କଟକରେ COVID ରୋଗୀଙ୍କ ପାଇଁ ନିଅଣ୍ଟ ପଡ଼ୁଛି ୧,୦୦୦ ବେଡ୍; ୪ଟି ନୂଆ ହସପିଟାଲ ଖୋଲୁଛି

୫୦୦ କୋଭିଡ୍ ବେଡ୍ ବିଶିଷ୍ଟ ଏସ୍.ସି.ବି. ହସପିଟାଲରେ ବୁଧବାର ଅପରାହ୍ଣ ସୁଦ୍ଧା ୪୧୫ ଜଣ ରୋଗୀ ଭର୍ତ୍ତି ହୋଇ ସାରିଥିଲେ । କଟକରେ ନୂଆ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ପ୍ରତି ଦିନ ନୂଆ ରେକର୍ଡ଼ ସ୍ଥାପନ କରୁଛି ।

କଟକରେ COVID ରୋଗୀଙ୍କ ପାଇଁ ନିଅଣ୍ଟ ପଡ଼ୁଛି ୧,୦୦୦ ବେଡ୍; ୪ଟି ନୂଆ ହସପିଟାଲ ଖୋଲୁଛି
ପ୍ରଥମ ପର୍ଯ୍ୟାୟରେ ଚାରିଟି ସ୍ଥାନରେ ୮୮୦ଟି ବେଡର ବ୍ୟବସ୍ଥା କରାଯାଉଛି ।
  • News18 Odia
  • Last Updated: April 28, 2021, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ଯୋଗୁଁ ସହରରେ ଥିବା ପାଞ୍ଚଟି ଯାକ କୋଭିଡ ହସ୍ପିଟାଲ ଉପରେ ଦିନକୁ ଦିନ ଚାପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଜିଲ୍ଲାରେ କୋଭିଡ୍ ରୋଗୀଙ୍କ ଚକିତ୍ସା ପାଇଁ ଥିବା ଭିତ୍ତିଭୁମିକୁ ମଜବୁତ କରାଯାଇଛି ।

କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ କଟକରେ ଅଧିକ ୩,୦୦୦ ବେଡର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦିନ ଆୟୋଜିତ ଏକ ଭିଡ଼ିଓ କନଫରେନ୍ସିଂ ବୈଠକରେ କଟକର କୋଭିଡ୍ ସ୍ଥିତିର ସମୀକ୍ଷା କରିବା ପରେ ସେ କହିଥିଲେ ଯେ ଅଧିକ ୩,୦୦୦ ବେଡର ବ୍ୟବସ୍ଥା କରିବା ସହ ପ୍ରତି ବେଡ୍ ପାଇଁ ଅକ୍ସିଜେନ୍ ବ୍ୟବସ୍ଥା ବି କରାଯିବା ଉଚିତ । ସେହି ନିର୍ଦ୍ଦେଶ ପାଇବା ପରେ ତତ୍ପର ହୋଇଉଠିଛି କଟକ ଜିଲ୍ଲା ପ୍ରଶାସନ ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ଚାରିଟି ସ୍ଥାନରେ ୮୮୦ଟି ବେଡର ବ୍ୟବସ୍ଥା କରାଯାଉଛି । ସେଥି ମଧ୍ୟରେ ଆଠଗଡ଼ରେ ଥିବା ଟାଙ୍ଗୀ ସ୍ଥିତ ଡ୍ରିମ୍ସ ଇଞ୍ଜିନିୟରିଂ କଲେଜରେ ୪୦୦ଟି, ଜିମ୍‌ସାରରେ ୨୦୦ଟି, କଣ୍ଟାପଡ଼ାର ଆମ୍ରପଲ୍ଲିରେ ୧୮୦ଟି ଓ ନରାଜରେ ଥିବା ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ୧୦୦ଟି ବେଡର ବ୍ୟବସ୍ଥା କରାଯାଉଛି । ଏହି ସବୁ ସ୍ଥାନରେ ଆଇ.ସି.ୟୁ.ର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

