ଟ୍ରାକକୁ ଫେରୁଛି ରାଜ୍ୟର କ୍ଷୁଦ୍ର ଶିଳ୍ପ କ୍ଷେତ୍ର; ଶିଳ୍ପପତିମାନେ ଅନେଇଛନ୍ତି ସରକାରୀ ସହାୟତାକୁ

ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (MSME) କ୍ଷେତ୍ରରେ ପଞ୍ଜିକୃତ ଶିଳ୍ପଦ୍ୟୋଗୀଙ୍କ ସଂଖ୍ୟା ୧୫ ଲକ୍ଷରୁ ଅଧିକ । ଏମାନେ ବର୍ଷକୁ ପ୍ରାୟ ୪୫ ଲକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି । ଲକଡାଉନ ସଙ୍କଟ ପରେ ଏମାନେ ଏବେ ସ୍ଥିତି ସୁଧୁରିବ ବୋଲି ଆଶା କରୁଛନ୍ତି ।

ଟ୍ରାକକୁ ଫେରୁଛି ରାଜ୍ୟର କ୍ଷୁଦ୍ର ଶିଳ୍ପ କ୍ଷେତ୍ର; ଶିଳ୍ପପତିମାନେ ଅନେଇଛନ୍ତି ସରକାରୀ ସହାୟତାକୁ
ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ କ୍ଷୁଦ୍ର ଶିଳ୍ପ ସଂସ୍ଥାରେ କାମ ଚାଲିଛି ।
  • News18 Odia
  • Last Updated: January 7, 2021, 8:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲମ୍ବା ବ୍ୟବଧାନ ପରେ ଟ୍ରାକକୁ ଫେରିବା ଆରମ୍ଭ କରିଛି ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (MSME) କ୍ଷେତ୍ର । କରୋନା ଭୂତାଣୁର ପ୍ରଭାବ କମି କମି ଯାଉଥିବା କାରଣରୁ MSME କ୍ଷେତ୍ରରେ ଲକଡାଉନ୍‌ ସମୟର ମାତ୍ର ୩୦ ପ୍ରତିଶତ ବ୍ୟବସାୟିକ ଧାରା ବୃଦ୍ଧି ପାଇ ଏବେ ୭୦ ପ୍ରତିଶତରେ ପହଞ୍ଚିଛି । ଏହା ଖୁବ୍‌ ଶୀଘ୍ର ୧୦୦ ପ୍ରତିଶତରେ ପହଞ୍ଚିବ ବୋଲି କ୍ଷୁଦ୍ର ବ୍ୟବସାୟୀମାନେ ଆଶାବାଦୀ ଥିବା ବେଳେ ୟୁସିସିଆଇ ମତ ଯେ ଏଥି ପାଇଁ ସରକାରୀ ପ୍ରୋତ୍ସାହନ ଦରକାର ।

ଶିଳ୍ପ ବିଶେଷଜ୍ଞମାନଙ୍କ ମତରେ କୋଭିଡ ସମୟରେ ସରକାରଙ୍କ ପ୍ରାଥମିକତା ରହିବ ଟିକାକରଣ ଉପରେ । ତେଣୁ ଆଗକୁ ବଢ଼ିବା ଲାଗି  ସରକାରୀ ସହାୟତା ନୁହେଁ, ବରଂ ବ୍ୟବସାୟୀମାନେ ନିଜ ସ୍ତରରେ ଉଦ୍ୟମ କରିବା ଜରୁରୀ । ରାଜ୍ୟରେ କୋଭିଡର ପ୍ରଭାବ କମି ଆସୁଥିବା ବେଳେ ଓ ଧିରେ ଧୀରେ ଜୀବନ ଧାରା ସ୍ୱାଭାବିକ ହେଉଥିବା ବେଳେ MSME କ୍ଷେତ୍ରର ପ୍ରଗତି କ୍ଷୁଦ୍ର ଶିଳ୍ପପତିଙ୍କ ପାଇଁ ଆଣିଛି ଆଶାର ଆଲୋକ ।

ଏହା ବି ପଢ଼ନ୍ତୁ ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

‘‘କୋଭିଡର ପ୍ରଭାବ କାରଣରୁ ଦୁଇ ମାସ ତଳେ ମୋ’ର ନିୟମିତ ବ୍ୟବସାୟ ମାତ୍ର ୩୦ ପ୍ରତିଶତ ଭିତରେ ସିମୀତ ଥିଲା। ହେଲେ ଏବେ କୋଭିଡ ପ୍ରଭାବ କମ୍‌ ହେଉଥିବା କାରଣରୁ ମୋ’ ବ୍ୟବସାୟ ୭୦ ପ୍ରତିଶତରେ ପହଞ୍ଚିଛି । ଖୁବ୍‌ ଶୀଘ୍ର ଏହା ୧୦୦ ପ୍ରତିଶତ ଛୁଇଁବ ବୋଲ ମୁଁ ଆଶା କରୁଛି,’’ କହିଛନ୍ତି କ୍ଷୁଦ୍ର ବ୍ୟବସାୟୀ ବଂଶୀଧର ବାରିକ ।

ଏହା ବି ପଢ଼ନ୍ତୁ | ସଲମାନ୍ ଖାନଙ୍କ ଅଖତର ଚାଚା ଠେଲା ଲଗେଇ ଦରିଦ୍ର ଜୀବନ କାଟୁଛନ୍ତି; ମନରେ ଏହି ଆଶା ରହିଛି

ଉତ୍କଳ ଚାମ୍ବର ଅଫ କମର୍ସ ୟୁସିସିଆର ବରିଷ୍ଠ କର୍ମକର୍ତ୍ତା ବ୍ରହ୍ମା ମିଶ୍ର କହିଛନ୍ତି ଯେ ସ୍ଥିତି ସୁଧୁରିବାରେ ଲାଗିଥିବାର ସଙ୍କେତ ମିଳୁଛି । ‘‘ରାଜ୍ୟରେ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାରଙ୍କ  ପ୍ରାଥମିକତା ରହିଛି । ଏଥି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ ସଫଳତାର ସହ ଲାଗୁ କରିଛନ୍ତି । ଉଦ୍ୟୋଗୀଙ୍କ ସୁବିଧା ପାଇଁ ଫାଇଭ-ଟି କାର୍ଯ୍ୟକ୍ରମ ଅଧୀନରେ ୧୧ ପ୍ରକାର ଅନ୍‌ଲାଇନ ସେବା ମଧ୍ୟ ପ୍ରଦାନ କରା ଯାଉଛି । ହେଲେ ତଳ ସ୍ତରରେ ଏହାର ପ୍ରତିଫଳନ ହେଉନାହିଁ । ଲମ୍ବା ସମୟ ଧରି ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହୁଥିବା କାରଣରୁ ବ୍ୟବସାୟୀଙ୍କୁ ସ୍ଵତନ୍ତ୍ର ରିହାତି ମିଳିବା ଦରକାର,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଇଏ ଏମିତି ଦେଶ! ଏଠାକାର ରାଜା ପ୍ରତି ବର୍ଷ ଏକ କୁଆଁରୀ ଝିଅକୁ ବାହା ହୁଅନ୍ତି; ତାଙ୍କର ୧୫ ପତ୍ନୀ

ଶିଳ୍ପ ବିଶେଷଜ୍ଞ ଭବାନୀ ଶଙ୍କର ପାଣି କହିଛନ୍ତି, ‘‘ଏବେ ସରକାରଙ୍କ ଆଗରେ ପ୍ରାଥମିକତା ହେଉଛି କୋଭିଡ ଟିକାକରଣ। ଏଥି ପାଇଁ ବିପୁଳ ଅର୍ଥ ଓ ଉଦ୍ୟମର ଆବଶ୍ୟକତା ଅଛି । ସେହି କାରଣରୁ ଶିଳ୍ପ ଉଦ୍ୟୋଗୀମାନେ ଏବେ ନିଜ ଆଡୁ ଉଦ୍ୟମ କରିବା ଦରକାର ।  କିଛି  ମାସ ଭିତରେ ସ୍ଥିତି ସୁଧୁରିବା ଆରମ୍ଭ କରିବ ।’’



ୟୁସିସିଆଇ ଅନୁସାରେ ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ପଞ୍ଜିକୃତ ମୋଟ ଶିଳ୍ପଦ୍ୟୋଗୀଙ୍କ ସଂଖ୍ୟା ପ୍ରାୟ ୧୫ ଲକ୍ଷରୁ ଅଧିକ । ଏମାନେ ବର୍ଷକୁ ପ୍ରାୟ ୪୫ ଲକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତି । ଲକଡାଉନର ପ୍ରଭାବରେ ଏମାନେ ସଙ୍କଟରେ ଥିବା ଯୋଗୁଁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ କର୍ମସଂସ୍ଥାନ ହରାଇବା ସମ୍ଭାବନା ରହିଥିଲା । ଏବେ ସ୍ଥିତି ସୁଧୁରିବାରେ ଲାଗିଛି, ହେଲେ ସରକାରୀ ସହାୟତା ମିଳିଲେ ଏହା ତ୍ୱରାନ୍ୱିତ ହୋଇ ପାରିବ ବୋଲି ଅନେକ ଶିଳ୍ପପତି ମତ ଦେଇଛନ୍ତି ।
Published by: Anand Shankar Thankur Das
First published: January 7, 2021, 8:31 PM IST
corona virus btn
corona virus btn
Loading