୁ କଡ଼ାକଡ଼ି କରାଯିବ । ତେବେ ସମସ୍ତ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ କଲେଜ ।

ଏପ୍ରିଲ୍ ୧୧ରେ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଉଛନ୍ତି ମୋଦି ।


କ୍ଷୁଦ୍ର ଶିଳ୍ପକୁ ଖୋଲିବା ଲାଗି ଅନୁମତି ମିଳିପାରେ ବୋଲି ଜଣାଯାଇଛି । ସରକାରୀ କାର୍ଯ୍ୟାଳୟଗୁଡ଼ିକ ପର୍ଯ୍ୟାୟକ୍ରମେ ଖୋଲାଯିବାର ସମ୍ଭାବନା ରହିଛି । ଅଳ୍ପ ସଂଖ୍ୟକ କର୍ମଚାରୀଙ୍କ ସହ କାର୍ଯ୍ୟାଳୟଗୁଡ଼ିକରେ କାମ କରିବା ଲାଗି ବ୍ୟବସ୍ଥା କରାଯିବ ।

ସୋମବାର ଠାରୁ କେନ୍ଦ୍ର ମନ୍ତ୍ରୀମାନେ ନିଜ କାର୍ଯ୍ୟାଳୟରୁ କାମ କରିବା ଆରମ୍ଭ କରିବା ନେଇ ସୂଚନା ମିଳୁଛି । ଲକ୍‌ଡାଉନର ପରବର୍ତ୍ତୀ ସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରତି ମନ୍ତ୍ରାଳୟ ଯୋଜନା କରିବା ଓ ତା’ର କାର୍ଯ୍ୟାନ୍ୱୟନ ଦିଗରେ ଧ୍ୟାନ ଦେବେ । ଯୁଗ୍ମ ସଚିବ ଓ ଉପରିସ୍ଥ ସ୍ତରର ସମସ୍ତ ଅଧିକାରୀ ଅଫିସ ଆସିବା ନେଇ ସୂଚନା ମିଳୁଛି ।
First published: April 12, 2020, 6:03 PM IST
corona virus btn
corona virus btn
Loading