News18 Odia Digital
ଭୁବନେଶ୍ୱର: ନଗର ନିଗମ ଓ କମିଶନରେଟ୍ ପୋଲିସର ଶତ ଚେଷ୍ଟା ସତ୍ତ୍ୱେ କରୋନା ଭାଇରସ୍ ସଂକ୍ରମଣ ବଢ଼ିଚାଲିବା ପଛରେ ଲକଡାଉନ୍ ସମୟରେ ବି ଲୋକେ ବିଭିନ୍ନ କାରଣରୁ ପରସ୍ପର ସହି ମିଳାମିଶା କରିବାର ଏକ ବଡ଼ ଭୂମିକା ରହିଛି । ସେଇଥି ପାଇଁ ଭୁବନେଶ୍ୱର ଓ କଟକରେ ଲକଡାଉନ୍ କଟକଣାକୁ ପୋଲିସ ଆହୁରି କଡ଼ା କରିଛି ଯାହା ଫଳରେ ଲୋକମାନଙ୍କର ଘରୁ ବାହାରିବା କମ୍ ହେବ ।
ଗୁରୁବାର ଦିନଠାରୁ ଜାରି ହୋଇଥିବା ନୂଆ କଟକଣା ଅନୁସାରେ ଭୁବନେଶ୍ୱର ଓ କଟକରେ ମର୍ଣ୍ଣିଂ ୱାକ୍ (ପ୍ରାତଃ ଭ୍ରମଣ), ଇଭିନିଂ ୱାକ୍ ଓ ସାଇକେଲ୍ ଚାଳନାକୁ ନିଷିଦ୍ଧ କରାଯାଇଛି । ଟ୍ୱିନ୍ ସିଟିର ପୋଲିସ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି କଟକଣା ଘୋଷଣା କରି କହିଛନ୍ତି ଯେ ଏହାକୁ ଅମାନ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…‘‘ଲକଡାଉନର ଗାଇଡଲାଇନ୍ ମୁତାବକ ମର୍ଣ୍ଣିଂ ୱାକ୍, ଇଭିନିଂ ୱାକ୍ ଓ ସାଇକ୍ଲିଂ ଆଦିକୁ ନିଷିଦ୍ଧ କରାଯାଇଛି । ଅନେକ ସ୍ଥାନରେ ଆମେ ଦେଖୁଛୁ ଯେ ସକାଳ ଓ ସନ୍ଧ୍ୟା ସମୟରେ କିଛି ବନ୍ଧୁ ଏହି କାର୍ଯ୍ୟରେ ନିଜକୁ ଲିପ୍ତ କରୁଛନ୍ତି ଯେଉଁଟା ନିୟମ ବିରୁଦ୍ଧ । ତେଣୁ ଏହାକୁ ପାଳନ କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି । ଆମର ମୁଖ୍ୟ ଲକ୍ଷ ହେଉଛି ରାସ୍ତା ଉପରକୁ ନ ଆସିବା । ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ବାହାରକୁ ଆସି ସଂକ୍ରମଣକୁ ବଢ଼ାନ୍ତୁ ନାହିଁ,’’ କହିଛନ୍ତି ପ୍ରିୟଦର୍ଶୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଉଛନ୍ତି ।
ପୋଲିସକୁ ଜନସାଧାରଣଙ୍କ ବନ୍ଧୁ ବୋଲି କହି ସେ ଚେତାଇ ଦେଇଛନ୍ତି ଯେ ବନ୍ଧୁତ୍ୱ ଦେଖାଇ ପୋଲିସିଂ କରିବାର ଅର୍ଥ ନୁହେଁ ଆଇନ୍ ଅମାନ୍ୟ କରୁଥିବା ଲୋକଙ୍କ ପ୍ରତି ପୋଲିସ କୋହଳ ମନୋଭାବ ପୋଷଣ କରିବ । ‘‘ଯେଉଁମାନେ ଆଇନ୍ ଅମାନ୍ୟ କରିବେ ତାଙ୍କୁ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବୁ,’’ କହିଛନ୍ତି ପ୍ରିୟଦର୍ଶୀ । ଉଭୟ କଟକ ଓ ଭୁବନେଶ୍ୱରରେ ଅଧିକାଂଶ ଲୋକ ସଟଡାଉନ୍ ଓ ଲକଡାଉନ୍ କଟକଣାକୁ ମାନୁଛନ୍ତି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ଓ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ ଓ VIDEOରେ ଜାରିଏଡିଜି (ଆଇନ ବ୍ୟବସ୍ଥା) ୟଶୱନ୍ତ ଜେଠୱା କହିଛନ୍ତି ଯେ କେହି କୋଭିଡ-୧୯ ସମ୍ବନ୍ଧୀୟ ଅତ୍ୟାବଶ୍ୟକ ସାମଗ୍ରୀର ବ୍ଲାକ୍ ମାର୍କେଟିଂ କରୁଥିବା ଦେଖାଗଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ‘‘କରୋନା ସଂକ୍ରମଣର ଚିକିତ୍ସା ପାଇଁ ଔଷଧ ଓ ଚିକିତ୍ସା ସାମଗ୍ରୀର କଳା ବଜାରି ରୋକିବା ପାଇଁ ୨୨ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଗଠନ କରାଯାଇଛି । ଯଦି କୌଣସି ଘରୋଇ ଡାକ୍ତରଖାନା କୋଭିଡ-୧୯ ଚିକିତ୍ସା ପାଇଁ ସରକାର ଧାର୍ଯ୍ୟ କରିଥାବ ଦରଠାରୁ ଅଧିକ ଚାର୍ଜ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ଜେଠୱା ।
ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ
ଭୁବନେଶ୍ୱରର ସବୁ ଛକରେ ଚେକିଂ କଡ଼ାକଡ଼ି ହୋଇଛି ।
କରୋନା ନିୟମାବଳୀ ଉଲ୍ଲଙ୍ଘନକାରୀମାନଙ୍କ ଠାରୁ ଏ ପର୍ଯ୍ୟନ୍ତ ୨.୮ କୋଟି ଟଙ୍କାରୁ ଅଧିକ ଜରିମାନା ଆଦାୟ ହେଲାଣି । ସେମାନଙ୍କ ବିରୁଦ୍ଧରେ ୭୧ଟି ମାମଲା ରୁଜୁ ହୋଇଛି । ୨୬୯ ଜଣ ଲୋକ ଗିରଫ ହୋଇଛନ୍ତି ଓ ୮,୩୦୦ଟି ଗାଡି଼ ଜବତ କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍“ଟ୍ୱିନ୍ ସିଟିରେ ପୋଲିସ ପକ୍ଷରୁ ଚବିଶ-ଘଣ୍ଟିଆ ଡାଏଲ୍-୧୦୦ ସୁବିଧା ଉପଲବ୍ଧ କରାଯାଇଛି । ଲୋକେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଏହି ନମ୍ବର୍ ଡାଏଲ୍ କରିପାରିବେ । ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ବି ଜାରି କରାଯାଇଛି । ଯଦି ଶିଳ୍ପ ଓ କର୍ପୋରେଟ୍ ସଂସ୍ଥାର କର୍ମଚାରୀମାନଙ୍କ ପାଖରେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ଅନୁମତି ପତ୍ର ଅଛି ତେବେ ସେମାନେ ଲକଡାଉନ୍ ସମୟରେ ନିଜ କାର୍ଯ୍ୟକ୍ଷେତ୍ରକୁ ଯାଇପାରିବେ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
ବିବାହ ଓ ଅନ୍ତିମ ସଂସ୍କାର ପାଇଁ ହ୍ୱାଟସ୍-ଆପ୍ ମାଧ୍ୟମରେ ଇ-ପାସ୍ ଦିଆୟିବା ବ୍ୟବସ୍ଥା ବି କରାଯାଇଛି ବୋଲି କହିଛନ୍ତି ଡିସିପି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।