ସରକାରର ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରିଲା; ଦେଶବାସୀଙ୍କୁ ଚିଠି ଲେଖି ଧନ୍ୟବାଦ ଦେଲେ ମୋଦି

ଲକଡାଉନ କାରଣରୁ ପ୍ରବାସୀ ଶ୍ରମିକଙ୍କୁ ହେଉଥିବା ଅସୁବିଧାକୁ ନେଇ ଦୁଃଖ ଜଣାଇଛନ୍ତି ପ୍ରଧାନ ମନ୍ତ୍ରୀ । ନିଜ ପତ୍ରରେ ଅମ୍ଫନ ବାତ୍ୟାର ମୁକାବିଲା ନେଇ ସେ ଓଡ଼ିଶା ଓ ପଶ୍ଚିମ ବଙ୍ଗବାସୀଙ୍କ ଉଦ୍ୟମକୁ ବି ପ୍ରଶଂସା କରିଛନ୍ତି ।

ସରକାରର ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରିଲା; ଦେଶବାସୀଙ୍କୁ ଚିଠି ଲେଖି ଧନ୍ୟବାଦ ଦେଲେ ମୋଦି
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି । ଏହି ଅବସରରେ ସେ ଦେଶବାସୀଙ୍କୁ ଏକ ପତ୍ର ଲେଖି ଧନ୍ୟବାଦ ଜଣାଇଛନ୍ତି । ତା’ସହ ନିଜ ସରକାରର ଉପଲବ୍ଧି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ‘‘ସବକା ସାଥ୍‌, ସବକା ବିକାଶ ଓ ସବକା ବିଶ୍ବାସ’’ (ସମସ୍ତଙ୍କ ସହଯୋଗ, ସମସ୍ତଙ୍କ ବିକାଶ ଓ ସମସ୍ତଙ୍କ ବିଶ୍ୱାସ) ମନ୍ତ୍ର ନେଇ ଆଗକୁ ବଢୁଛି ।

ନରେନ୍ଦ୍ର ମୋଦିଙ୍କ ସରକାର ଦ୍ୱାରା ଗତ ବର୍ଷେ ମଧ୍ୟରେ କେତେକ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରୀୟ ଏକତା ପାଇଁ ଧାରା ୩୭୦ ଉଚ୍ଛେଦ ହେଉ ବା ବହୁ ବର୍ଷର ସଙ୍ଘର୍ଷ ପରେ ରାମ ମନ୍ଦିର ନିର୍ମାଣ କିମ୍ବା ତିନି ତଲାକ ଓ ନାଗରିକ ସଂଶୋଧନ ଆଇନ୍‌ ହେଉ, ସରକାର ଦେଶ ବିକାଶରେ ମହତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସକ୍ରିୟ ହୋଇଛନ୍ତି । ଏ ସବୁ ଭାରତର ବିକାଶର ଯାତ୍ରାକୁ ନୂଆ ଗତି ଦେଇଛି ବୋଲି କହିଛନ୍ତି ପ୍ରଧାନ ମନ୍ତ୍ରୀ।

ଚିଫ୍‌ ଅଫ୍‌ ଡିଫେନ୍‌ସ ଷ୍ଟାଫ୍‌ ପଦର ଗଠନ ଦ୍ବାରା ସେନାରେ ସମନ୍ବୟ ବଢ଼ିଛି । ମିଶନ ଗଗନ ଯାନ ପାଇଁ ନିଜ ପ୍ରସ୍ତୁତି ଜୋରଦାର କରିଛି ଭାରତ । ସେହି ପରି ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ୯.୫୦ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାରେ ୭୨ ହଜାର କୋଟିରୁ ଅଧିକ ରାଶି ଜମା ହୋଇଛି ବୋଲି କହିଛନ୍ତି ମୋଦି ।

ଗତ ବର୍ଷ ନିର୍ବାଚନରେ ଏନଡିଏ ଜିତିବା ପରେ ମୋଦିଙ୍କ ସହ ଅମିତ ଶାହା


ଦେଶର ଗ୍ରାମାଞ୍ଚଳରେ ୧୫ କୋଟିରୁ ଅଧିକ ଘରେ ପାଇପ୍‌ ଯୋଗେ ପାଣି ପହଞ୍ଚିଛି । ଦେଶବାସୀଙ୍କ ସହଯୋଗରେ ଲକଡାଉନ୍‌ ଓ ଜନତା କର୍ଫ୍ୟୁ ଯୋଗୁଁ ଭାରତକୁ କରୋନା ମୁକାବିଲା ଦିଗରେ ମିଳିଛି ଉଲ୍ଲେଖନୀୟ ସଫଳତା । ଏଥି ସହ ଲକଡାଉନ କାରଣରୁ ପ୍ରବାସୀ ଶ୍ରମିକଙ୍କୁ ହେଉଥିବା ଅସୁବିଧାକୁ ନେଇ ଦୁଃଖ ଜଣାଇଛନ୍ତି ପ୍ରଧାନ ମନ୍ତ୍ରୀ ।

ନିଜ ପତ୍ରରେ ଅମ୍ଫନ ବାତ୍ୟାର  ମୁକାବିଲା ନେଇ ସେ ଓଡ଼ିଶା ଓ ପଶ୍ଚିମ ବଙ୍ଗବାସୀଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି । ଶେଷରେ ସେ ପୁଣି ଥରେ 'ଆତ୍ମନିର୍ଭର ଭାରତ ଅଭିଯାନ' ଉପରେ ଗୁରୁତ୍ବ ଦେଇଛନ୍ତି ।

ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା


ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ସେ କହିଛନ୍ତି ଯେ ଦେଶ ହିତ ପାଇଁ ମୋଦି ସରକାର ବହୁ ପଦକ୍ଷେପ ନେଇଛନ୍ତି । କରୋନା ମୁକାବିଲାରେ ଭାରତକୁ WHO ପ୍ରଶଂସା କରିଛି । ମୋଦି ସରକାର ଗରିବ ଲୋକଙ୍କ ପାଇଁ କାମ କରୁଥିବା କହିଛନ୍ତି ନଡ୍ଡା ।

କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ଭୂମିକାକୁ ବି ବିଜେପି ସଭାପତି ଭୂରି ଭୂରି ପ୍ରଶଂସା କରିଛନ୍ତି । ‘‘ବଡ଼ ବଡ଼ ଦେଶ କରୋନା ଆଗରେ ଅସହାୟ ହୋଇଛନ୍ତି, ହେଲେ ଭାରତରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ପ୍ରତି ଦିନ ୪ ଲକ୍ଷ ୫୦ ହଜାର PPE କିଟ୍ ତିଆରି ହେଉଛି । ପିଏମ୍‌ କେୟାର (PM Care) ପାଣ୍ଠିରୁ ୫୦ ହଜାର ଭେଣ୍ଟିଲେଟର କିଣାଯାଇଛି । ମୋଦି ସରକାର କାଳରେ ଜାମ୍ମୁ ଓ କାଶ୍ମୀରର ଲୋକେ ନ୍ୟାୟ ପାଇଛନ୍ତି । ମନରେଗା ମଜୁରି ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି,’’ କହିଛନ୍ତି ବିଜେପି ସଭାପତି ନଡ୍ଡା ।

ଏହା ବି ପଢ଼ନ୍ତୁ: 

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 30, 2020, 3:41 PM IST
corona virus btn
corona virus btn
Loading