ଚାକିରି କରୁଥିବା ଲୋକଙ୍କଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଉପରେ ସମସ୍ତଙ୍କର ଗୋଟିଏ ମତ

ରାଜ୍ୟରେ ମାସକରୁ ଅଧିକ ସମୟ ଧରି ଜାରିଥିବା ଲକଡାଉନ୍ କଟକଣାର ପ୍ରଭାବ ବସ୍ ଷ୍ଟାଣ୍ଡ୍, ରେଳ ଷ୍ଟେଶନ ଓ ବିମାନ ବନ୍ଦରରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ।

ଚାକିରି କରୁଥିବା ଲୋକଙ୍କଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଉପରେ ସମସ୍ତଙ୍କର ଗୋଟିଏ ମତ
ଭୁବନେଶ୍ୱରରେ ଲକଡାଉନ୍ କଟକଣା ଭାଙ୍ଗି ବାହାରକୁ ବାହାରିଥିବା ଜଣେ ଯୁବକଠୁ ଫାଇନ୍ ଆଦାୟ ହେଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ଼ର ଦ୍ୱିତୀୟ ଲହରୀକୁ ଆଖିରେ ରଖି ମେ ମାସ ୫ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନକୁ ମାସଟିଏ ପୂକିବା ପରେ ଏହା ସଂକ୍ରମଣର ବେଗକୁ କମାଇବାରେ ସଫଳ ହୋଇଥିଲେ ବି ଏହାର ପୁନରାବୃତ୍ତି ନ ହେଉ ବୋଲି ଅଧିକାଂଶ ଲୋକଙ୍କ ମତ । ଜୀବନ ଓ ଜୀବିକାକୁ ନେଇ ହନ୍ତସନ୍ତ ହେଉଥିବା ସାଧାରଣ ଲୋକେ ଏବେ କଟକଣା କୋହଳ ହେଉ ବୋଲି ଚାହୁଁଛନ୍ତି ।

ଲକଡାଉନ୍‌ କଟକଣାର ପ୍ରଭାବ ବସ୍‌ ଷ୍ଟାଣ୍ଡ୍‌, ରେଳ ଷ୍ଟେଶନ ଓ ବିମାନ ବନ୍ଦରରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଚାକିରିବାକିରି କରୁଥିବା ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ଲୋକେ ଗତ ମାସେ ହେଲା କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି । ସେମାନେ ଏବେ ଚାହୁଁ ନାହାନ୍ତି ଆଉ ଲକଡାଉନ୍‌ ଅବଧି ବଢୁ । ଅନେକଙ୍କ ମତ ଯେ ନିହାତି ଆବଶ୍ୟକ ନ ହେଲେ ଲକଡାଉନରେ ବିରାମ ଦିଆଯାଉ ମାତ୍ର ଆବଶ୍ୟକ କରୋନା ନିୟମାବଳୀର ପାଳନ କରାଯାଉ ।

ଏହା ବି ପଢ଼ନ୍ତୁ | ‘‘ଅଙ୍କଲ୍ ପୂରା ପରିବାର ଗାଁ ରାଜ ଭବନକୁ ନେଇଆସିଛନ୍ତି,’’ ବେଙ୍ଗଲ୍ ରାଜ୍ୟପାଳଙ୍କୁ ପ୍ରମାଣ ସହ କହିଲେ TMC MP ମହୁଆ ମୋଇତ୍ରା

‘‘ଦିନ ଥିଲା  ଭୁବନେଶ୍ୱରର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ଦିନରାତି ଲୋକଙ୍କର ଭିଡ଼ ଲାଗି ରହୁଥିଲା । ରାଜ୍ୟର ସବୁ ପ୍ରାନ୍ତକୁ ଏଠାରୁ ବସ ଚଳାଚଳ କରୁଥିଲା । କିନ୍ତୁ କୋଭିଡ୍‌ ମାଡ଼ରେ ଏବେ ସବୁ ଠପ୍ ହୋଇଯାଇଛି । ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ରାଜ୍ୟରେ ଚାଲୁଥିବା ହଜାର ହଜାର ବସ୍‌ । ବସ୍‌ ଷ୍ଟାଣ୍ଡ ଲାଗୁଛି ଯେମିତି ଏକ ପରିତ୍ୟକ୍ତ ଇଲାକା । ବର୍ଷକରୁ ଅଧିକ ସମୟ ହେଲା ଏଠି ଏମିତିକା ଅବସ୍ଥା ଜାରି ରହିଛି,’’ କହିଛନ୍ତି ବସ୍‌ ମାଲିକ ରଘୁନାଥ ବେହେରା ।

ଏହା ବି ପଢ଼ନ୍ତୁ | ତ୍ରିପୁରାରେ CPI(M) ବିଧାୟକ ଲୋକଙ୍କୁ ବାଡ଼ି ଲୁହା ପାଇପ୍ ରଖିବାକୁ କହିଲେ; BJP କହିଲାଦଣ୍ଡ ମିଳୁ

ଆଉ ଜଣେ ବସ୍‌ ମାଲିକ ସୁବୋଧ ପ୍ରଧାନ କହିଛନ୍ତି: ‘‘ଏବେ ଏଠି କେବଳ ଗାଡ଼ି ମାଲିକମାନେ ଦୈନିକ ଉପସ୍ଥାନ ଦେଇ ଚାଲି ଯାଉଛନ୍ତି । ଗତ ମାସ ୫ ତାରିଖରେ ରାଜ୍ୟରେ ଲକଡାଉନ୍‌ ଲାଗୁ ପରେ ସମ୍ପୂର୍ଣ୍ଣ ଭାବେ ବସ୍‌ ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ମୋ’ ଭଳି ଗାଡ଼ି ମାଲିକଙ୍କ ଅବସ୍ଥା ଶୋଚନୀୟ ହେଲାଣି । ତେଣୁ ଆଉ ଲକଡାଉନକୁ ନା ।’’

