ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»Coronavirus In India: ଦିନକରେ ୩୬,୫୭୧ଟି ନୂଆ ମାମଲା ଚିହ୍ନଟ; ୫୪୦ ଜଣଙ୍କର ମୃତ୍ୟୁ ଘଟିଛି

Coronavirus In India: ଦିନକରେ ୩୬,୫୭୧ଟି ନୂଆ ମାମଲା ଚିହ୍ନଟ; ୫୪୦ ଜଣଙ୍କର ମୃତ୍ୟୁ ଘଟିଛି

ନୂଆ ମାମଲା ଆକଳନ ପରେ ଦେଶରେ କରୋନାର ମୋଟ ସକ୍ରିୟ ମାମଲା ୩,୬୩,୬୦୫ ରହିଥିବା ବେଳେ ଡିସଚାର୍ଜ ମାମଲା ୩,୧୫,୬୧,୬୩୫ ଓ ମୃତକଙ୍କ ସଂଖ୍ୟା ୪,୩୩,୫୮୯କୁ ବୃଦ୍ଧି ପାଇଛି।

Coronavirus In India: ଦିନକରେ ୩୬,୫୭୧ଟି ନୂଆ ମାମଲା ଚିହ୍ନଟ; ୫୪୦ ଜଣଙ୍କର ମୃତ୍ୟୁ ଘଟିଛି
୩୬,୫୭୧ଟି ନୂଆ କରୋନା ମାମଲା ଚିହ୍ନଟ
  • News18 Odia
  • Last Updated: August 20, 2021, 11:28 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଜୀବାଣୁ ସଂକ୍ରମଣର ନୂଆ ମାମଲାରେ ଉତ୍ଥାନ-ପତନର କ୍ରମ ଜାରି ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬,୫୭୧ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିବା ବେଳେ ୫୪୦ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୩୬, ୫୫୫ ଜଣଙ୍କୁ ଡିସଚାର୍ଜ କରାଯାଇଛି ।

ନୂଆ ମାମଲା ଆକଳନ ପରେ ଦେଶରେ କରୋନାର ମୋଟ ସକ୍ରିୟ ମାମଲା ୩,୬୩,୬୦୫ ରହିଥିବା ବେଳେ ଡିସଚାର୍ଜ ମାମଲା ୩,୧୫,୬୧,୬୩୫ ଓ ମୃତକଙ୍କ ସଂଖ୍ୟା ୪,୩୩,୫୮୯କୁ ବୃଦ୍ଧି ପାଇଛି। ନୂଆ ଆକଳନ ପରେ ଦେଶରେ କରୋନା ରୋଗର ମୋଟ ନିଶ୍ଚିତ ସଂଖ୍ୟା ୩,୨୩,୫୮,୮୨୯କୁ ବୃଦ୍ଧି ପାଇଛି।

ଆଣ୍ଟି-କୋଭିଡ ଟିକାକରଣ ଦୃଷ୍ଟିରୁ ଦେଶରେ ଏପର୍ଯ୍ୟନ୍ତ ଦିଆଯାଇଥିବା କୋଭିଡ ଟିକାର ମୋଟ ସଂଖ୍ୟା ୫୭.୧୬ କୋଟି ଅତିକ୍ରମ କରିଛି, ଯେଉଁଥିରେ ଗୁରୁବାର ଦିନ ଦିଆଯାଇଥିବା ୫୪ ଲକ୍ଷରୁ ଅଧିକ ଡୋଜ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଗୁରୁବାର ଦିନ ୧୪ ରୁ ୪୪ ବର୍ଷ ବୟସର ୨୬,୬୬,୮୩୧ ହିତାଧିକାରୀ ପ୍ରଥମ ଡୋଜ ପାଇଥିବାବେଳେ ୬,୦୧,୪୩୭ ଦ୍ୱିତୀୟ ଡୋଜ ଦିଆଯାଇଥିଲା ।

ବୟାନରେ କୁହାଯାଇଛି, ୧୮-୪୪ ବର୍ଷ ବୟସର ମୋଟ ୨୧,୧୩,୧୧,୨୧୮ ଜଣଙ୍କୁ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭରୁ 37ଟି ରାଜ୍ୟ ତଥା କେନ୍ଦ୍ରଶାସିତ ରାଜ୍ୟରେ ପ୍ରଥମ ଡୋଜ ଦିଆଯାଇଛି। ସମୁଦାୟ ୧,୭୯,୪୩,୩୨୫ ଦ୍ୱିତୀୟ ଡୋଜ ଦିଆଯାଇଛି ।

ପିଲାମାନଙ୍କ ପାଇଁ ଆଣ୍ଟି-କୋଭିଡ୍ ଟିକା 'ଖୁବ୍ ଶୀଘ୍ର' ଉପଲବ୍ଧ ହେବ: MOHFW

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଗୁରୁବାର ଦିନ କହିଛନ୍ତି ଯେ ପିଲାମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା କୋଭିଡ ଟିକା ଉପରେ ଚାଲିଥିବା ଅନୁସନ୍ଧାନର ଫଳାଫଳ ଆସନ୍ତା ମାସରେ ଆସିପାରେ ଓ ଏହି ଟିକା ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରିବ।

ସେ କହିଛନ୍ତି, ’’ଦେଶର ପ୍ରତ୍ୟେକ ନାଗରିକଙ୍କୁ କରୋନା ଜୀବାଣୁ ଟିକାକରଣ ପାଇଁ କେନ୍ଦ୍ର ପ୍ରତିବଦ୍ଧ। ପ୍ରତ୍ୟେକ ନାଗରିକଙ୍କୁ ଟିକାକରଣ କରିବା ଆମର ଲକ୍ଷ୍ୟ। ପିଲାମାନଙ୍କ ପାଇଁ କୋଭିଡ ଟିକା ବିକଶିତ କରିବା ପାଇଁ ଗବେଷଣା କରିବା ପାଇଁ ଭାରତ ସରକାର ଜାଇଡସ୍ କ୍ୟାଡିଲା ଓ ଭାରତ ବାୟୋଟେକକୁ ଅନୁମତି ଦେଇସାରିଛନ୍ତି। ଆସନ୍ତା ମାସରେ ତାଙ୍କ ଅନୁସନ୍ଧାନର ଫଳାଫଳ ବାହାରକୁ ଆସିବ ବୋଲି ଆମେ ଆଶା କରୁଛୁ। ମୁଁ ନିଶ୍ଚିତ ଯେ ପିଲାମାନଙ୍କ ପାଇଁ ଟିକା ଖୁବ୍ ଶୀଘ୍ର ଉପଲବ୍ଧ ହେବ ।’’
Published by: Lipina Das
First published: August 20, 2021, 11:28 AM IST