ଲକଡାଉନ୍ ପରି କଠୋର ପଦକ୍ଷେପ ପାଇଁ ପ୍ରଧାନ ମନ୍ତ୍ରୀ ଦେଶବାସୀଙ୍କ ଠାରୁ କ୍ଷମା ମାଗିଲେ

‘‘ମୁଁ କ୍ଷମା ପ୍ରାର୍ଥନା କରୁଛି । ମୁଁ ନିଶ୍ଚିତ ଯେ ଆପଣମାନଙ୍କୁ ଏତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବାରୁ ଆପଣମାନେ ମୋତେ କ୍ଷମା କରିଦେବେ… କରୋନା ଭାଇରସ୍ ସହିତ ଲଢ଼ିବାର ଅନ୍ୟ କୌଣସି ଉପାୟ ନାହିଁ,’’ କହିଛନ୍ତି ମୋଦି ।

ଲକଡାଉନ୍ ପରି କଠୋର ପଦକ୍ଷେପ ପାଇଁ ପ୍ରଧାନ ମନ୍ତ୍ରୀ ଦେଶବାସୀଙ୍କ ଠାରୁ କ୍ଷମା ମାଗିଲେ
ମୋଦି ସମ୍ବୋଧନ କରୁଛନ୍ତି (ଫାଇଲ୍ ଫଟୋ)
  • News18 Odia
  • Last Updated: March 29, 2020, 1:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ଭାରତରେ ୨୧-ଦିନିଆ ଲକଡାଉନ୍‌ ଘୋଷଣା କରିବା ଏକ କଠୋର ନିଷ୍ପତ୍ତି ଥିଲା, କିନ୍ତୁ ଏହି ମାରାତ୍ମକ ଭୂତାଣୁର ବିସ୍ତାରକୁ ରୋକିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ ଥିଲା ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ କହିଛନ୍ତି ।

‘‘ମୁଁ କ୍ଷମା ପ୍ରାର୍ଥନା କରୁଛି । ମୁଁ ନିଶ୍ଚିତ ଯେ ଆପଣମାନଙ୍କୁ ଏତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବାରୁ ଆପଣମାନେ ମୋତେ କ୍ଷମା କରିଦେବେ । କିଛି ଲୋକ କହିବେ ଇଏ କି ପ୍ରକାର ପ୍ରଧାନ ମନ୍ତ୍ରୀ, କିନ୍ତୁ ଏହା ଏକ ସ୍ୱତନ୍ତ୍ର ପରିସ୍ଥିତି । ଆପଣମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା ବୋଲି ମୁଁ ଜାଣୁଛି, ହେଲେ କରୋନା ଭାଇରସ୍ ସହିତ ଲଢ଼ିବାର ଅନ୍ୟ କୌଣସି ଉପାୟ ନାହିଁ । ଏହା ଜୀବନ ଓ ମୃତ୍ୟୁ ପାଇଁ ଏକ ଯୁଦ୍ଧ,’’ ଲକଡାଉନର ସପ୍ତମ ଦିନରେ ଦେଶବାସୀଙ୍କୁ ନିଜ ସମ୍ବୋଧନରେ ପ୍ରଧାନ ମନ୍ତ୍ରୀ କହିଛନ୍ତି ।

ଦେଶବ୍ୟାପୀ ଲକଡାଉନ୍‌ ଜାରି ଥିବା ସତ୍ତ୍ୱେ ଅନେକ ଲୋକ ନିୟମ ନ ମାନି ଘରୁ ବାହାରକୁ ବାହାରୁଥିବାକୁ ‘‘ଅତ୍ୟନ୍ତ ଦୁଃଖଦାୟକ’’ ବୋଲି କହିଛନ୍ତି ମୋଦି । ‘‘କରୋନା ଭାଇରସ୍ ଲୋକଙ୍କୁ ହତ୍ୟା କରିବା ପାଇଁ ସଂକଳ୍ପବଦ୍ଧ ଥିବାରୁ ସମଗ୍ର ମାନବ ଜାତି ଏକଜୁଟ ହୋଇ ଏହାକୁ ହରାଇବା ପାଇଁ ସଂକଳ୍ପବଦ୍ଧ ହେବା ଉଚିତ,’’ ସେ କହିଛନ୍ତି । ଏହା କରୋନା ଭାଇରସ୍ ମହାମାରୀ ଉପରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କର ଦେଶକୁ ତୃତୀୟ ସମ୍ବୋଧନ ।

ଦିଲ୍ଲୀରୁ ପାଦରେ ଚାଲି ଚାଲି ଘରକୁ ବାହାରିଥିବା ବିହାରୀ ମାଇଗ୍ରାଣ୍ଟ୍ ୱର୍କରମାନେ ।


ଏହି କାର୍ଯ୍ୟକ୍ରମରେ ମୋଦି ଦୁଇ ଜଣ ପୂର୍ବ କରୋନା ଭାଇରସ୍‌ ରୋଗୀ ଓ ଜଣେ ଡାକ୍ତରଙ୍କ ସହ କଥାବାର୍ତ୍ତା ବି କରିଛନ୍ତି । କରୋନା ଭାଇରସ୍ ରୋଗୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଓ ସମାଜରୁ ଅଲଗା କରାଯାଉଥିବା ଖବର ତାଙ୍କୁ ଦୁଃଖିତ କରୁଛି ବୋଲି ସେ କହିଛନ୍ତି ।

‘‘ଆମକୁ ସାମାଜିକ ଦୂରତା ପାଳନ କରିବାକୁ ହେବ; ଭାବପ୍ରବଣ ଓ ମାନବୀୟ ଦୂରତା ନୁହେଁ,’’ ଦେଶବାସୀଙ୍କୁ କହିଛନ୍ତି ମୋଦି ।

ମାର୍ଚ୍ଚ ୨୪ ତାରିଖରେ ମୋଦି ଦେଶବ୍ୟାପୀ ଲକଡାଉନ୍‌ ଘୋଷଣା କରିଥିଲେ । ଏହା କରୋନା ଭାଇରସ୍ ମହାମାରୀର ପ୍ରସାରକୁ ରୋକିବା ପାଇଁ କୌଣସି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ଠାରୁ ସୁଦୂରପ୍ରସାରୀ ପଦକ୍ଷେପ ।

ରବିବାର ପର୍ଯ୍ୟନ୍ତ ଦେଶରେ ୯୭୯ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ୨୫ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
First published: March 29, 2020, 1:04 PM IST
corona virus btn
corona virus btn
Loading