ମୋଦି: କରୋନା ମୁକାବିଲା ପାଇଁ ଏଇ ରବିବାର ସକାଳ ୭ରୁ ରାତି ୯ ଯାଏଁ ‘ଜନତା କର୍ଫ୍ୟୁ’ ପାଳନ୍ତୁ

ସବୁ ରାଜ୍ୟ ସରକାରଙ୍କୁ ଏହି ‘ଜନତା କର୍ଫ୍ୟୁ’ ଲାଗୁ କରିବାରେ ସହଯୋଗ କରିବା ପାଇଁ ମୋଦି ଅନୁରୋଧ କରିଛନ୍ତି । ବିଭିନ୍ନ ସାମାଜିକ ସଙ୍ଗଠନ, ଯୁବା ଓ କ୍ରୀଡ଼ା ସଙ୍ଗଠନ ଏବଂ ଏନ୍.ସି.ସି. ଓ ଏନ୍.ଏସ୍.ଏସ୍. ପରି ସଙ୍ଗଠନକୁ ମଧ୍ୟ ଏଥିରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ମୋଦି: କରୋନା ମୁକାବିଲା ପାଇଁ ଏଇ ରବିବାର ସକାଳ ୭ରୁ ରାତି ୯ ଯାଏଁ ‘ଜନତା କର୍ଫ୍ୟୁ’ ପାଳନ୍ତୁ
ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।
  • News18 Odia
  • Last Updated: March 19, 2020, 8:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ କବଳରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ଆସନ୍ତା ରବିବାର ଅର୍ଥାତ ମାର୍ଚ୍ଚ ୨୨ ଦିନ ସାରା ଦେଶରେ ‘ଜନତା କର୍ଫ୍ୟୁ’ ପାଳନ କରିବା ପାଇଁ ଦେଶବାସୀଙ୍କୁ ଅପୀଲ୍‌ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟା ୮ଟାରେ ଟେଲିଭିଜନରେ ସାରା ଦେଶକୁ ସମ୍ବୋଧିତ କରି ସେ ଏହି ନିବେଦନ କରିଛନ୍ତି ।

ଦେଶବାସୀଙ୍କୁ ସେ ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତି ନିଜ ଘର ଭିତରେ ରହି କରୋନା ଭାଇରସ୍‌ ବିରୋଧରେ ଦେଶର ଶକ୍ତି ବଢ଼ାଇବାକୁ ଆହ୍ୱାନ କରିଛନ୍ତି ମୋଦି । ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ଦୁଇ ମାସ ଧରି ଆମେ ବିଶ୍ୱରୁ କରୋନା ଭାଇରସର ଚିନ୍ତାଜନକ ଖବର ଆସୁଥିବାର ଦେଖୁଛୁ ଓ ଏବେ ସମୟ ଆସିଛି ଆମେ ଆହୁରି ଦୃଢ଼ତାର ସହ ଏହାର ମୁକାବିଲା କରିବା ଉଚିତ ।

‘‘ଗତ ଦୁଇ ମାସ ମଧ୍ୟରେ ଭାରତର ଲୋକମାନେ ଏହି ମହାମାରୀକୁ ଦୃଢ଼ ଭାବରେ ଲଢ଼ିଛନ୍ତି। କରୋନା ଭୂତାଣୁ ସମଗ୍ର ମାନବ ଜାତି ପ୍ରତି ବିପଦ ସୃଷ୍ଟି କରିଛି। ମାର୍ଚ୍ଚ ୨୨ରେ ଦେଶର ସବୁ ନାଗରିକ ଜନତା କର୍ଫ୍ୟୁ ପାଳନ କରନ୍ତୁ,’’ କହିଛନ୍ତି ମୋଦି । ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରତି ନାଗରିକକୁ ନିଜ ଘର ଭିତରେ ରହିବାକୁ ସେ ନିବେଦନ କରିଛନ୍ତି ।

