ମୁକେଶ ଅମ୍ବାନୀ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହେଲେ; ତାଙ୍କ ମୋଟ ସମ୍ପତ୍ତି ୮୦.୬ ବିଲିୟନ ଛୁଇଁଛି

ଗତ ମାସରେ ମୁକେଶ ଅମ୍ବାନୀ ସମ୍ପତ୍ତି ଦୃଷ୍ଟିରୁ ଅନେକ ବିଲିୟନେୟାରଙ୍କୁ ପଛରେ ପକେଇଥିଲେ । ଚଳିତ ବର୍ଷ ତାଙ୍କର ମୋଟ ସମ୍ପତ୍ତିରେ ପ୍ରାୟ ୨୨ ବିଲିୟନ ଡ଼ଲାର ବୃଦ୍ଧି ହୋଇଛି । ଫ୍ରାନ୍ସର ବର୍ନାର୍ଡ ଆର୍ନାଲ୍ଟଙ୍କ ସମ୍ପତ୍ତିରେ ବଡ଼ ହ୍ରାସ ଘଟିଛି।

ମୁକେଶ ଅମ୍ବାନୀ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହେଲେ; ତାଙ୍କ ମୋଟ ସମ୍ପତ୍ତି ୮୦.୬ ବିଲିୟନ ଛୁଇଁଛି
ମାର୍ଚ୍ଚ ଠାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରଗୁଡ଼ିକର ଦାମରେ ତୀବ୍ର ବୃଦ୍ଧି ଦେଖାଦେଇଛି ।
  • News18 Odia
  • Last Updated: August 8, 2020, 8:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries) ଅଧ୍ୟକ୍ଷ ମୁକେଶ ଅମ୍ବାନୀ (Mukesh Ambani) ବର୍ତ୍ତମାନ ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି । ଚଳିତ ବର୍ଷ ତାଙ୍କର ମୋଟ ସମ୍ପତ୍ତିରେ ପ୍ରାୟ ୨୨ ବିଲିୟନ ଡ଼ଲାର ବୃଦ୍ଧି ହୋଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ବର୍ତ୍ତମାନ ୮୦.୬ ବିଲିୟନ ଡ଼ଲାରରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଫ୍ରାନ୍ସର ବର୍ନାର୍ଡ ଆର୍ନାଲ୍ଟଙ୍କ (Bernard Arnault) ସମ୍ପତ୍ତିରେ ଏକ ବଡ଼ ହ୍ରାସ ଘଟିଛି। ବ୍ଲୁମବର୍ଗ ଏକ ରିପୋର୍ଟରେ କହିଛି ଯେ ଆର୍ନାଲ୍ଟଙ୍କ ସମ୍ପତ୍ତି ହ୍ରାସ ହେବାର ସବୁ ଠାରୁ ବଡ଼ କାରଣ ହେଉଛି ଗ୍ରାହକଙ୍କ ଦ୍ୱାରା କମ୍ ଖର୍ଚ୍ଚ କରାଯିବା ।

ଏ ବର୍ଷ ମୁକେଶ ଅମ୍ବାନୀ ଏହି ବିଲିୟନେୟାରମାନଙ୍କୁ ପଛରେ ପକେଇଛନ୍ତି

ଗତ ମାସରେ ମୁକେଶ ଅମ୍ବାନୀ ସମ୍ପତ୍ତି ଦୃଷ୍ଟିରୁ ଅନେକ ବିଲିୟନେୟାରଙ୍କୁ ପଛରେ ପକେଇଥିଲେ । ଏଥିରେ ଟେସଲା (Tesla) ଓ ସ୍ପେସ୍ ଏକ୍ସ (SpaceX)ର ପ୍ରତିଷ୍ଠାତା ଏଲୋନ୍ ମସ୍କ (Elon Musk) ଏବଂ ଆଲଫାବେଟ୍ ଇନ୍କୋ (Alphabet Inc.)ର ସହ-ପ୍ରତିଷ୍ଠାତା ସର୍ଗି ବ୍ରିନ୍ (Sergie Brin) ଏବଂ ଲ୍ୟାରି ପେଜ୍ (Larry Page) ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ମୁକେଶ ଅମ୍ବାନୀ ମଧ୍ୟ ସମ୍ପତ୍ତି ଦୃଷ୍ଟିରୁ କିମ୍ବଦନ୍ତୀ ନିବେଶକ ୱାରେନ୍ ବଫେଟଙ୍କୁ (Warren Buffet) ନେଟ୍ ୱର୍ଥରେ ପଛରେ ପକେଇଛଛନ୍ତି ।

ମାର୍ଚ୍ଚ ୨୦୨୦ ଠାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର (Reliance Indiustries Limited) ସେୟାରଗୁଡ଼ିକର ଦାମରେ ତୀବ୍ର ବୃଦ୍ଧି ଦେଖାଦେଇଛି । ଶୁକ୍ରବାର ଦିନ ଗୋଟିଏ ଦିନର କାରବାର ପରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ, BSE)ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ପ୍ରତି ସେୟାର ୨,୧୪୬ ଟଙ୍କା (RIL Share Price) ରେ ବନ୍ଦ ହୋଇଛି । ପୂର୍ବ ଦିନ ତୁଳନାରେ ଏହା ୦.୫୬ ପ୍ରତିଶତ ବୃଦ୍ଧି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଡିଜିଟାଲ ବ୍ୟବସାୟ ଜିଓ ପ୍ଲାଟଫର୍ମ୍ସ ନାମରେ ଜଣାଶୁଣା ।


ଅନେକ କମ୍ପାନୀ ଜିଓ ପ୍ଲାଟଫର୍ମରେ ବିନିଯୋଗ କରିଛନ୍ତି

ଏପ୍ରିଲ୍ ପରେ ଅନେକ ବିଶ୍ୱସ୍ତରୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଟେକ୍ନୋଲୋଜି ୟୁନିଟ୍ ଜିଓ ପ୍ଲାଟଫର୍ମସ୍‌ (Jio Platforms)ରେ ବିନିଯୋଗ କରିବାକୁ ଘୋଷଣା କରିଛନ୍ତି । ପ୍ରଥମେ ଏପ୍ରିଲ ୨୨ରେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ (Fcebook) ୯.୯୯ ପ୍ରତିଶତ ଅଂଶଧନ ପାଇଁ ୪୩,୫୭୪ କୋଟି ଟଙ୍କା ବିନିଯୋଗ କରିବାକୁ ଘୋଷଣା କରିଥିଲା । ଏହା ପରେ ଅନେକ କମ୍ପାନୀ କ୍ରମାଗତ ଭାବରେ ଜିଓ ପ୍ଲାଟଫର୍ମସରେ ଅଂଶଧନ କିଣିବାକୁ ଘୋଷଣା କରିଛନ୍ତି । ଶେଷରେ ଗୁଗୁଲ ୭.୭% ଅଂଶଧନ ପାଇଁ ୩୩,୭୩୭ କୋଟି ଟଙ୍କା ବିନିଯୋଗ କରିବାକୁ ଘୋଷଣା କରିଛି ।

ଏହା ବି ପଢ଼ନ୍ତୁ | PM ମୋଦୀଙ୍କ ବିଶ୍ୱସ୍ତ IAS ଅଫିସର୍ ଗିରିଶ ଚନ୍ଦ୍ର ମୁର୍ମୁ CAG ପଦରେ ଆସୀନ ହୋଇଥିବା ପ୍ରଥମ ଆଦିବାସୀ

ଏହା ବି ପଢ଼ନ୍ତୁ | ଅଗଷ୍ଟରେ କରୋନା ରେକର୍ଡ଼ ଭାଙ୍ଗିଲା; ବିଶ୍ୱର ସବୁ ଠୁ ବେଶୀ ମାମଲା ଭାରତରେ

ବର୍ଷ ଆର୍ନାଲ୍ଟ ୨୫ ବିଲିୟନ ଡଲାର ହରାଇଛି

ଅନ୍ୟ ପକ୍ଷରେ ବର୍ଣ୍ଣାଡ ଆର୍ନାଲ୍ଟଙ୍କ ମାଲିକାନାରେ ଥିବା LVMHର ସେୟାର ଚଳିତ ବର୍ଷ ହ୍ରାସ ପାଇଛି । ଏହି କାରଣରୁ ୨୦୨୦ରେ ଶ୍ରେଷ୍ଠ ୫୦୦ ବିଲିୟନେୟାରଙ୍କ ମଧ୍ୟରେ ଆର୍ନାଲ୍ଟ ସର୍ବାଧିକ କ୍ଷତି ସହିଛନ୍ତି । ଏହି ବର୍ଷ ଆର୍ନାଲ୍ଟଙ୍କ ସମ୍ପତ୍ତିରେ ୨୫.୧ ବିଲିୟନ ଡ଼ଲାର ହ୍ରାସ ଦେଖାଯାଇଛି । ଏହା ପରେ ତାଙ୍କର ମୋଟ ସମ୍ପତ୍ତି ୮୦.୨ ବିଲିୟନ ଡ଼ଲାରକୁ ଖସି ଆସିଛି ।



ଏମାନେ ଟପ୍‌ ବିଲିୟନେୟାର

ଦୁନିଆର ସବୁ ଠୁ ବଡ଼ ବିଲିୟନେୟାର ତାଲିକାରେ ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କ ଠାରୁ ଆଗରେ ଓ ପ୍ରଥମ ସ୍ଥାନରେ ଅଛନ୍ତି ଆମାଜନ ଇନକର୍ପୋରେସନ୍‌ ପ୍ରତିଷ୍ଠାତା ଜେଫ ବେଜୋସ (Jeff Bezos) । ବେଜୋସଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୮୭ ବିଲିୟନ ଡଲାର୍ । ୧୨୧ ବିଲିୟନ ଡଲାର ସହିତ ବିଲ ଗେଟ୍ସ (Bill Gates) ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୧୦୨ ବିଲିୟନ ଡଲାର ସହିତ ତୃତୀୟ ସ୍ଥାନରେ ଅଛନ୍ତି ।

(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand Shankar Thankur Das
First published: August 8, 2020, 8:56 PM IST
corona virus btn
corona virus btn
Loading