ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ତିନି ମାସ ପରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ; ପର୍ଯ୍ୟଟକମାନଙ୍କ ଭିଡ଼ ଆରମ୍ଭ ହେଉଛି

ତିନି ମାସ ପରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ; ପର୍ଯ୍ୟଟକମାନଙ୍କ ଭିଡ଼ ଆରମ୍ଭ ହେଉଛି

ଏତେ ଦିନ ପରେ ନନ୍ଦନକାନନ ଖୋଲିଥିବାରୁ ପର୍ଯ୍ୟଟକମାନେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଓ ଏପରିକି ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ନନ୍ଦନକାନନକୁ ଛୁଟି ଆସିଥିଲେ ।

ତିନି ମାସ ପରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ; ପର୍ଯ୍ୟଟକମାନଙ୍କ ଭିଡ଼ ଆରମ୍ଭ ହେଉଛି
ନନ୍ଦନକାନନରେ ପର୍ଯ୍ୟଟକମାନଙ୍କ ଭିଡ଼ ଆରମ୍ଭ ହେଉଛି ।
  • News18 Odia
  • Last Updated: August 3, 2021, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ସଂକ୍ରମଣ ଜନିତ ଲକଡାଉମ୍‌ କାରଣରୁ ତିନି ମାସ ବନ୍ଦ ରହିବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଙ୍ଗଳବାର ଦିନ ଖୋଲିଛି । କରୋନା କଟକଣା ସହ ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଯେଉଁମାନେ ଆସୁଥିଲେ ସେମାନଙ୍କୁ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ କର୍ତ୍ତୃପକ୍ଷଙ୍କ ଦ୍ୱାରା କୁହାଯାଉଥିଲା ।

ସକାଳ ସାଢ଼େ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ନନ୍ଦନକାନନ । ଏକ ସାଙ୍ଗରେ କୌଣସି ସ୍ଥାନକୁ ପର୍ଯ୍ୟଟକମାନଙ୍କୁ ଛଡାଯିବନାହିଁ ବୋଲି ନିୟମ ହୋଇଛି । ଆକ୍ୱାରିୟମ୍ ଓ ରାତ୍ରୀ ଘରକୁ ଏକା ସାଙ୍ଗରେ ପ୍ରବେଶ ଉପରେ କଟକଣା ରହିଛି । ଏବେ ଛଅ ଜଣଙ୍କୁ ଏକା ସାଙ୍ଗରେ ଯିବାକୁ ମିଳୁଛି ଅନୁମତି ।

ଏହା ବି ପଢ଼ନ୍ତୁ | ସାନ ଭାଇର ନିଜ ଭାଉଜ ସହ ପ୍ରେମ ହୋଇଗଲା; ତେଣୁ ବଡ଼ ଭାଇ ଦୁଇ ଜଣଙ୍କ ବିବାହ କରାଇଦେଲା

“ଆମେ ନନ୍ଦନକାନନ ଖୋଲିବା ପୂର୍ବରୁ ଗେଟ୍‌ ଓ ତା’ ନିକଟସ୍ଥ ସବୁ ସ୍ଥାନକୁ ସାନିଟାଇଜ୍ କରିଛୁ । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କର ପ୍ରଥମେ ଥର୍ମାଲ ସ୍କ୍ରିନିଂ କରିବା ପରେ ସାନିଟାଇଜ୍ କରାଯାଉଛି । ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନଙ୍କଠାରେ କୌଣସି ଳକ୍ଷଣ ଦେଖାଯାଉଛି ସେମାନଙ୍କ ଭିତରକୁ ପ୍ରବେଶ ଉପରେ କଟକଣା କରାଯାଇଛି,” କହିଛନ୍ତି ନନ୍ଦନକାନନ ଏ.ସି.ଏଫ୍. ଅମୁଲ୍ୟ ପରିଡ଼ା ।

କରୋନା କଟକଣା ମାନି ପର୍ଯ୍ୟଟକମାନେ ଭିତରକୁ ପଶୁଛନ୍ତି ।


ସେ କହିଛନ୍ତି ଯେ ପୂର୍ବ ଅପେକ୍ଷା ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା କମ୍‌ ରହିଥିଲା । ‘‘ଏବେ ବ୍ୟାଟେରୀଚାଳିତ ଗାଡି଼ ଓ ସଫାରୀଗୁଡି଼କ ବନ୍ଦ ରହିଛି । ପର୍ଯ୍ୟାୟ କ୍ରମେ ଏହା ଖୋଲାଯିବ । ନନ୍ଦନକାନନ ଭିତରେ ଯେଭଳି କୌଣସି ସ୍ଥାନରେ ଲୋକଙ୍କ ଭିଡ଼ ନ ହେବ ସେଥି ପ୍ରତି ଆମେ ଗୁରୁତ୍ୱ ଦେଇଛୁ । ପ୍ରତି ସ୍ଥାନରେ ଆମେ ନିଜର ଭଲ୍ୟୁଣ୍ଟର୍‌ ମୁତୟନ କରିଛୁ । ଯେଉଁମାନେ ଭିତରେ କୋଭିଡ ନିୟମକୁ ଅଣଦେଖା କରିବେ ସୋମାନଙ୍କ ବିରୁଦ୍ଧରେ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ପରିଡ଼ା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନିଆ ଶର୍ମା ଧଳା ବିକିନି ପିନ୍ଧି ଏକ ସେକ୍ସି Video ପୋଷ୍ଟ୍ କଲେ; ଇଣ୍ଟରନେଟରେ ଲଗାଇଲେ ନିଆଁ!

ଏତେ ଦିନ ପରେ ନନ୍ଦନକାନନ ଖୋଲିଥିବାରୁ ପର୍ଯ୍ୟଟକମାନେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପର୍ଯ୍ୟଟକମାନେ ନନ୍ଦନକାନନକୁ ଛୁଟି ଆସିଥିଲେ । କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

“ଆମେ ଟିଭିରୁ ଖବର ପାଇଥିଲୁ ଯେ ନନ୍ଦନକାନନ ଖୋଲୁଛି । ତେଣୁ ସକାଳୁ ସକାଳୁ ପରିବାର ସହ ଭୁବନେଶ୍ୱର ଆସିଥିଲୁ । କରୋନା ଯୋଗୁଁ ଦୀର୍ଘ ଦିନ ଧରି ଘରେ ବସି ରହିଥିଲୁ । ତେଣୁ ଏଭଳି ସମୟରେ ନନ୍ଦନକାନନରେ ପରିବାର ସହ ବୁଲିବାରେ ଖୁବ୍‌ ଭଲ ଲାଗୁଛି,’’ କହିଥିଲେ ତାଳଚେରରୁ ଆସିଥିବ ପର୍ଯ୍ୟଟକ ସନାତନ ସାହୁ ।



ଗୁଜରାଟରୁ ଆସିଥିବା ରକେଶ ଭାଇ ମୋଦୀ କହିଥିଲେ, “ଆମେ ଓଡି଼ଶା ବୁଲିବାକୁ ଆସିଥିଲୁ । ଗତ କାଲି ଖବର ପାଇଥିଲୁ ନନ୍ଦନକାନନ ଖୋଲିବ ବୋଲି । ତେଣୁ ଆଜି ସକାଳୁ ସକାଳୁ ପରିବାର ସହ ଆସିଛୁ । ପୂର୍ବରୁ ଆମେ ଓଡି଼ଶା ଆସିଛୁ, ହେଲେ ନନ୍ଦନକାନନ କେବେ ଆସି ନ ଥିଲୁ । ତେଣୁ ଏଠାରେ ପହଞ୍ଚିବା ପରେ ବହୁତ ମଜା ଲାଗୁଛି । ଏଠି ପୂରା କରୋନା ଗାଇଡଲାଇନ୍ ପାଳନ କରାଯାଉଥିବାରୁ ଆମକୁ ନିରାପଦ ଲାଗୁଛି ।’’
Published by: Anand ST Das
First published: August 3, 2021, 11:57 PM IST