Breaking News: ଆଜି ରାତି ୮ଟା ୪୫ରେ PM ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ସାରା ବିଭିନ୍ନ ବୈଠକ କରି କରୋନା ଭାଇରସ୍ ବିରୋଧରେ ଦେଶରେ ଚାଲିଥିବା ଲଢ଼େଇ ବିଷୟରେ ଆଲୋଚନା କରିଥିଲେ ।

Breaking News: ଆଜି ରାତି ୮ଟା ୪୫ରେ PM ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ
ପ୍ରଧାନ ମନ୍ତ୍ରୀଙ୍କ ସମ୍ବୋଧନ ଆଜି ରାତି ୮:୪୫ରୁ ଆରମ୍ଭ ହେବ।
  • News18 Odia
  • Last Updated: April 20, 2021, 8:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ (Coronavirus) ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଥିବାରୁ ଏହି ପରିସ୍ଥିତି ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

ଏଇଠି ଦେଖନ୍ତୁ PMଙ୍କ ସମ୍ବୋଧନ LIVE:





ପ୍ରଧାନ ମନ୍ତ୍ରୀଙ୍କ ସମ୍ବୋଧନ ଆଜି ରାତି ୮:୪୫ରୁ ଆରମ୍ଭ ହେବ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ସାରା ବିଭିନ୍ନ ବୈଠକ କରି କରୋନା ଭାଇରସ୍‌ ବିରୋଧରେ ଦେଶରେ ଚାଲିଥିବା ଲଢ଼େଇ ବିଷୟରେ ଆଲୋଚନା କରିଥିଲେ । ଯେଣସି ସଙ୍ଗୀନ ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ସେ ପ୍ରଶାସନକୁ କହିଛନ୍ତି ।

ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ (PMO) ଆସିଥିବା ଏକ ବିବୃତ୍ତି ଅନୁଯାୟୀ ମଙ୍ଗଳବାର ଦିନ ଟିକା ଉତ୍ପାଦନକାରୀ କମ୍ପାନୀମାନେ ପ୍ରଧାନ ମନ୍ତ୍ରୀଙ୍କ ସହ ଉତ୍ପାଦନ ବୃଦ୍ଧି, ଆଗାମୀ ଟିକାକରଣ ଅଭିଯାନ ଓ କୋଭିଡ-୧୯ର ନୂଆ ରୂପ ଉପରେ ଚାଲିଥିବା ଗବେଷଣା ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ଟିକା ନିର୍ମାତାମାନେ ୧୮ ବର୍ଷରୁ ଅଧିକର ଲୋକଙ୍କୁ ଟିକାକରଣ କରିବାକୁ ଅନୁମତି ମିଳିଥିବାରୁ ଓ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେଇଥିବାରୁ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
Published by: Anand ST Das
First published: April 20, 2021, 8:38 PM IST