News18 Odia Digital
ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣ (Coronavirus) ବିରୋଧରେ ଦେଶରେ ଚାଲିଥିବା ଯୁଦ୍ଧରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ (Mukesh Ambani) ଓ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ (Nita Ambani) ଜୋରଦାର୍ ଯୋଗଦାନ ଦେଇଛନ୍ତି । ମୁମ୍ବାଇରେ କୋଭିଡ-୧୯ (COVID-19) ମାମଲାରେ ହେଉଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ସାର୍ ଏଚ୍.ଏନ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ (Sir HN Reliance Foundation Hospital, RFH) ବୟସ୍କ ଓ ଶିଶୁମାନଙ୍କ ଶଯ୍ୟା ସଂଖ୍ୟା ଓ ଅନ୍ୟାନ୍ୟ ଜରୁରୀ ସୁବିଧା ବଢ଼େଇଦେଇଛି ।
ଏହି ହସପିଟାଲ୍ କାର୍ଯ୍ୟ ସହିତ ରିଲାଏନ୍ସ ଫାଉଣ୍ଡେସନ୍ ହସପିଟାଲ୍ ମହାରାଷ୍ଟ୍ର ସରକାର ଓ ବି.ଏମ୍.ସି.ର ପ୍ରୟାସରେ ବି ସାହାଯ୍ୟ କରୁଛି । ବୟସ୍କ ଓ ଶିଶୁମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ମାମଲାରେ ହୋଇଚାଲିଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ୍ ହସପିଟାଲରେ (RFH) ଶିଶୁ କଭରେଜ୍ ଓ ସ୍ୱତନ୍ତ୍ର ଶିଶୁ ଯତ୍ନ (special child care) ସୁବିଧା ବଢ଼ାଯାଇଛି ।
ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ଆଉ ଏବେ ବଡ଼ ପୁଅ
ଏହି ହସପିଟାଲ ବର୍ତ୍ତମାନ ୱର୍ଲିର ନ୍ୟାସନାଲ୍ ସ୍ପୋର୍ଟସ କ୍ଲବ ଅଫ୍ ଇଣ୍ଡିଆରେ ୬୫୦ଟି ଶଯ୍ୟା ପରିଚାଳନା କରୁଛି । ୬୫୦ଟି ଶଯ୍ୟା ମଧ୍ୟରୁ ୧୦୦ଟି ଶଯ୍ୟା ଲକ୍ଷଣବିହୀନ ପିଲାଙ୍କ ଚିକିତ୍ସା ପାଇଁ ରହିଛି । ଆଇସିୟୁ ଯତ୍ନ ପାଇଁ ୨୦ଟି ଶଯ୍ୟା ରଖାଯାଇଛି । ଆଇସିୟୁ ଶଯ୍ୟାଗୁଡ଼ିକରେ ଭେଣ୍ଟିଲେଟର୍, ମନିଟରିଂ ଡିଭାଇସ୍, ଡାଏଲିସିସ୍ ସହାୟତା ଓ ଗୁରୁତର ରୋଗୀଙ୍କ ପାଇଁ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଛି ।

ଏହି ହସପିଟାଲରେ ୫୦୦ରୁ ଅଧିକ ଫ୍ରଣ୍ଟଲାଇନ୍ ସ୍ୱାସ୍ଥ୍ୟ କର୍ମୀଙ୍କ ଏକ ଟିମ୍ ନିୟୋଜିତ ହୋଇଛନ୍ତି ।
ରୋଗୀମାନଙ୍କୁ ନିରନ୍ତର ସେବା ଯୋଗାଇ ଦେବା ପାଇଁ ଡାକ୍ତର, ନର୍ସ ଓ ଅଣ-ମେଡିକାଲ୍ ପ୍ରଫେସନାଲମାନଙ୍କର ୫୦୦ ଜଣିଆ ଫ୍ରଣ୍ଟଲାଇନ୍ କର୍ମୀଙ୍କ ଏକ ଟିମକୁ ଏହି ହସପିଟାଲରେ ନିୟୋଜିତ କରାଯାଇଛି । ଏହି ପ୍ରକଳ୍ପ ପାଇଁ ଶଯ୍ୟା, ମନିଟର୍, ଶିଶୁ ଓ ବୟସ୍କଙ୍କ ପାଇଁ ଭେଣ୍ଟିଲେଟର୍ ଓ ଚିକିତ୍ସା ଉପକରଣ ସମେତ ସବୁ ଖର୍ଚ୍ଚ ରିଲାଏନ୍ସ ଫାଉଣ୍ଡେସନ୍ ବହନ କରୁଛି ।
ଏହା ବି ପଢ଼ନ୍ତୁ | ଜାଣନ୍ତୁ ଓଡ଼ିଶାରେ ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବାର କାରଣ
NSCIରେ ଭର୍ତ୍ତି ହୋଇଥିବା ସବୁ ରୋଗୀଙ୍କୁ RAF ମାଧ୍ୟମରେ ବିନା ମୂଲ୍ୟରେ ଚିକିତ୍ସା କରାଯାଉଛି । ନୀତା ଅମ୍ବାନୀ (Nita Ambani) କହିଛନ୍ତି, ‘‘କରୋନା ସଂକ୍ରମଣର ଏହି ସମୟରେ ଯେଉଁ ସବୁ ବ୍ୟକ୍ତି ଓ ପରିବାର ଗଭୀର ଯନ୍ତ୍ରଣା ଓ କ୍ଷତି ସହୁଛନ୍ତି ସେମାନଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି । ଏହି ସଙ୍କଟ ସମୟରେ ଭାରତର ପ୍ରତିକ୍ରିୟାକୁ ସମର୍ଥନ କରିବା ଓ ଆହୁରି ଦୃଢ଼ କରିବା ପାଇଁ ଆମେ ଯଥା ସମ୍ଭବ ଉଦ୍ୟମ ଜାରି ରଖିବୁ ।’’
ଏହା ବି ପଢ଼ନ୍ତୁ | ଏ ଥର ଲକ୍ଡାଉନ୍ରେ ବିବାହ ଓ ବ୍ରତ ସମାରୋହରେ ଭୋଜିଭାତ ମନା; ପ୍ୟାକେଟରେ ଦେଇପାରିବେ ଖାଦ୍ୟ
ସେ ଆହୁରି କହିଛନ୍ତି ଯେ କରୋନା ମାମଲାଗୁଡ଼ିକର ବର୍ତ୍ତମାନର ଧାରାକୁ ଦୃଷ୍ଟିରେ ରଖି ଗୁରୁତର ଚିକିତ୍ସା ସୁବିଧା ବୃଦ୍ଧି କରିବା, ବିଶେଷକରି ବୟସ୍କ ଓ ପିଲାମାନଙ୍କ ପାଇଁ ଏହାକୁ ପ୍ରସ୍ତୁତ ରଖିବା, ବର୍ତ୍ତମାନର ବଡ଼ ଆବଶ୍ୟକତା । ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ପରିଚାଳିତ NSCI ଓ ଅନ୍ୟାନ୍ୟ କୋଭିଡ ଯତ୍ନ ସୁବିଧାଗୁଡ଼ିକରେ ଶଯ୍ୟା ଓ ଅମ୍ଳଜାନ ଯୋଗାଣ ଜାରି ରହିବ ବୋଲି ସେ କହିଛନ୍ତି । ‘‘ମିଳିତ ଭାବରେ ଆମେ ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ଓ ଜିତିବା,’’ କହିଛନ୍ତି ନୀତା ଅମ୍ବାନୀ ।
(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।