News18 Odia Digital
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited, RIL, ଆର.ଆଇ.ଏଲ୍.) କହିଛି ଯେ ଆବୁଧାବି ସ୍ଥିତ ସୋଇରେନ୍ ନିବେଶକ (sovereign investor) ମୁବାଦଲା ଇନଭେଷ୍ଟମେଣ୍ଟ୍ କମ୍ପାନୀ ଜିଓ ପ୍ଲାଟଫର୍ମରେ ୧.୮୫ ପ୍ରତିଶତ ଅଂଶଧନ ପାଇଁ ୯,୦୯୩.୬୦ କୋଟି ଟଙ୍କା ବିନିଯୋଗ କରିବ।
ଏହା ଗତ ଦେଢ଼ ମାସ ଭିତରେ RILରେ ଷଷ୍ଠ ବିନିଯୋଗ । ଏହା ପୂର୍ବରୁ ବୃହତ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍, ଆମେରିକାର ଘରୋଇ ଇକ୍ୱିଟି ଫଣ୍ଡ ସିଲଭର ଲେକ୍, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, କେ.କେ.ଆର୍. ଆଣ୍ଡ କୋ. ଏବଂ ଜେନେରାଲ ଆଟଲାଣ୍ଟିକ୍ କ୍ରମାଗତ ଭାବରେ RIL ରେ ବିନିଯୋଗ କରିଛନ୍ତି ।
ଗତ ଛଅ ସପ୍ତାହ ମଧ୍ୟରେ ଜିଓ ପ୍ଲାଟଫର୍ମ ନାମରେ ଜଣାଶୁଣା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଡିଜିଟାଲ ବ୍ୟବସାୟ ବିଶ୍ୱର ନିବେଶକମାନଙ୍କ ଠାରୁ ମୋଟ ୧୯ ପ୍ରତିଶତ ଅଂଶଧନ ବିନିମୟରେ ୮୭,୬୫୫.୩୫ କୋଟି ଟଙ୍କାର ନିବେଶ ହାସଲ କରିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର CMD ମୁକେଶ ଅମ୍ବାନୀ
‘‘ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଭାରତର ଡିଜିଟାଲ ଅଭିବୃଦ୍ଧିକୁ ଆଗକୁ ବଢ଼ାଇ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ ରାଷ୍ଟ୍ର କରିବା ଦିଗରେ ଆମର ଏହି ଯାତ୍ରାରେ ମୁବାଦଲା ପରି ବିଶ୍ୱର ଅନ୍ୟତମ ଚମତ୍କାର ତଥା ପରିବର୍ତ୍ତନଶୀଳ ଅଭିବୃଦ୍ଧି ନିବେଶକ ଆମ ସହ ହାତ ମିଳାଇଛି,’’ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (CMD) ମୁକେଶ ଅମ୍ବାନୀ (Mukesh Ambani) ।
ସେ ଆହୁରି କହିଛନ୍ତି, ‘‘ଆବୁଧାବି ସହିତ ମୋର ଦୀର୍ଘ ଦିନର ସମ୍ପର୍କ ମାଧ୍ୟମରେ ମୁଁ ୟୁ.ଏ.ଇ.ର ଜ୍ଞାନ-ଆଧାରିତ ଅର୍ଥନୀତିକୁ ବିବିଧ ତଥା ବିଶ୍ୱ ସ୍ତରରେ ସଂଯୋଗ କରିବାରେ ମୁବାଦଲାର କାର୍ଯ୍ୟର ପ୍ରଭାବ ଦେଖିଛି । ବିଶ୍ୱ ସାରା ଅଭିବୃଦ୍ଧି ଯାତ୍ରାକୁ ସମର୍ଥନ କରିବାରେ ମୁବାଦଲାର ଅଭିଜ୍ଞତା ଓ ଜ୍ଞାନରୁ ଲାଭାନ୍ୱିତ ହେବୁ ବୋଲି ଆମେ ଆଶା କରୁଛୁ ।’’
