ଏହି ୨୧ ଦିନ ଘରୁ ବାହାରକୁ ବାହାରିବା ଭୁଲିଯାଅ; ନିଜକୁ ଓ ଦେଶକୁ ବଞ୍ଚାଅ: ପ୍ରଧାନ ମନ୍ତ୍ରୀ ମୋଦି

କରୋନା ସମସ୍ୟା ଭାରତରେ ଭୟଙ୍କର ହୋଇ ପାରେ, ତେଣୁ ଲୋକେ ନିଜ ଘର ଆଗରେ ଲକ୍ଷ୍ମଣ ରେଖା ଟଣାଯାଇଛି ବୋଲି ଭାବି କେବଳ ନିଜ ଘର ଭିତରେ ଆଗାମୀ ୨୧ ଦିନ ରହିବାକୁ କହିଛନ୍ତି ମୋଦି ।

ଏହି ୨୧ ଦିନ ଘରୁ ବାହାରକୁ ବାହାରିବା ଭୁଲିଯାଅ; ନିଜକୁ ଓ ଦେଶକୁ ବଞ୍ଚାଅ: ପ୍ରଧାନ ମନ୍ତ୍ରୀ ମୋଦି
ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
  • News18 Odia
  • Last Updated: March 24, 2020, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ ବିରୁଦ୍ଧରେ ଜାରି ଲଢ଼େଇକୁ ଆହୁରି ଶକ୍ତିଶାଳୀ କରି ମଙ୍ଗଳବାର ମଧ୍ୟରାତ୍ରୀରୁ ସାରା ଦେଶରେ ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍‌ ଘୋଷଣା କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କହିଛନ୍ତି ଯେ ସେମାନେ ଏହି ୨୧ ଦିନ ନିଜ ଘରୁ ବାହାରକୁ ବାହାରିବା କଥା ଭୁଲିଯିବା ଉଚିତ ।

ଦେଶବାସୀଙ୍କୁ ଟେଲିଭିଜନରେ ସମ୍ବୋଧନ କରି ମୋଦି କହିଛନ୍ତି ଯେ କରୋନା ଭାଇରସର ସଂକ୍ରମଣ ଯେମିତି ମାତ୍ରାରେ ବଢ଼ି ଚାଲିଛି, ତା’ର ମୁକାବିଲା କରିବା ଆମ ପାଇଁ ବଡ଼ ଆହ୍ବାନ । ‘‘ଏଥି ପାଇଁ ସାମାଜିକ ଦୂରତ୍ବ ପାଳନ କରିବା ହିଁ ଏକ ମାତ୍ର ଉପାୟ । ୨୧ ଦିନ, ଅର୍ଥାତ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ, ସାରା ଦେଶରେ ସମ୍ପୂର୍ଣ୍ଣ ଭାବେ ଲକଡାଉନ ଜାରି ରହିବ । ଏହା ଜନତା କର୍ଫ୍ୟୁ ଠାରୁ ଆହୁରି କଡ଼ାକଡ଼ି ହେବ,’’ ସେ କହିଛନ୍ତି ।

ଦେଶରେ ଏବେ ଏକ ପ୍ରକାର କର୍ଫ୍ୟୁ ଭଳି ସ୍ଥିତି ବୋଲି କହିଛନ୍ତି ପ୍ରଧାନ ମନ୍ତ୍ରୀ । ଦେଶବାସୀଙ୍କୁ ସେ ଅନୁରୋଧ କରିଛନ୍ତି ଯେ ଏବେ ସବୁ ଲୋକ ବାହାରକୁ ଯିବା ଭୁଲି ଯାଆନ୍ତୁ । ‘‘ଗୋଟିଏ କାମ କରନ୍ତୁ, କେବଳ ଘରେ ରୁହନ୍ତୁ । ନିଜ ଘର ଆଗରେ ଲକ୍ଷ୍ମଣ ରେଖା ଟଣାଯାଇଛି ବୋଲି ଭାବି ନିଅନ୍ତୁ,’’ ସେ କହିଛନ୍ତି ।

କରୋନା ଚିକିତ୍ସା ପାଇଁ ୧୫ ହଜାର କୋଟି ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ । ସବୁ ରାଜ୍ୟର ସରକାର ଏବେ କେବଳ ସ୍ବାସ୍ଥ୍ୟ ସେବାକୁ ପ୍ରାଥମିକତା ଦିଅନ୍ତୁ ଓ ସଂକଟର ଏହି ସମୟରେ ରାଜ୍ୟ ଓ କେନ୍ଦ୍ର ମିଳିମିଶି କାମ କରନ୍ତୁ ବୋଲି ସେ ନିଜ ସମେବୋଧନରେ କହିଛନ୍ତି ।

ମୁମ୍ବାଇରେ COVID-19 ରୋଗୀଙ୍କ ପାଇଁ ରିଲାଏନ୍ସ ସ୍ଥାପନ କରିଥିବା ୧୦୦-ଶଯ୍ୟା ହସପିଟାଲର ଏକ ଦୃଶ୍ୟ


କରୋନା ମୁକାବିଲା ସମୟରେ ପୋଲିସ, ହସ୍ପିଟାଲ କର୍ମଚାରୀ, ଆମ୍ବୁଲାନ୍ସ କର୍ମଚାରୀ ଓ ଗଣମାଧ୍ୟମ କର୍ମଚାରୀ ଦିନରାତି ଏକ କରି କାମ କରୁଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇବାକୁ ଦେଶବାସୀଙ୍କୁ ପ୍ରଧାନ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଡବ୍ଲୁଏଚଓ (WHO)ର ତଥ୍ୟ ଉତ୍ଥାପନ କରି ପ୍ରଧାନ ମନ୍ତ୍ରୀ କରୋନା ସଂକ୍ରମଣର ଭୟାବହତା ଦର୍ଶାଇଛନ୍ତି ।

‘‘ବିଶ୍ବରେ ପ୍ରଥମ ୧ ଲକ୍ଷ ଲୋକ କୋରୋନା ସଂକ୍ରମିତ ହେବା ପାଇଁ ଲାଗିଥିଲା ୬୭ ଦିନ । କିନ୍ତୁ ଦ୍ବିତୀୟ ୧ ଲକ୍ଷ ଲୋକ ମାତ୍ର ୧୧ ଦିନରେ ସଂକ୍ରମିତ ହୋଇଥିଲେ । ସବୁ ଠୁ ଚିନ୍ତାଜନକ ତଥ୍ୟ ହେଲା ଏହା ଯେ ତୃତୀୟ ଏକ ଲକ୍ଷ ଲୋକ ମାତ୍ର ୪ ଦିନରେ ସଂକ୍ରମିତ ହୋଇଥିଲେ । ତେଣୁ କରୋନା ଠାରୁ ଦୂରେଇ ରହିବାକୁ କେବଳ ସାମାଜିକ ଦୂରତା ପାଳନ କରିବା ହିଁ ଏକ ମାତ୍ର ଉପାୟ । ଦୟାକରି ତାହା ମାନନ୍ତୁ ଓ ନିଜକୁ ଏବଂ ଦେଶକୁ ବଞ୍ଚାଇ ରଖନ୍ତୁ,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ।
First published: March 24, 2020, 11:57 PM IST
corona virus btn
corona virus btn
Loading