ମୋଦି ସରକାର-୨ର ବର୍ଷେ ପୂରିଲା: ଏବେ ସରକାରଙ୍କ ଆଗରେ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ କଣ?

ବିଶ୍ୱର ସବୁ ଠାରୁ ବଡ଼ ମହାମାରୀ କରୋନାର ମୁକାବିଲାରେ ସାରା ବିଶ୍ୱ ତ୍ରାହି ତ୍ରାହି ଡାକୁଥିବା ବେଳେ ଏ କ୍ଷେତ୍ରରେ ମୋଦିଙ୍କ ନେତୃତ୍ୱରେ ଭାରତର ଉଦ୍ୟମକୁ ବିଶ୍ୱ ସ୍ତରରେ ମିଳିଛି ଉଚ୍ଚ ପ୍ରଶଂସା।

ମୋଦି ସରକାର-୨ର ବର୍ଷେ ପୂରିଲା: ଏବେ ସରକାରଙ୍କ ଆଗରେ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ କଣ?
ସରକାର ସବୁ ଚ୍ୟାଲେଞ୍ଜର ସଫଳ ମୁକାବିଲା କରିପାରିବେ ବୋଲି ଅନେକଙ୍କ ମତ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୋଦି ସରକାରଙ୍କ ଦ୍ଵିତୀୟ ପାଳିରେ କରୋନା ମହାମାରୀର ସଫଳତାପୂର୍ବକ ମୁକାବିଲା ଉଦ୍ୟମ କେନ୍ଦ୍ର ସରକାରଙ୍କ ସବୁ ଠାରୁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି । ହେଲେ ପ୍ରଶ ଉଠୁଛି କେନ୍ଦ୍ର ସରକାରଙ୍କ ଚ୍ୟାଲେଞ୍ଜ କଣ ଏଇଠି ସରିଲା? ଆଗକୁ ସରକାରଙ୍କ ଆଗରେ କଣ ସବୁ ଚ୍ୟାଲେଞ୍ଜ ଅଛି? ଏକ୍ସପର୍ଟଙ୍କ ମତରେ ମୋଦି ସରକାରଙ୍କ ଆଗରେ ଆଗକୁ ଅଛି ଅନେକ ଚ୍ୟାଲେଞ୍ଜ। ବିଶେଷ କରି ଅର୍ଥନୀତିକୁ ସୁଧାରିବା ଓ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେବ ସରକାରଙ୍କ ପାଇଁ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ।

ବିଶ୍ୱର ସବୁଠାରୁ ବଡ଼ ମହାମାରୀ କୁହାଯାଉଥିବା 'କୋରୋନା'ର ମୁକାବିଲା ଲାଗି ସାରା ବିଶ୍ୱ ତ୍ରାହି ତ୍ରାହି ଡାକୁଥିବା ବେଳେ ଏ କ୍ଷେତ୍ରରେ ଭାରତର ଉଦ୍ୟମକୁ ବିଶ୍ୱ ସ୍ତରରେ ମିଳିଛି ଉଚ୍ଚ ପ୍ରଶଂସା। ବିଶେଷ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ କରୋନା ମୁକାବିଲା ଉଦ୍ୟମ ପାଲଟିଛି ଅନ୍ୟମାନଙ୍କ ପାଇଁ ଉଦାହରଣ। ମୋଦି-୦୨  ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବର୍ଷକ ଭିତରେ ଏହା ସବୁ ଠାରୁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି।  ଏହା ସହିତ  କରୋନା ମହାମାରୀ ପୂର୍ବରୁ ଧାରା ୩୭୦ ଉଚ୍ଛେଦ ଓ ଆର୍ଥିକ ସଂସ୍କାର ଉଦ୍ୟମ ସରକାରୀ ସଫଳତାର ଅନ୍ୟ କିଛି ସଫଳତା ବୋଲି କୁହାଯାଇପାରେ।

‘‘ମୋଦି ସରକାରଙ୍କ ଆଗରେ ଆଗକୁ ଅଛି ଅନେକ ଚ୍ୟାଲେଞ୍ଜ, ଯାହାର ସଫଳ ମୁକାବିଲା ଜରୁରୀ। ବିଶେଷ କରି ଦୁର୍ବଳ ହେଉଥିବା ଅର୍ଥନୀତିକୁ ସୁଧାରିବା ହେବ ଏବେ ମୋଦି ସରକାରଙ୍କ ପାଇଁ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ। ପ୍ରାୟ ୩ ମାସର ଲକଡାଉନ ବିଗାଡ଼ି ଦେଇଛି ଦେଶର ଆର୍ଥିକ ସ୍ଥିତି, ଯେଉଁଥିରୁ ମୁକୁଳିବାକୁ ଲାଗିବ ଅନେକ ସମୟ। ଏହା ହେବ ଆଗକୁ ମୋଦି ସରକାରଙ୍କ ଆଗରେ ପ୍ରଥମ ବଡ଼ ଚ୍ୟାଲେଞ୍ଜ,’’ କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ।

ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ସହଦେବ ସାହୁ କହିଛନ୍ତି: ‘‘ଦେଶର ଅର୍ଥନୀତିକୁ ସଜାଡ଼ିବା ଉଦ୍ୟମ ସହିତ ଲୋକଙ୍କ ପାଇଁ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେବ ମୋଦି ସରକାରଙ୍କ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ । କରୋନା ମହାମାରୀ କ୍ଷେତ୍ରରେ ସ୍ଥିତି ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି, ଯେଉଁଥିରେ କେବଳ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠାନ ପାଇଁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ହେଲେ ଏହା ତୃଣମୂଳ ସ୍ତରରେ କର୍ମ ନିଯୁକ୍ତିକୁ ସେତେଟା ବ୍ୟାପକ କରିପାରିବ ନାହିଁ। ବିଶେଷ କରି ଏଥିରୁ ବଞ୍ଚିତ ହେବେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ  ପରିବାରମାନେ ।  ସରକାରଙ୍କ ଆଗରେ ଚ୍ୟାଲେଞ୍ଜ  ତୃଣମୂଳ ସ୍ତରରେ ବ୍ୟାପକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟିକରିବା। "

ଅନେକ ଚ୍ୟାଲେଞ୍ଜ କେନ୍ଦ୍ର ସରକାରଙ୍କ ଆଗରେ ଥିଲେ ବି ସରକାର ଏହାର ସଫଳ ମୁକାବିଲା କରିପାରିବେ ବୋଲି ଅନେକଙ୍କ ମତ। ଭୁବନେଶ୍ୱର ବାସିନ୍ଦା ପ୍ରକାଶ ରାଉତ କହିଛନ୍ତି: ‘‘ଆମ ପାଇଁ ଆମ ରାଜ୍ୟରେ କର୍ମ ନିଯୁକ୍ତିକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ଦରକାର । ତାହେଲେ ମୋଦି ସରକାରଙ୍କ ‘ସବକା ସାଥ, ସବକା ବିଶ୍ୱାସ’ ଉଦ୍ୟମ ସଫଳ ହୋଇପାରିବ ।’’

ଏହା ବି ପଢ଼ନ୍ତୁ: 

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 30, 2020, 10:32 PM IST
corona virus btn
corona virus btn
Loading