ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ମୌସୁମୀ ଜିଣିବ ମନ: ଏ ବର୍ଷ ବର୍ଷା ଋତୁରେ ଭଲ ବର୍ଷା ହେବ, ଗୁଳୁଗୁଳିରୁ ମୁକ୍ତି ମିଳିବ

ମୌସୁମୀ ଜିଣିବ ମନ: ଏ ବର୍ଷ ବର୍ଷା ଋତୁରେ ଭଲ ବର୍ଷା ହେବ, ଗୁଳୁଗୁଳିରୁ ମୁକ୍ତି ମିଳିବ

ଜୁନ୍ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ସାରା ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବ, ଯାହା ଏକ ଭଲ ସଙ୍କେତ ।

ମୌସୁମୀ ଜିଣିବ ମନ: ଏ ବର୍ଷ ବର୍ଷା ଋତୁରେ ଭଲ ବର୍ଷା ହେବ, ଗୁଳୁଗୁଳିରୁ ମୁକ୍ତି ମିଳିବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 15, 2020, 5:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାରା ଦେଶରେ ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ପାଣିପାଗ ବିଭାଗ ଆଣିଛି ଏକ ଆଶ୍ବସ୍ତିକର ଖବର । ଚଳିତ ବର୍ଷ ବର୍ଷା ଋତୁରେ ଭଲ ବର୍ଷା ହେବା ସହ ଗରମ ଓ ଗୁଳୁଗୁଳିରୁ ନିସ୍ତାର ମିଳିବ । ଯଦିଓ ବର୍ତ୍ତମାନର ଆକଳନ ହିସାବରେ ଓଡିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାରେ ସାମାନ୍ୟ ବିଳମ୍ବ ହୋଇପାରେ, କିନ୍ତୁ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି ।

ଚଳିତ ବର୍ଷ ମୌସୁମୀ ଆଣିବ ଭଲ ବର୍ଷା । ଜୁନ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସାରା ଦେଶରେ ହାରାହାରି ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବ, ଯାହା ଏକ ଭଲ ସଙ୍କେତ । ପ୍ରତି ବର୍ଷ ଏପ୍ରିଲ ମଧ୍ୟ ଭାଗରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇଥାଏ । ୨୦୨୦ ଅର୍ଥାତ ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଭଲ ବର୍ଷା ହେବା ନେଇ ଆଗୁଆ ସୂଚନା ମିଳିଛି।

‘‘ଏଲ୍‌ ନିନୋ ବର୍ତ୍ତମାନ ସ୍ଥିତିରେ ନିଉଟ୍ରାଲ ବା ସାଧାରଣ ରହିଛି, ଯାହାର ପ୍ରଭାବରେ ମୌସୁମୀ ବର୍ଷା ମଧ୍ୟ ସ୍ୱାଭାବିକ ହେବ,’’ କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ପ୍ରତି ବର୍ଷ ଜୁନ ପ୍ରଥମ ସପ୍ତାହ ରେ କେରଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ବେଳେ ଓଡିଶାକୁ ସେହି ମାସର ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହରେ ପ୍ରବେଶ କରିଥାଏ । ୨୦୧୯ରେ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଥିବା ସତ୍ତ୍ୱେ ଭଲ ବର୍ଷା ମଧ୍ୟ ହୋଇଥିଲା । ଗତ ବର୍ଷ ରାଜ୍ୟରେ ୧୩୧ ମିମି ବର୍ଷା ରେକର୍ଡ ହୋଇଥିବାବେଲେ ୧୨ ପ୍ରତିଶତ ଅଧିକ ବର୍ଷା ହୋଇଥିଲା ।

ସାରା ରାଜ୍ୟ ବର୍ତ୍ତମାନ ଖରାରେ ଆଉତୁପାଉଟୁ ହେଉଛି । ଆଜି ସାତଟି ସ୍ଥାନରେ ପାରଦ ୪୦ ଡ଼ିଗ୍ରୀ ରହିଥିବା ବେଳେ ଚାରିଟି ସ୍ଥାନରେ ୪୧ କିମ୍ବା ତା’ ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୫ ଡ଼ିଗ୍ରୀ ସି ବଲାଙ୍ଗୀର ରେ ରେକର୍ଡ କରାଯାଇଛି । ଆସନ୍ତା ଦୁଇରୁ ତିନି ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ଵାଭିବିକ ଠାରୁ ୨ରୁ ୩ ଡ଼ିଗ୍ରୀ ସି. ଅଧିକ ରହିବ । କିଛି କିଛି ଜିଲ୍ଲାରେ ଆଗାମୀ ୩ ରୁ ୪ ଦିନ ଯାଏ  ୪୦ ଡ଼ିଗ୍ରୀ କିମ୍ବା ତା’ ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ଅଛି ।

ଗତ ବର୍ଷ ଜୁନ ତୃତୀୟ ସପ୍ତାହ ରେ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ ଚଳିତ ବର୍ଷ କେବେ ଆସିବ ଓ କେବେ ଆଶ୍ୱସ୍ତି ଆଣିବ ସେଥି ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ।
First published: April 15, 2020, 5:27 PM IST