ଏହା ବି ପଢ଼ନ୍ତୁ | ଏବେ ଆପଣ ବିନା କୌଣସି ଡକ୍ୟୁମେଣ୍ଟରେ ବି ଆଧାର କାର୍ଡ଼ ବନାଇ ପାରିବେ; ଜାଣନ୍ତୁ କେମିତି

ଭୁବନେଶ୍ୱର ରେଳ ଷ୍ଟେଶନରେ ଯାତ୍ରୀ ପରିବହନ ଅବସ୍ଥା ବି ଶୋଚନୀୟ ହୋଇପଡ଼ିଛି । କୋଭିଡ୍‌ ପ୍ରଭାବରେ ପୂର୍ବତଟ ରେଳବାଇର ପ୍ରାୟ ୭୦ ପ୍ରତିଶତ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ଷ୍ଟେଶନରେ କୁଲି କାମ କରୁଥିବା ଲୋକେ ମଧ୍ୟ ହାତ ବାନ୍ଧି ବସିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜବରଦସ୍ତ୍ ବୋହୂ! ଗାଡ଼ି ମିଳିବାରୁ କରୋନା ପୀଡି଼ତ ଶ୍ୱଶୁରଙ୍କୁ କାନ୍ଧରେ ବୋହି ହସପିଟାଲ୍କୁ ନେଲେ

‘‘ଯାତ୍ରୀବାହୀ ଟ୍ରେନ୍‌ ସଂଖ୍ୟା କମ୍‌ କରି ଦିଆଯାଇଥିବାରୁ ଆମମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବିଶେଷ କରି ଗତ ମାସକ ତଳେ ଆରମ୍ଭ ହୋଇଥିବା ଲକଡାଉନ୍‌ ଆମ ଭଳି ଲୋକଙ୍କ ଜୀବିକା ମାରି ଦେଇଛି,’’ କହିଛନ୍ତି ଷ୍ଟେସନର କୁଲି ନେତା ରଞ୍ଜନ କୁମାର ପ୍ରଧାନ । ରେଳ ଯାତ୍ରୀମାନେ ମଧ୍ୟ ଏହି ଲକଡାଉନ୍‌ ଅବଧି ବଢ଼ାଇବା ସପକ୍ଷରେ ନାହାନ୍ତି ।  ‘‘ବାରମ୍ବାର ଲକଡାଉନ୍ ଅନେକ ଅନିଶ୍ଚିତତାକୁ ଆମନ୍ତ୍ରଣ କରୁଛି,’’ କହିଛନ୍ତି  ରେଳ ଯାତ୍ରୀ ଲଳିତ।

ଏହା ବି ପଢ଼ନ୍ତୁ | ଟ୍ୱିଟରକୁ କେନ୍ଦ୍ର ସରକାରଶେଷ ଚେତାବନୀଦେଲେ; ବଡ଼ ନେତାଙ୍କ ବ୍ଲୁ ଟିକ୍ ହଟାଇବା ପରେ ପୁଣି ଫେରାଇଲା

ଅଷ୍ଟ୍ରେଲିଆ ଯାଉଥିବା ବିମାନ ଯାତ୍ରୀ ସନ୍ତୋଷ କୁମାର ମହାସୁଆର କହିଛନ୍ତି, ‘‘ଆବଶ୍ୟକତା ଅନୁସାରେ ରାଜ୍ୟ ପ୍ରଶାସନ ଲକଡାଉନ୍‌ କରିବା କିଛି ଭୁଲ୍‌ କଥା ନୁହେଁ । କିନ୍ତୁ ଲମ୍ବା ସମୟ ଧରି ଓ ବାରମ୍ବାର ଲକଡାଉନ୍‌ ଲାଗି ରହିଲେ ତା’ର ପ୍ରଭାବ ଲୋକଙ୍କ ଜୀବିକା ଉପରେ ପଡ଼ୁଛି । ବିମାନ ସଂଖ୍ୟା କମୁଛି  ଓ ବିମାନରେ ଯିବା ଆସିବା ପାଇଁ କଟକଣା ମଧ୍ୟ ବଢୁଛି, ଯାହାକୁ ବାରମ୍ବାର ଅନୁପାଳନ କରିବା କଷ୍ଟକର । ଆଉ ଲକଡାଉନ୍‌ ନ ବଢି଼ବା ଉଚିତ ।’’



ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟା କମ୍‌ ରହୁଥିବାରୁ ଏହା କ୍ୟାବ୍ ଡ୍ରାଇଭରମାନଙ୍କ ପେଟକୁ ନାତ ବୋଲି କହିଛନ୍ତି ସେମାନେ । ସବୁ ବର୍ଗର ଯାତ୍ରୀଙ୍କ ମତ ଯେ ଜୀବନ ଆଳରେ ଜୀବିକାକୁ ଅଣଦେଖା କରାଯିବା ଅନୁଚିତ । ଦୀର୍ଘକାଳୀନ ଲକଡାଉନ୍‌ ନୁହେଁ, ଜନସଚେତନତାକୁ ଅଧିକ ଗୁରୁତ୍ୱ ଦିଆ ଗଲେ କୋଭିଡ୍‌ ସଂକ୍ରମଣର ଚେନ୍‌ ଭାଙ୍ଗିବ ବୋଲି ସାଧାରଣ ଲୋକଙ୍କ ପରି ଅନେକ ଏକ୍ସପର୍ଟମାନଙ୍କର ମତ ।
Published by: Anand ST Das
First published: June 5, 2021, 11:55 PM IST