କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍
Sushant Singh Rajput Suicide | ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହିତ ବ୍ରେକଅପ୍ ପରେ ସୁଶାନ୍ତ ସିଂ ରାଜପୁତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କରେ ଥିଲେ । ରିୟା ଗତ କିଛି ଦିନ ଧରି ସୁଶାନ୍ତଙ୍କ ସହ ରହୁଥିଲେ । ସୁଶାନ୍ତ ଦିନେ ଆଗରୁ ତାଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ ।

ଅଙ୍କିତା ଲୋଖଣ୍ଡେ ଓ (ଡାହାଣ) ରିୟା ଚକ୍ରବର୍ତ୍ତୀଙ୍କ ସହ ସୁଶାନ୍ତ ସିଂ ରାଜପୁତ
- News18 Odia
- Last Updated: June 15, 2020, 2:49 PM IST
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (Sushant Singh Rajput Suicide) ଯୋଗୁଁ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଶୋକାକୁଳ ହୋଇଯାଇଛି । ଏହି ସମୟରେ ସୂଚନା ମିଳିଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ କଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ (Rhea Chakraborty) ମଧ୍ୟ ଲକଡାଉନ୍ ସମୟରେ ତାଙ୍କ ସହ ରହୁଥିଲେ । ଏଭଳି ପରିସ୍ଥିତିରେ ମୁମ୍ବାଇ ପୋଲିସ ଏବେ ଏହି ଅଭିନେତ୍ରୀଙ୍କୁ ପଚରାଉଚରା କରିବାକୁ ଯାଉଛି । ସୂଚନା ଅନୁଯାୟୀ ମୁମ୍ବାଇ ପୋଲିସ ଖୁବ୍ ଶୀଘ୍ର ରିୟା ଚକ୍ରବର୍ତ୍ତୀଙ୍କ ବୟାନ ନେବ ।
ମୁମ୍ବାଇ ପୋଲିସ ଏହି ଘଟଣାର ସବୁ ଦିଗ ଉପରେ ତଦନ୍ତ କରିବାକୁ ଚାହୁଁଛି ଯାହା ଦ୍ୱାରା ଏହାର ଅସଲ କାରଣ ପାଖରେ ପହଞ୍ଚିପାରିବ । ଖବର ଅନୁଯାୟୀ ସୁଶାନ୍ତ ସିଂ 'ପବିତ୍ର ରିସ୍ତା' ସିରିଏଲରୁ ଖ୍ୟାତି ପାଇଥିବା ଅଙ୍କିତା ଲୋଖଣ୍ଡେଙ୍କ (Ankita Lokhande) ସହିତ ବ୍ରେକଅପ୍ ପରେ ରିୟା ଚକ୍ରବର୍ତ୍ତୀଙ୍କ ସହ କଥିତ ରୂପେ ସମ୍ପର୍କରେ ଥିଲେ । ରିୟା ଗତ କିଛି ଦିନ ଧରି ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ସହ ରହୁଥିଲେ । କିନ୍ତୁ ସୁଶାନ୍ତ ସିଂ ତାଙ୍କୁ ଗୋଟିଏ ଦିନ ପୂର୍ବରୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ଏବେ ପୋଲିସ ଜାଣିବାକୁ ଚାହୁଁଛି ଦୁହିଁଙ୍କର ସମ୍ପର୍କ କେମିତି ଥିଲା ଓ ମୃତ୍ୟୁ ପୂର୍ବରୁ ରିୟା ଏବଂ ସୁଶାନ୍ତଙ୍କ ମଧ୍ୟରେ କୌଣସି ମତଭେଦ ହୋଇଥିଲା କି । ଅଭିନେତା କାହିଁକି ଅବସାଦରେ ଥିଲେ?

ଅଙ୍କିତା ଲୋଖଣ୍ଡେ
ଇତି ମଧ୍ୟରେ ଅଭିନେତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ (Ankita Lokhande on Sushant Singh Rajput Suicide) ମଧ୍ୟ ତାଙ୍କ ଦେହାନ୍ତ ବିଷୟରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଉପରେ ନ୍ୟୁଜ୍ ଚ୍ୟାନେଲ ଇଣ୍ଡିଆ ଟିଭି ଅଙ୍କିତା ଲୋଖଣ୍ଡେଙ୍କୁ ଫୋନ୍ କରିଥିଲା । ଅଭିନେତ୍ରୀ ଫୋନ୍ ରିସିଭ୍ କରିବା ମାତ୍ରେ ମାତ୍ରେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ବିଷୟରେ ଚ୍ୟାନେଲ ତାଙ୍କୁ ପ୍ରଶ୍ନ କରିଥିଲା । ଅଙ୍କିତା ଆଶ୍ଚର୍ଯ୍ୟ ହୋଇ ପ୍ରତିକ୍ରିୟାରେ ‘କ’ଣ!’ ବୋଲି କହି କଲ୍ କାଟିଦେଇଥିଲେ । ଅଭିନେତ୍ରୀଙ୍କ ଏହି ପ୍ରତିକ୍ରିୟା ଦର୍ଶାଇଛି ଯେ ଅନ୍ୟ ଲୋକଙ୍କ ପରି ସେ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରିୟା ଚକ୍ରବର୍ତ୍ତୀଙ୍କ ସହ ସୁଶାନ୍ତ ସିଂ ରାଜପୁତ
ସୁଶାନ୍ତ ରବିବାର ଦିନ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା । ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ପୋଲିସର ସୂଚନା ଅନୁସାରେ ଅଭିନେତା ଗତ କିଛି ମାସ ଧରି ଡିପ୍ରେସନରେ ଥିଲେ । ଆଜି ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ହେବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ପିତା ଓ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ପାଟନାରୁ ମୁମ୍ବାଇ ଯାଇଛନ୍ତି ।
ଏହା ବି ପଢ଼ନ୍ତୁ:
ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ
ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା