କରୋନା: ₹୫,୪୦୦ର ରେମଡେସିଭିର୍ ଔଷଧକୁ ₹୨୦,୦୦୦ରେ ବିକି ଗିରଫ ହେଲେ ଦୋକାନୀ ଓ ସହଯୋଗୀ

ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି ଯେ ସେମାନେ ରେମଡେସିଭିର୍ ଔଷଧକୁ ଡାକ୍ତରଖାନାରୁ ପାଇଛନ୍ତି । ଏହି ସ୍ୱୀକାରୋକ୍ତି ଏହି କରୋନା ଔଷଧର ଏକ ବ୍ୟାପକ ବେଆଇନ୍ ନେଟୱର୍କ ଚାଲିଥିବା ବିଷୟରେ ସନ୍ଦେହ ସୃଷ୍ଟି କରିଛି ।

କରୋନା: ₹୫,୪୦୦ର ରେମଡେସିଭିର୍ ଔଷଧକୁ ₹୨୦,୦୦୦ରେ ବିକି ଗିରଫ ହେଲେ ଦୋକାନୀ ଓ ସହଯୋଗୀ
କରୋନା ଭାଇରସର ଚିକିତ୍ସାରେ ରେମଡେସିଭିର୍ ସବୁ ଠାରୁ ପ୍ରଭାବଶାଳୀ ଆଣ୍ଟି-ଭାଇରାଲ୍ ଔଷଧ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କରୋନା ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ରେମଡେସିଭିର୍‌ ଔଷଧକୁ (Remdesivir) ତା’ ପ୍ରକୃତ ଦାମର ଚାରି ଗୁଣା ଦାମରେ ବିକ୍ରି କରୁଥିବାରୁ ମୁମ୍ବାଇରେ ଜଣେ ଔଷଧ ଦୋକାନୀଙ୍କୁ ଗିରଫ କରାଯାଇଛି । ପୋଲିସ ନିଜେ ଗ୍ରାହକ ଭାବରେ ଯାଇ ସିଧାସଳଖ ମୀରା ରୋଡ଼ ପୋଲିସ ଷ୍ଟେସନ ପାଖରେ ଥିବା ଔଷଧ ଦୋକାନୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲା ।

ଔଷଧ ଦୋକାନୀ ସୋନୁ ଦାର୍ଶି (୨୫) ଓ ତାଙ୍କ ସହଯୋଗୀ ରୋଡ୍ରିକ୍ସ ରାଉଲ (୩୧) ପ୍ରତି ରେମଡେସିଭିର୍‌ ଔଷଧକୁ ତା’ ପ୍ରକୃତ ମୂଲ୍ୟ ୫,୪୦୦ ଟଙ୍କା ଜାଗାରେ ଗ୍ରାହକମାନଙ୍କ ଠାରୁ ୨୦,୦୦୦ ଟଙ୍କା ବା ତା’ ଠାରୁ ଅଧିକ ନେଉଥିଲେ । ଶୁକ୍ରବାର ଦିନ ସେମାନଙ୍କୁ ଗିରଫ କରିବା ବେଳେ ପୋଲିସ ସେମାନଙ୍କ ଠାରୁ ଏହି ଔଷଧର ଚାରିଟି ପାତ୍ର ବି ଜବତ କରିଥିଲା ।

ଅଭିଯୁକ୍ତମାନେ ପୋଲିସକୁ କହିଥିଲେ ଯେ ସେମାନେ ଏହି ରେମଡେସିଭିର୍ (Remdesivir) ଔଷଧକୁ ଡାକ୍ତରଖାନାରୁ ପାଇଛନ୍ତି । ଏହି କଥା ଏକ ବ୍ୟାପକ ବେଆଇନ୍‌ ନେଟୱର୍କ ବିଷୟରେ ସନ୍ଦେହ ସୃଷ୍ଟି କରିଛି । ଏହି ଦୁଇ ଜଣଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୨୦, ଜରୁରୀ ସାମଗ୍ରୀ ଆଇନ୍‌ (Essential Commodities Act) ଏବଂ ଡ୍ରଗ୍ସ ଏବଂ କସମେଟିକ୍ ଆକ୍ଟ (Drugs and Cosmetic Act) ଅନୁଯାୟୀ ମାମଲା ଦାୟର କରାଯାଇଛି ।

ମହାରାଷ୍ଟ୍ରରେ ବର୍ତ୍ତମାନ ଦେଶର ସର୍ବାଧୀକ କରୋନା ସଂକ୍ରମିତ ଲୋକ ଅଛନ୍ତି ।


ରେମଡେସିଭିର (Remdesivir) ଔଷଧର କଳାବଜାରୀ ଆରମ୍ଭ ହୋଇଯାଇଥିବା ସନ୍ଦେହରେ ପୋଲିସ ଅଧିକ ଅନୁସନ୍ଧାନ କରୁଛି । ଏହି ଔଷଧ କରୋନା ଭାଇରସର ଉପଚାରରେ ସବୁ ଠାରୁ ପ୍ରଭାବଶାଳୀ ଆଣ୍ଟି-ଭାଇରାଲ୍ ଔଷଧ ବୋଲି କୁହାଯାଉଛି । କରୋନା ଭାଇରସ୍ ରୋଗୀ ଓ ଡାକ୍ତରମାନଙ୍କ ମଧ୍ୟରେ ରେମଡେସିଭିର୍ ଔଷଧର ଚାହିଦା ଅଧିକ ରହିଛି ।

ବରିଷ୍ଠ ଇନ୍ସପେକ୍ଟର ସନ୍ଦୀପ କଦମ କହିଛନ୍ତି, ‘‘ଏହି ବେଆଇନ ବିକ୍ରିରେ ଅଧିକ ଲୋକ ସମ୍ପୃକ୍ତ ଅଛନ୍ତି କି ନାହିଁ ଆମେ ଅନୁସନ୍ଧାନ କରୁଛୁ। ଅଭିଯୁକ୍ତମାନେ ୨୦,୦୦୦ ରୁ ୨୫,୦୦୦ଟଙ୍କା ମୂଲ୍ୟରେ ୫,୪୦୦ ଟଙ୍କା ମୂଲ୍ୟର ଔଷଧ ବିକ୍ରି କରୁଥିଲେ।’’

ଏହା ବି ପଢ଼ନ୍ତୁ: ଓଡ଼ିଶାରେ କରୋନା ନେଲା ପୁଣି ୫ ଜଣଙ୍କ ଜୀବନ; ଆହୁରି ୫୭୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେଲେ

ମହାରାଷ୍ଟ୍ର ଓ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ରେମଡେସିଭିର୍ ଓ ଟୋସିଲିଜୁମାବ (tocilizumab) ଔଷଧର ବ୍ୟାପକ କଳାବଜାରୀ ହେଉଥିବା ଖବର ଆସୁଛି । ଏହି ଔଷଧ ବିକ୍ରୟ କରୁଥିବା ଦୋକାନୀଙ୍କ ଦୋକାନ ବାହାରେ ମୁମ୍ବାଇରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।
Published by: Anand Shankar Thankur Das
First published: July 11, 2020, 7:46 PM IST
corona virus btn
corona virus btn
Loading