COVID: ଦେଶର କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ Modi ସରକାର ବଡ଼ ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ

Modi Government COVID Package for Farmers and Hospitals | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବଜାର ମାଧ୍ୟମରେ ଚାଷୀଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କା ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

କରୋନା ସଂକ୍ରମଣର ତୃତୀୟ ତରଙ୍ଗରେ ପିଲାମାନେ ଅଧିକ ପ୍ରଭାବିତ ହେବାର ଭୟ ପ୍ରକାଶ ପାଇଛି । (ପ୍ରତୀକାତ୍ମକ ଛବି)

କରୋନା ସଂକ୍ରମଣର ତୃତୀୟ ତରଙ୍ଗରେ ପିଲାମାନେ ଅଧିକ ପ୍ରଭାବିତ ହେବାର ଭୟ ପ୍ରକାଶ ପାଇଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ନେତୃତ୍ୱରେ ଗୁରୁବାର ଦିନ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ କୃଷକମାନଙ୍କୁ ବଜାର ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କା ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର (Anurag Thakur) ସରକାରଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ସରକାର ମଣ୍ଡିମାନଙ୍କୁ (ବଜାରମାନଙ୍କୁ) ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ସରକାର କୋଭିଡ୍‌ (COVID-19) ବିରୋଧରେ ଲଢ଼େଇ ପାଇଁ ଏକ ସ୍ୱାସ୍ଥ୍ୟ ପ୍ୟାକେଜ୍ ବି ଘୋଷଣା କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଯୋଗ ଶିଖାଇ ମାସକୁ୭୩ ଲକ୍ଷରୁ ବେଶୀ ରୋଜଗାର କରୁଛନ୍ତି ଏହି ଯୁବତୀ; ବିଶେଷ ପୋଜ୍ ପାଇଁ ଖ୍ୟାତ

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି, ‘‘ମୁଁ କୃଷକ ଆନ୍ଦୋଳନ ସହ ଜଡିତ ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ନୂଆ ଆଇନ ଦ୍ୱାରା ଏ.ପି.ଏମ୍‌.ସି. ସମାପ୍ତ ହେବ ନାହିଁ । ମଣ୍ଡିଗୁଡ଼ିକ ଆହୁରି ମଜବୁତ ହେବ । ଭାରତ ସରକାର ଭିତ୍ତିଭୂମି ପାଣ୍ଠି ଭାବରେ ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏ.ପି.ଏମ୍‌.ସି. ମଧ୍ୟ ଏହି ପାଣ୍ଠିକୁ ବ୍ୟବହାର କରିପାରିବ ।’’

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ (Mansukh Mandvia) ବି କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ରିଲିଫ୍‌ ପ୍ୟାକେଜ ଘୋଷଣା କରିଛନ୍ତି । ସେ କହିଛନ୍ତି, ‘‘କୋଭିଡ ଆରମ୍ଭ ସମୟରେ ୧୫ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା, ଯେଉଁଥିରେ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର, କେୟାର ସେଣ୍ଟର୍‌ ଓ ଲ୍ୟାବଗୁଡ଼ିକୁ ନବୀକରଣ କରାଯାଇଥିଲା । କରୋନାର ଦ୍ୱିତୀୟ ତରଙ୍ଗରେ ଆସିଥିବା ସମସ୍ୟାର ମୁକାବିଲା ପାଇଁ ଭାରତ ସରକାର ୨୩,୧୨୩ କୋଟି ଟଙ୍କାର ଦ୍ୱିତୀୟ ପ୍ୟାକେଜ୍ ଜାରି କରିଛନ୍ତି ।’’

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହି ସ୍ୱାସ୍ଥ୍ୟ ପ୍ୟାକେଜ୍ ଅଧୀନରେ ଦେଶର ୭୩୬ଟି ଜିଲ୍ଲାରେ ମୁଖ୍ୟ ଶିଶୁ ବିଭାଗ ପ୍ରସ୍ତୁତ ହେବ ଓ ୨୦ ହଜାର ଆଇସିୟୁ ଶଯ୍ୟା ପ୍ରସ୍ତୁତ ହେବ । ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ଏବଂ ଅତ୍ୟାବଶ୍ୟକ ଔଷଧର ବଫର୍ ଷ୍ଟକ୍ ମଧ୍ୟ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ବିରାଟ ପଚାରିଲେ ସ୍ମୃତିଙ୍କୁ, ‘Love Marriage କରିବ ନା ଆରେଞ୍ଜଡ୍ ମ୍ୟାରେଜ୍?’ ଗଜବ ଉତ୍ତର ଆସିଲା

କରୋନା ଭାଇରସ୍‌ ସଂକ୍ରମଣର ତୃତୀୟ ତରଙ୍ଗରେ ପିଲାମାନେ ଅଧିକ ପ୍ରଭାବିତ ହେବାର ଭୟ ପ୍ରକାଶ ପାଇଛି । ହେଲେ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଆଶଙ୍କା ପଛରେ ଏ ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ । ଏ ସବୁ ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ସତର୍କତା ଦୃଷ୍ଟିରୁ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି ।



ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ବଜାର ମାଧ୍ୟମରେ ଚାଷୀଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କା ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ମଣ୍ଡିମାନଙ୍କୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ।
Published by:Anand S.T. Das
First published: