ଲକଡାଉନ୍ ଯୋଗୁଁ କମ୍ କର୍ମଚାରୀରେ ଚାଲିଛି ରାଜ୍ୟର ଅଧିକାଂଶ ସରକାରୀ କାର୍ଯ୍ୟାଳୟ

ରାଜ୍ୟର ସରକାରୀ ଅଫିସମାନଙ୍କରେ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇ ୫୦ ପ୍ରତିଶତ କର୍ମଚାରୀରେ ଚାଲିଛି ୧୧ଟି ବିଭାଗ ଓ ୧୦ ପ୍ରତିଶତ କର୍ମଚାରୀରେ ଚାଲିଛି ୧୪ଟି ବିଭାଗ ।

ଲକଡାଉନ୍ ଯୋଗୁଁ କମ୍ କର୍ମଚାରୀରେ ଚାଲିଛି ରାଜ୍ୟର ଅଧିକାଂଶ ସରକାରୀ କାର୍ଯ୍ୟାଳୟ
ରାଜ୍ୟ ସଚିବାଳୟ
  • News18 Odia
  • Last Updated: April 14, 2020, 3:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ପ୍ରଭାବରେ ସାରା ଦେଶରେ ଅଖ ଚକ ବନ୍ଦ ଥିବା ବେଳେ କେବଳ ଜରୁରୀକାଳୀନ ସେବାକୁ ଛାଡ଼ି ବାକି ସବୁ କାର୍ଯ୍ୟ ଠପ୍‌ ହୋଇପଡିଛି । ପ୍ରାଇଭେଟ ଅଫିସଗୁଡ଼ିକ ୱାର୍କ ଫ୍ରମ ହୋମ କରାଯାଉଛି । ଏପରି ସ୍ଥଳେ ଆମ ରାଜ୍ୟରେ ବି ସମାନ ପରିସ୍ଥିତି ଥିବା ବେଳେ ସରକାରୀ କାର୍ଯ୍ୟ ବି ବାଧାପ୍ରାପ୍ତ ହୋଇଛି ।

ସ୍କୁଲ କଲେଜରେ ଛୁଟି ଘୋଷଣା କରାଯାଇଥିବା ବେଳେ ଅନେକ ସରକାରୀ ଅଫିସ ବନ୍ଦ ରହିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସାମାଜିକ ଦୂରତା ଅବଲମ୍ବନ କରି କିପରି କାର୍ଯ୍ୟ କରି ହେବ ସେ ନେଇ ବ୍ୟବସ୍ଥା କରାଯାଇଛି । ଲକଡାଉନ ଅବଧିରେ କେଉଁ ବିଭାଗ କାମ କେମିତି କାମ କରିବା ସେ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବେଳେ ସବୁ ବାତିଲ କରାଯାଇ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ସେହି ନୂଆ ବ୍ଜ୍ଞପ୍ତି ଅନୁସାରେ କାର୍ଯ୍ୟ ଚାଲିଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ନୂଆ ବିଜ୍ଞପ୍ତି ଅନୁସାରେ ୧୧ଟି ବିଭାଗ ସମ୍ବେଦନଶୀଳ, ୧୪ଟି ବିଭାଗ ଆଂଶିକ  ସମ୍ବେଦନଶୀଳ ଏବଂ ଅବଶିଷ୍ଟ ୧୭ଟି ବିଭାଗ ବିନା-ସମ୍ବେଦନଶୀଳ ବିଭାଗ ଭାବେ ଗଣନା କରାଯାଉଛି । ଲୋକସେବା ଭବନ ସମେତ ଭୁବନେଶ୍ୱର ଓ କଟକରେ ଥିବା ସମ୍ବେଦନଶୀଳ ବର୍ଗର ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ।ଫିଲଡ଼ ଅଫିସ ଗୁଡିକ କିପରି ଚାଲିବ ପ୍ରଶାସନିକ ବିଭାଗ ନିଷ୍ପତ୍ତି ନେବ।ପୁର୍ବରୁ ଗୃହ,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,

ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସମବାୟ,ଗୃହ ଓ ନଗର ଉନ୍ନୟନ,ଶ୍ରମ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପରି ବିଭାଗ ଗୁଡିକ ଥିବା ବେଳେ କୃଷି,ମତ୍ସ୍ୟ ଓ ପଶୁସମ୍ପଦ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସମ୍ବେଦନଶୀଳ ବର୍ଗରେ ଯୋଡି ହୋଇଛି ।

ଆଗକୁ ଖରା ବୃଦ୍ଧି ପାଇବା ସହିତ କୃଷି କାର୍ଯ୍ୟ ଆରମ୍ଭ ହେଉଥିବାରୁ ଏହି ବିଭାଗ ଗୁଡିକୁ ସାମିଲ କରାଯାଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସରକାର ଲକ୍ଷ ରଖିଥିବା କୁହାଯାଉଛି।ଏପରିକି ଲୋକସେବା ଭବନରେ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ବୁଝିବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ ରହିଛି । ସେହିପରି ଆଂଶିକ ସମ୍ବେଦନଶୀଳ ବର୍ଗରେ ଯାଉଥିବା ବିଭାଗ ଗୁଡିକ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଥିବା ବେଳେ ଫିଲଡ଼ ଅଫିସ ଗୁଡିକ  ଚାଲିବା ନେଇ  ପ୍ରଶାସନିକ ବିଭାଗ ନିଷ୍ପତ୍ତି ନେବ । ବିନା ସମ୍ବେଦନଶୀଳ ବର୍ଗରେ ଯାଉଥିବା ବିଭାଗ କର୍ମଚାରୀ ଅଫିସ ନ ଆସିବାକୁ କୁହାଯାଇଛି । କିନ୍ତୁ ଆଲର୍ଟ ରହିବା ସହିତ କୌଣସି ସମୟରେ ଡକାଗଲେ ପ୍ରସ୍ତୁତ ରହିବା ସହ ଫୋନରେ ମନିଟର କରିବାକୁ ନିର୍ଦେଶ ରହିଛି ।

ସାମାଜିକ ଦୁରତା ସହ ସ୍ୱଚ୍ଛତା ଓ କର୍ମଚାରୀଙ୍କ ସୁରକ୍ଷା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଲୋକସେବା ଭବନରେ ଅତ୍ୟାଧୁନିକ ଅଟୋ ସାନିଟାଇଜେସନ ବ୍ୟବସ୍ଥା କରାଯାଇଛି। ଲୋକସେବା ଭବନର ୫ ନମ୍ବରର ଗେଟରେ ଏହି ବ୍ୟବସ୍ଥା କରାଯାଇଛି । ତେବେ ଅତ୍ୟାଧୁନିକ ପ୍ରଣାଳୀରେ ଆରମ୍ଭ ହୋଇଥିବା ଏହି ସାନିଟାଇଜର ମେସିନକୁ ‘ମୋ ସାନିଟାଇଜର ସୁଡ଼ଙ୍ଗ’ ନାମରେ ନାମକରଣ କରାଯାଇଛି । ଲୋକସେବା ଭବନର ସମସ୍ତ କର୍ମଚାରୀଙ୍କ ପ୍ରସ୍ଥାନ ଓ ପ୍ରବେଶ ସମୟରେ ଏହି ଅତ୍ୟାଧୁନିକ ସାନିଟାଇଜର ବ୍ୟବସ୍ଥାର ବ୍ୟବହାର ହେଉଛି ।

ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଲୋକସେବା ଭବନର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହ କାଶ, ଛିଙ୍କ ଓ ଜ୍ୱର ପରି କରୋନା ଲକ୍ଷଣ ଅନୁଭବ କଲେ ଛୁଟି ନେବାକୁ ପରାମର୍ଶ ଦେଇଥିଲେ । ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ଛୁଟି ନେଇପାରିବେ ବୋଲି ସାଧାରଣ ପ୍ରଶ୍ନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
First published: April 14, 2020, 3:28 PM IST
corona virus btn
corona virus btn
Loading