ମୁବାଦଲା ଇନଭେଷ୍ଟମେଣ୍ଟ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ଗ୍ରୁପ୍ ସିଇଓ ଖାଲଡୁନ୍ ଆଲ୍ ମୁବାରକ ଏକ ବିବୃତ୍ତିରେ କହିଛନ୍ତି ଯେ ନୂତନ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଜଟିଳ ଆହ୍ୱାନର ମୁକାବିଲା କରୁଥିବା ଓ ନୂଆ ସୁଯୋଗ ସୃଷ୍ଟି କରୁଥିବା ଉଚ୍ଚ ଅଭିବୃଦ୍ଧି ସମ୍ପନ୍ନ କମ୍ପାନୀଗୁଡିକରେ ପୁଞ୍ଜି ବିନିଯୋଗ କରିବା ଓ ସେମାନଙ୍କ ସହ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ମୁବାଦଲା ପ୍ରତିଶ୍ରୁତିବଦ୍ଧ ।

ଜୁନ୍ ୩ରେ RIL ୭ ବିଲିୟନ ଡଲାରର ରାଇଟ୍ସ ଇସ୍ୟୁ ବନ୍ଦ କରିଛି, ଯାହା ଭାରତର ସର୍ବ ବୃହତ ରାଇଟ୍ସ ଇସ୍ୟୁ ।
‘‘ଆମେ ଦେଖିଛୁ ଯେ ଜିଓ ଭାରତରେ ଯୋଗାଯୋଗ ଓ ସଂଯୋଗରେ ପରିବର୍ତ୍ତନ ଆଣିସାରିଛି । ଏକ ନିବେଶକ ଓ ସହଭାଗୀ ଭାବରେ ଆମେ ଭାରତର ଡିଜିଟାଲ ଅଭିବୃଦ୍ଧି ଯାତ୍ରାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଜିଓର ନିବେଶକ ଓ ଅଂଶୀଦାରଙ୍କ ନେଟୱାର୍କ ଦ୍ୱାରା ଏହି ପ୍ଲାଟଫର୍ମ କମ୍ପାନୀ ଡିଜିଟାଲ ଅର୍ଥନୀତିର ବିକାଶକୁ ଆହୁରି ଆଗକୁ ବଢ଼ାଇବ ବୋଲି ଆମେ ବିଶ୍ୱାସ କରୁ,’’ କହିଛନ୍ତି ଖାଲଡୁନ୍ ଆଲ୍ ମୁବାରକ ।
ଜିଓ ପ୍ଲାଟଫର୍ମରେ ଏହି ବିନିଯୋଗ ମୁବାଦଲା ଦ୍ୱାରା କୌଣସି ଭାରତୀୟ କମ୍ପାନୀରେ ବୃହତ୍ତମ ବିନିଯୋଗ । ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି (ADIA) ପରେ ଆବୁଧାବିରେ ମୁବାଦଲା ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ରୀୟ ନିବେଶକ, ଯିଏ ପାଖାପାଖି ୨୪୦ ବିଲିୟନ ଡଲାର ସମ୍ପତ୍ତି ପରିଚାଳନା କରୁଛି । ଜିଓ ପ୍ଲାଟଫର୍ମ ପ୍ରତି ବିଶ୍ୱସ୍ତରୀୟ ନିବେଶକମାନଙ୍କ ଆଗ୍ରହ ଭାରତର ଡିଜିଟାଲ ଅର୍ଥନୀତିରେ ଏହି କମ୍ପାନୀର ପ୍ରଧାନ ଖେଳାଳୀ ହେବାର ସମ୍ଭାବନାକୁ ପ୍ରତିଫଳିତ କରୁଛି ।
ମେ ୨୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଘୋଷଣା କରିଥିଲା ଯେ ଘରୋଇ ଇକ୍ୱିଟି ଫାର୍ମ କେକେଆର୍ ୨.୩୨ ପ୍ରତିଶତ ଅଂଶଧନ ପାଇଁ ଜିଓ ପ୍ଲାଟଫର୍ମରେ ୧୧,୩୬୭ କୋଟି ଟଙ୍କା ବିନିଯୋଗ କରିବ। ଏହା ପୂର୍ବରୁ ଜେନେରାଲ ଆଟଲାଣ୍ଟିକ୍ ମେ ୧୮ରେ କହିଛି ଯେ ଏହା ଜିଓ ପ୍ଲାଟଫର୍ମରେ ୧.୩୪ ପ୍ରତିଶତ ଅଂଶଧନ ୬,୫୯୮.୩୮ କୋଟିରେ କ୍ରୟ କରିବ । ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (VEP) ମେ ୮ରେ ୧୧,୩୬୭ କୋଟି ଟଙ୍କାରେ ଜିଓ ପ୍ଲାଟଫର୍ମରେ ୨.୩୨ ପ୍ରତିଶତ ଅଂଶଧନ କ୍ରୟ କରିବ ବୋଲି କହିଥିଲା ।