କଟକରେ ୫ ପ୍ରତିଶତ ରୋଗୀ ଆଇ.ସି.ୟୁ.ରେ ଭର୍ତ୍ତି ହେଉଥିବା ଜଣାପଡ଼ିଛି ।


‘‘ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ଆମେ ନୂଆ କରି ୮୮୦ଟି ବେଡ୍ ପ୍ରସ୍ତୁତିରେ ଲାଗିଛୁ । ଦୁଇ ତିନି ଦିନ ମଧ୍ୟରେ ଏଗୁଡ଼ିକ କାର୍ଯ୍ୟକ୍ଷମ କରାଯିବ । ଏହା ସହିତ ଅଧିକ ଖାଲି ଅକ୍ସିଜେନ୍ ସିଲିଣ୍ଡର କିଣିବା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରୁଛୁ,’’ କହିଛନ୍ତି କଟକ ଜିଲ୍ଲା ସହକାରୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଉମେଶ ରାୟ ।

ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

କଟକରେ ନୂଆ କରି ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି । ସେମାନଙ୍କ ମଧ୍ୟରୁ ୫ ପ୍ରତିଶତ ରୋଗୀ ଆଇ.ସି.ୟୁ.ରେ ଭର୍ତ୍ତି ହେଉଥିବା ଜଣାପଡ଼ିଛି । ଏସ୍‌.ସି.ବି. ହସପିଟାଲ ସମେତ କଟକର ଅନ୍ୟ ଚାରିଟି କୋଭିଡ ହସ୍ପିଟାଲରେ ୧,୦୦୦ ବେଡ ରହିଛି । କିନ୍ତୁ କୋଭିଡ୍ ହସ୍ପିଟାଲଗୁଡ଼ିକରେ କ୍ରମାଗତ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଗାମୀ ଦୁଇ ଦିନ ମଧ୍ୟରେ କୋଭିଡ ରୋଗୀଙ୍କ ପାଇଁ ବେଡ୍‌ ଅଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

ଜିଲ୍ଲାର ସର୍ବବୃହତ କୋଭିଡ ହସ୍ପିଟାଲ ଏସ୍‌.ସି.ବି. ହସପିଟାଲରେ ମଧ୍ୟ ରୋଗୀ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ବୁଧବାର ଅପରାହ୍ଣ ସୁଦ୍ଧା ୫୦୦ ବେଡ୍ ବିଶିଷ୍ଟ ଏହି ହସ୍ପିଟାଲରେ ୪୧୫ ଜଣ ରୋଗୀ ଭର୍ତ୍ତି ହୋଇ ସାରିଥିଲେ । ସହରରେ ନୂଆ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ପ୍ରତି ଦିନ ନୂଆ ରେକର୍ଡ଼ ସ୍ଥାପନ କରୁଥିବା ବେଳେ କୌଣସି ମୁହୂର୍ତ୍ତରେ ଏହା ବିସ୍ଫୋଟକ ରୂପ ଧାରଣ କରିପାରେ ବୋଲି ଆଶଙ୍କା ଘନୀଭୂତ ହେଉଛି ।



‘‘ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିଲେ ମଧ୍ୟ ଏସ୍‌.ସି.ବି. ହସପିଟାଲ୍ ସେହି ଚାପକୁ ସହିବାର କ୍ଷମତା ରଖୁଛି । ଏବେ ଆମର ୫୦୦ ବେଡ୍ ରହିଛି । ପ୍ରତି ବେଡରେ ଅକ୍ସିଜେନ୍ ସପୋର୍ଟର ବ୍ୟବସ୍ଥା ରହିଛି । ଯଦି ସରକାର ନିର୍ଦ୍ଦେଶ ଦିଅନ୍ତି ତେବେ ଆମେ ଏହି ବେଡ୍ ସଂଖ୍ୟାକୁ ଆବଶ୍ୟକ ମୁତାବକ ବଢ଼ାଇ ପାରିବୁ,’’ କହିଛନ୍ତି ଏସ୍‌.ସି.ବି.ର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।
Published by: Anand ST Das
First published: April 28, 2021, 11:50 PM IST