ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

Maharashtra Coronavirus News: ଜଣେ ଯୁବକ ଟ୍ୱିଟରରେ ମୁମ୍ବାଇ ପୋଲିସକୁ ନିବେଦନ କରି ଲେଖିଥିଲେ, ‘‘ମୋ’ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ଘରୁ ବାହାରକୁ ଯିବା ପାଇଁ ମୁଁ କେଉଁ ଷ୍ଟିକର୍ ବ୍ୟବହାର କରିବା ଉଚିତ? ମୁଁ ତାକୁ ବହୁତ ମିସ୍ କରୁଛି ।’’

କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ
ମୁମ୍ବାଇରେ ଲକଡାଉନ୍ ଯୋଗୁଁ ଯୁବ ପୀଢ଼ି ବଡ଼ କଷ୍ଟରେ ଅଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଦେଶରେ କରୋନା ଭାଇରସ୍‌ (Coronavirus) ସଂକ୍ରମଣର ଦ୍ୱିତୀୟ ଲହର (second wave) ଲକ୍ଷ ଲକ୍ଷ ଲୋକଙ୍କ ଜୀବନ କଷ୍ଟପ୍ରଦ କରିଦେଇଛି। ମହାରାଷ୍ଟ୍ର (Maharashtra) ଉପରେ ଏହାର ସର୍ବାଧିକ ପ୍ରଭାବ ପଡି଼ଛି । ସେଇଥି ପାଇଁ କରୋନା ଭାଇରସ୍‌ ସଂକ୍ରମଣକୁ ଆହୁରି ବ୍ୟାପିବାରୁ ରୋକିବା ପାଇଁ ରାଜ୍ୟ ସରକାର କଡା କଟକଣା ଲଗାଇଛନ୍ତି । ଏଭଳି ପରିସ୍ଥିତିରେ ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଯୁବକ ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ଧରି ନିଜ ସାଙ୍ଗମାନଙ୍କୁ ଭେଟି ନ ଥିବାରୁ ବିରକ୍ତ ହେଉଛନ୍ତି । ସାଙ୍ଗମାନଙ୍କୁ ଦେଖା କରିବା ପାଇଁ ସେମାନେ ଟ୍ୱିଟର୍‌ ଜରିଆରେ ମୁମ୍ବାଇ ପୋଲିସର ଅନୁମତି ଲୋଡ଼ିଛନ୍ତି ।

ଟ୍ୱିଟରରେ ଜଣେ ଯୁବକ ମୁମ୍ବାଇ ପୋଲିସକୁ ନିବେଦନ କରି କହିଛନ୍ତି ଯେ ତାଙ୍କୁ ନିଜ ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଅନୁମତି ଦିଆଯାଉ । ଅଶ୍ୱିନ ବିନୋଦ ନାମକ ଏହି ଯୁବକ ଟ୍ୱିଟରରେ ମୁମ୍ବାଇ ପୋଲିସକୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘‘ମୋ’ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ଘରୁ ବାହାରକୁ ଯିବା ପାଇଁ ମୁଁ କେଉଁ ଷ୍ଟିକର୍‌ ବ୍ୟବହାର କରିବା ଉଚିତ? ମୁଁ ତାକୁ ବହୁତ ମିସ୍‌ କରୁଛି ।’’

ଏହା ବି ପଢ଼ନ୍ତୁ | ବିପଦର ଘଣ୍ଟି! ଭୁବନେଶ୍ବରରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି

ମୁମ୍ବାଇ ପୋଲିସ (Mumbai Police) ଏହି ପ୍ରଶ୍ନର ଜବାବ ମଜାଦାର ଢଙ୍ଗରେ ଦେଇଛି । ଟ୍ୱିଟରରେ ମୁମ୍ବାଇ ପୋଲିସ ନିଜ ଉତ୍ତରରେ ଲେଖିଛି, ‘‘ସାର୍, ଆମେ ବୁଝିପାରୁଛୁ ଯେ ଏହା ଆପଣଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ଆମର ଜରୁରୀ ବା ଜରୁରୀକାଳୀନ ବର୍ଗର ସେବାରେ ଆସୁ ନାହିଁ! ଦୂରତା ଯୋଗୁଁ ପ୍ରେମ ବଢ଼େ, ଆଉ ଏବେ ଆପଣଙ୍କୁ ଏହା ସୁସ୍ଥ ରଖିଛି । ବିଶେଷ ଦ୍ରଷ୍ଟବ୍ୟ: ଆପଣ ସାରା ଜୀବନ ଏକାଠି ରୁହନ୍ତୁ ବୋଲି ଆମେ କାମନା କରୁଛୁ । ଏବେକାର ଅସମୟ କେବଳ ଏକ ପର୍ଯ୍ୟାୟ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲାବନ୍ଧୁ

ଯୁବକଙ୍କ ଟ୍ୱିଟ୍ ଓ ମୁମ୍ବାଇ ପୋଲିସର ଉତ୍ତର


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?

ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ମେ ୧ ତାରିଖ ଦିନ ରାଜ୍ୟରେ ୬୩,୨୮୨ ଜଣ ନୂଆ କରୋନା ସଂକ୍ରମିତ ବ୍ୟକ୍ତି ସାମନାକୁ ଆସିଥିଲେ ଓ ୮୦୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ରାଜ୍ୟରେ ମୋ’ଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪୬.୬ ଲକ୍ଷ ହୋଇଛି । ମୋ’ଟ ମୃତ୍ୟୁ ସଂଖ୍ୟା ୬୯,୬୧୫ ହେଲାଣି ।



ମୁମ୍ବାଇ ସହରରେ ମେ ୧ ତାରିଖ ଦିନ ୩,୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ୯୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ମୁମ୍ବାଇ ସହରରେ ଏ ପର୍ଯ୍ୟନ୍ତ ମୋ’ଟ ୬.୫ ଲକ୍ଷ ଲୋକ ସଂକ୍ରମିତ ହେଲେଣି ଓ ୬୩,୩୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।
Published by: Anand ST Das
First published: May 2, 2021, 8:35 PM IST