ଆମେରିକାର ଘରୋଇ ଇକ୍ୱିଟି ଫାର୍ମ ସିଲଭର ଲେକ୍ ମଇ ୫ରେ କହିଥିଲା ଯେ ଏହା ଜିଓ ପ୍ଲାଟଫର୍ମରେ ୧.୧୫ ପ୍ରତିଶତ ଅଂଶଧନ ପାଇଁ ୫,୬୫୫.୭୫ କୋଟି ଟଙ୍କା ବିନିଯୋଗ କରିବ । ଏପ୍ରିଲ୍ ୨୨ରେ ଫେସବୁକ୍ ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶଧନ ପାଇଁ ୫.୭ ବିଲିୟନ ଡ଼ଲାର ବିନିଯୋଗ କରିବ ବୋଲି କହିଥିଲା ।
ଜୁନ୍ ୩ରେ RIL ୭ ବିଲିୟନ ଡଲାରର ରାଇଟ୍ସ ଇସ୍ୟୁ ବନ୍ଦ କରିଛି, ଯାହା ଭାରତର ସର୍ବ ବୃହତ ରାଇଟ୍ସ ଇସ୍ୟୁ । ଏହା କ୍ରେତାମାନଙ୍କୁ ଏକ ବିରଳ ବିଳମ୍ବିତ ଦେୟ ଅଫର (deferred payment offer) ଦେଇ ଆକର୍ଷିତ କରିଛି । ଏହି ରାଇଟ୍ସ ଇସ୍ୟୁ ୧.୬ ଗୁଣା ଓଭରସବସ୍କ୍ରାଇବ କରାଯାଇଥିଲା । ଏହି ବିକ୍ରୟରୁ ଆୟ ବିଶ୍ୱର ଅଣ-ଆର୍ଥିକ କମ୍ପାନୀମାନଙ୍କ ଦ୍ୱାରା ବୃହତ୍ତମ ଆୟରେ ସ୍ଥାନିତ ହୋଇଛି ଓ ଏହା ରିଲାଏନ୍ସର ଋଣ ପରିମାଣକୁ ଚଳିତ ବର୍ଷ ଶୂନ୍ୟରେ ପହଞ୍ଚାଇବାରେ ସାହାଯ୍ୟ କରିବ ।
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।ଏହା ବି ପଢ଼ନ୍ତୁ: ରିଲାଏନ୍ସ ନିଜ ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ PPE ତିଆରି କରିବାରେ ଲଗାଇଛି; ଦାମ୍ କମ୍ ରଖିଛିଏହା ବି ପଢ଼ନ୍ତୁ: ରିଲାଏନ୍ସର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍ସ ଇସ୍ୟୁକୁ ଜବରଦସ୍ତ ସମର୍ଥନ ମିଳିଲାଏହା ବି ପଢ଼ନ୍ତୁ: କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲାଏହା ବି ପଢ଼ନ୍ତୁ: ମାସକରେ ରିଲାଏନ୍ସର ପଞ୍ଚମ ଡିଲ୍: ଜିଓ ପ୍ଲାଟଫର୍ମର ୨.୩୨% KKRକୁ ୧୧,୩୬୭ କୋଟି ଟଙ୍କାରେ ବିକିଲାଏହା ବି ପଢ଼ନ୍ତୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲାଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନିଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।