ସେ କହିଛନ୍ତି, ‘‘ଦେଶବାସୀ ମୋତେ କେବେ ନିରାଶ କରି ନାହାଁନ୍ତି । ମୁଁ ଆଜି ୧୩୦ କୋଟି ଦେଶବାସୀଙ୍କୁ କିଛି ମାଗିବାକୁ ଆସିଛି । ମୁଁ ଆପଣଙ୍କର ଆଗାମୀ ସପ୍ତାହ ଚାହୁଁଛି । ପ୍ରିୟ ଦେଶବାସୀ, ଏହି କରୋନା ଭାଇରସ ମହାମାରୀରୁ ରକ୍ଷା ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଟିକା ନାହିଁ। ହେଲେ ଆମେ ଚିନ୍ତିତ ନ ହୋଇ ଏକଜୁଟ ହୋଇ ଏହାର ମୁକାବିଲା କଲେ ହିଁ ଜିତି ପାରିବା ।’’

କରୋନା ଭାଇରସର ର ଭାରତ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଶ୍ୱାସ କରିବା ଭୁଲ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ‘‘ତେଣୁ ଦୁଇଟି ମୁଖ୍ୟ ବିଷୟ ଉପରେ ଧ୍ୟାନ ଦେବା ଜରୁରୀ । ତାହା ହେଉଛି ସଂକଳ୍ପ ଓ ଆତ୍ମପ୍ରତିବନ୍ଧକ । ଆମେ ୧୩୦ କୋଟି ଭାରତୀୟଙ୍କୁ ଏକ ସଂକଳ୍ପ ନେବାକୁ ପଡିବ ଯେ ଆମେ ନିଜେ ସଂକ୍ରମିତ ନ ହେବା ପାଇଁ ସବୁ ଚେଷ୍ଟା କରିବୁ ଫଳରେ ଆମେ ନିଜେ ଓ ଅନ୍ୟମାନେ ମଧ୍ୟ ରକ୍ଷା ପାଇପାରିବେ,’’ ସେ କହିଛନ୍ତି ।

କେବଳ ସରକାରୀ କାର୍ଯ୍ୟ ଓ ଅନ୍ୟ ଜରୁରୀ କାର୍ଯ୍ୟରେ ଲାଗିଥିବା ଲୋକେ ରବିବାର ଦିନ ବାହାରକପ ଯାଇ ନିଜ କାମ କରନ୍ତୁ ଆଉ ଅନ୍ୟ ସବୁ ନାଗରିକ ନିଜ ଘର ଭିତରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରୁହନ୍ତୁ ବୋଲି ସେ ଦେଶବାସୀଙ୍କୁ କହିଛନ୍ତି ।

‘‘କରୋନା ଭୂତାଣୁ ଠାରୁ ବର୍ତିବା ପାଇଁ ସାମାଜିକ ଦୂରତା ପାଳନ କରିବା ହେଉଛି ସଠିକ୍ ଉପାୟ । ଯଥା ସମ୍ଭବ ନିଜ ଘରେ ରୁହନ୍ତୁ । ନିଜ ଘରୁ କାମ କରନ୍ତୁ । ସବୁ ସମାରୋହ ଠାରୁ ଦୂରରେ ରୁହନ୍ତୁ,’’ କହିଛନ୍ତି ମୋଦି ।

ସେ ସବୁ ରାଜ୍ୟ ସରକାରଙ୍କୁ ଏହି ‘ଜନତା କର୍ଫ୍ୟୁ’ ଲାଗୁ କରିବାରେ ସହଯୋଗ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ତା’ ସହିତ ବିଭିନ୍ନ ସାମାଜିକ ସଙ୍ଗଠନ, ଯୁବା ଓ କ୍ରୀଡ଼ା ସଙ୍ଗଠନ ଏବଂ ଏନ୍‌.ସି.ସି. ଓ ଏନ୍‌.ଏସ୍‌.ଏସ୍‌. ପରି ସଙ୍ଗଠନକୁ ମଧ୍ୟ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।
First published: March 19, 2020, 8:44 PM IST