ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଭୁବନେଶ୍ୱରରେ ୫୦୦ରୁ ଅଧିକ ଅମାନିଆ ତଣ୍ଡ ଗଣିଲେ

ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଣାୟତ୍ତ ହେଉଥିବା ଦେଖାଯାଉଛି । ଗତ ଚାରି ଦିନ ଭିତରେ ପାଖାପାଖି ୪୦୦ ଲୋକ ସଂକ୍ରମିତ ହେଲେଣି । ସଂକ୍ରମିତ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରିଛି ଭୁବନେଶ୍ବର ମହାନଗର ନିଗମ ।

ଲକଡାଉନ ନିୟମ ଉଲ୍ଲଙ୍ଘନ କରି ଭୁବନେଶ୍ୱରରେ ୫୦୦ରୁ ଅଧିକ ଅମାନିଆ ତଣ୍ଡ ଗଣିଲେ
ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ଛକରେ ସକ୍ରିୟ ହୋଇଥିଲା ପୋଲିସ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଅମାନିଆଙ୍କୁ ସାବାଡ କରିବାକୁ ଅଣ୍ଟା ଭିଡିଛି କମିଶନରେଟ ପୋଲିସ । ଆଜି ଗୋଟିଏ ଦିନରେ ୫୦୦ରୁ ଅଧିକ ଲୋକଙ୍କୁ ଫାଇନ୍‌ ଗଣିବାକୁ ପଡ଼ିଛି । ୧୫ଟି ସ୍ଥାନରେ ଡେରା ପକାଇ ଜୋରଦାର ଚେକିଂ କରିଛି ପୋଲିସ ।

ସକାଳୁ ସକାଳୁ ସକ୍ରିୟ ହୋଇ ପଟିଆ, ଡମଣା, ଗ୍ୟାରେଜ ଛକ, ମାଷ୍ଟର କ୍ୟାଣ୍ଟିନ, ଏଜି ଛକ, ବାଣୀ ବିହାର ଛକ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଓ ସିଆରପି ଭଳି ୧୫ଟି ପ୍ରମୁଖ ଛକ ଉପରେ ସବୁ ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଜରୁରୀ କାମ ବ୍ୟତୀତ ବାଇକ ଧରି ପରିବା କିଣିବାକୁ ବା ଅନ୍ୟ କିଛି କାମ ପାଇଁ ଯାଉଥିବା ବ୍ୟକ୍ତିଙ୍କ ଠାରୁ ପୋଲିସ ଫାଇନ ଆଦାୟ କରିଥିଲା ।

‘‘ଲୋକଙ୍କୁ ଯେତେ ସଚେତନ କରାଗଲେ କି ଫାଇନ ଆଦାୟ କରାଗଲେ ମଧ୍ୟ ଲୋକେ ଚେତୁନାହାନ୍ତି । ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବରେ ସବୁ କାର୍ଯ୍ୟକ୍ରମ କରାଯାଉଛି । ବିନା କାରଣରେ ଲୋକେ ଘରୁ ବାଇକ ବାହାର କରି ବୁଲୁଛନ୍ତି । ଯଦି ଏବେ ଠାରୁ ଲୋକେ ସଚେତନ ନହେବେ ତେବେ ଆଗକୁ ପରିସ୍ଥିତି ବିଗିଡିଯିବ,’’ କହିଛନ୍ତି ପୋଲିସ ଏଏସଆଇ ଜ୍ୟୋସ୍ନାମୟୀ ବରାଳ ।

ସାରା ଭୁବନେଶ୍ୱରରେ ଦିନ ସାରା ଚେକିଂ ଚାଲିଥିଲା ।


ଏଜି ଛକ ରାଜଧାନୀର ପ୍ରମୁଖ ଛକ ହୋଇଥିବାରୁ ସେଠାରେ ସକାଳୁ ସକାଳୁ ଡେରା ପକାଇଥିଲେ ବରିଷ୍ଠ ପୋଲିସ ଅଧିକାରୀ । ସିକୁରିଟି ଡିସିପି ନିର୍ମଳ ଶତପଥୀ କୁହିଛନ୍ତି, ‘‘ପୂର୍ବ ଅପେକ୍ଷା ଲୋକ ଅଧିକ ସଚେତନ ହୋଇଛନ୍ତି । ପ୍ରାୟ ସମସ୍ତେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରୁଛନ୍ତି । କିନ୍ତୁ କିଛି ଅମାନିଆ ଲୋକଙ୍କ ପାଇଁ ହିଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଯଦି ଏବେ ଠାରୁ ଲୋକେ ସଚେତନ ନ ହେବେ ତେବେ ପୋଲିସ ଆଗକୁ କଠୋର ହେବ ।’’

ରାଜଧାନୀରେ ଏବେ କରୋନା ଅଣାୟତ୍ତ ହୋଇଛି । ଗତ ଚାରି ଦିନ ଭିତରେ ୪୦୦ ପାଖାପାଖି ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା ।  ତେଣୁ ବିଏମସି ହାତରୁ ଖସୁଛି ରାଜଧାନୀ । କରୋନା ଚେନ ଅଟକାଇବାକୁ ବିଏମସି ବ୍ୟାରିକେଡକୁ ଭରଷା କରିଛି । ଅଧାରୁ ଅଧିକ ସ୍ଥାନ ତଥା ସଂକ୍ରମିତ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରିଛି ଭୁବନେଶ୍ବର ମହାନଗର ନିଗମ ।

ରୂପାଲି ଛକ, ଆନନ୍ଦ ବଜାର, ସାଲିଆ ସାହି, ନୟାପଲ୍ଲୀ, ୪ ନମ୍ବର, ସୁନ୍ଦର ପଦା, ବମିଖାଲ ସମେତ ୩୦ରୁ ଅଧିକ ବସ୍ତିକୁ ସିଲ୍‌ କରିଛି ବିଏମସି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ମୋଟ ସଂକ୍ରମିତ ସଂଖ୍ୟା ୧,୧୮୨ ହୋଇଥିବା ବେଳେ ଆକ୍ଟିଭ କେସ ରହିଛି ୬୪୬ । ମାତ୍ର ୫୨୩ ଜଣ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ: ଡ୍ରୋନ୍ ବୈଜ୍ଞାନିକ ଭାବେ ଅଜସ୍ର ଖ୍ୟାତି ପାଇଥିବା କର୍ଣ୍ଣାଟକ ଯୁବକ ପ୍ରତାପଙ୍କ ମିଛ ଧରାପଡ଼ିଲା

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

କରୋନା ସଂକ୍ରମଣ ଦିନକୁ ଦିନ ଅଣାୟତ୍ତ ହେଉଥିବା ବେଳେ ଲକଡାଉନକୁ ମାନୁ ନ ଥିବା ଅମାନିଆ ଲୋକଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସ ଲାଗି ରହିଛି ।
Published by: Anand Shankar Thankur Das
First published: July 19, 2020, 6:57 PM IST
corona virus btn
corona virus btn
Loading