ପ୍ରବାସୀଙ୍କୁ ଘର ପାଖରେ କାମ ମିଳିବ; ମୋଦି ଶୁଭାରମ୍ଭ କଲେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’

କରୋନା ସଙ୍କଟରେ ଜୀବୀକା ହରାଇଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରୁ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାର ଗ୍ରାମୀଣ ଲୋକେ ଉପକୃତ ହେବେ । ଏଥିରେ ଓଡ଼ିଶାର ୪ଟି ଜିଲ୍ଲା ସାମିଲ୍ – ଗଞ୍ଜାମ, ବଲାଙ୍ଗିର, ଭଦ୍ରକ ଓ ବାଲେଶ୍ୱର ।

ପ୍ରବାସୀଙ୍କୁ ଘର ପାଖରେ କାମ ମିଳିବ; ମୋଦି ଶୁଭାରମ୍ଭ କଲେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’
ନରେନ୍ଦ୍ର ମୋଦି ଯୋଜନାର ଶୁଭାରମ୍ଭ କରୁଛନ୍ତି; (ଡାହାଣ) ପ୍ରବାସୀ ଶ୍ରମିକମାନେ ଗଞ୍ଜାମ ପହଞ୍ଚୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଙ୍କଟ ସମୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ମହାମାରୀ ଯୋଗୁଁ ଜୀବିକା ହରାଇଥିବା ଲୋକଙ୍କ ଲାଗି ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ବିହାରର ଖଗଡ଼ିଆ ଜିଲ୍ଲା ତେଲିହାର ଗାଁରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଛଅଟି ରାଜ୍ୟର ପ୍ରତିନିଧି ସାମିଲ ହୋଇଥିଲେ । ବିହାର ମୁଖ୍ୟ ମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଓଡ଼ିଶାରୁ ପଞ୍ଚାୟତିରାଜ, ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ପ୍ରତାପ ଜେନା ଏଥିରେ ସାମିଲ ହୋଇଥିଲେ । ଏହି ଯୋଜନାରେ କେନ୍ଦ୍ର ସରକାର ବିନିଯୋଗ କରିବେ ୫୦ ହଜାର କୋଟି ଟଙ୍କା ।

ଏହି ଯୋଜନା ଅଧୀନରେ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାର ପ୍ରବାସୀ ଓ ଗ୍ରାମୀଣ ଲୋକେ ଉପକୃତ ହେବେ । ଓଡ଼ିଶାର ୪ଟି ଜିଲ୍ଲାର ପ୍ରବାସୀ ଓ ଗ୍ରାମୀଣମାନେ ଏଥିରୁ ଉପକୃତ ହେବେ । ସେହି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ବଲାଙ୍ଗିର, ଭଦ୍ରକ ଓ ବାଲେଶ୍ୱର । ମୁଖ୍ୟତଃ ଯେଉଁ ଜିଲ୍ଲାରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କ ସଂଖ୍ୟା ୨୫,୦୦୦ରୁ ଅଧିକ ସେହି ସବୁ ଜିଲ୍ଲା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି ।

ଯୋଜନାର ଶୁଭାରମ୍ଭ ଅବସରରେ ମୋଦି ନିଜ ବକ୍ତବ୍ୟ ରଖୁଛନ୍ତି ।


‘‘ଛଅଟି ରାଜ୍ୟର ୧୧୬ଟି ଜିଲ୍ଲାରେ ଏହି ଅଭିଯାନ ପୂରା ଜୋରଶୋରରେ ଚଳାଯିବ । ଏହି ଯୋଜନା ଜରିଆରେ ଶ୍ରମିକମାନଙ୍କୁ ନିଜ ଘର ପାଖରେ ହିଁ କାମ ଯୋଗାଇବା ଆମର ପ୍ରୟାସ,’’ କହିଛନ୍ତି ମୋଦି ।

ଏହି ଯୋଜନା ଅଧୀନରେ ପ୍ରବାସୀ ଓ ଗ୍ରାମୀଣ ଲୋକଙ୍କୁ ମିଳିବ ୨୫ ପ୍ରକାରର କାମ । ବାର୍ଷିକ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି ମିଳିବ । ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ କାର୍ଯ୍ୟକାରୀ ହେବ ଏହି ଯୋଜନା ।

କୋଭିଡ ଛଡ଼ାଇନେଇଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା । କଳକାରଖାନା ବନ୍ଦ ହେବାରୁ ଘରମୁହାଁ ହୋଇଛନ୍ତି ଶ୍ରମିକ । ହରାଇଛନ୍ତି ରୋଜଗାର । କରୋନା କଷ୍ଟ ସମୟରେ ଜୀବିକା ହରାଇଥିବା ଲୋକଙ୍କ ପାଇଁ ଏହା ହେଉଛି କେନ୍ଦ୍ର ସରକାରଙ୍କ ଦରଦ । ସ୍ଵତନ୍ତ୍ର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ଯୋଜନା ।

ଭିଡିଓ କନ୍‌ଫରେନ୍‌ସିଂରେ ଓଡ଼ିଶା ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ ସିଂହ ଓ ସ୍ପେସାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ମଧ୍ୟ ଉପସ୍ଥିତ ଥିଲେ ।

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 20, 2020, 7:23 PM IST
corona virus btn
corona virus btn
Loading