ରାଜ୍ୟରେ ପ୍ରଥମ: କଟକରେ କରୋନା ରୋଗୀଙ୍କ ପାଇଁ ଆରମ୍ଭ ହେଲା ଭ୍ରାମ୍ୟମାଣ ଏକ୍ସ-ରେ ସେବା

କରୋନା ରୋଗୀମାନଙ୍କ ଫୁସଫସରେ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ନିଶ୍ବାସ ନେବାରେ ସମସ୍ୟା ହେଉ ନ ଥିବାରୁ ସେମାନେ ତାହା ଜାଣିପାରନ୍ତି ନାହିଁ । ଜାଣିବା ବେଳକୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଖରାପ ସ୍ଥିତିରେ ପହଞ୍ଚି ଯାଇଥାଏ ।

ରାଜ୍ୟରେ ପ୍ରଥମ: କଟକରେ କରୋନା ରୋଗୀଙ୍କ ପାଇଁ ଆରମ୍ଭ ହେଲା ଭ୍ରାମ୍ୟମାଣ ଏକ୍ସ-ରେ ସେବା
ଭ୍ରାମ୍ୟମାଣ ଏକ୍ସ-ରେ ଗାଡ଼ିକୁ ଲୋକାର୍ପିତ କରୁଛନ୍ତି କଟକ ଜିଲ୍ଲାପାଳ ଭବନୀ ଶଙ୍କର ଚୟନୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇ ଘରେ ସଙ୍ଗରୋଧରେ ଥିବା ଲୋକ ଓ କୋଭିଡ କେୟାର ସେଣ୍ଟରରେ ଥିବା ଆକ୍ରାନ୍ତ ଲୋକମାନଙ୍କ ଫୁସଫୁସ୍‌ କେତେ ମାତ୍ରାରେ ପ୍ରଭାବିତ ହୋଇଛି ତାହା ଯେତେ ଶୀଘ୍ର ଜଣାପଡ଼ିବ ସେତେ ଶୀଘ୍ର ତାଙ୍କୁ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରି ଉନ୍ନତ ଚିକିତ୍ସା କରାଯାଇ ପାରିବ । ଏହି ଉଦ୍ଦେଶ୍ୟରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଭ୍ରାମ୍ୟମାଣ ଏକ୍ସ-ରେ ବା ‘ଏକ୍ସ-ରେ ଅନ୍‌ ହ୍ବିଲ୍’ ଯୋଜନା ଆରମ୍ଭ ହୋଇଛି । କଟକ ଏହି ସୁବିଧା ଥିବା ରାଜ୍ୟର ପ୍ରଥମ ଜିଲ୍ଲା ହୋଇଛି ।

ରୋଗୀ ଗୁରୁତର ହେବା ପୂର୍ବରୁ ତାଙ୍କୁ ଚିହ୍ନଟ କରିବା ଓ ସମୟ ଥାଉଁ ଥାଉଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ଏହି ଯୋଜନାର ଲକ୍ଷ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବନୀ ଶଙ୍କର ଚୟନୀ । ସୋମବାର ଦିନ କଟକ ଜିଲ୍ଲା ପାଇଁ ଦୁଇଟି ଭ୍ରାମ୍ୟମାଣ ଏକ୍ସ-ରେ ଗାଡ଼ିକୁ ସେ ଲୋକାର୍ପିତ କରିଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ଭାଇରସ୍କୁ ଚୀନ୍ ୱୁହାନ୍ ଲ୍ୟାବରେ ବନେଇଥିଲା! ବ୍ରିଟେନ୍ ନରୱେର ବୈଜ୍ଞାନିକମାନେ ଜାଣିଲେ

‘‘ଯେଉଁ ରୋଗୀମାନେ କୋଭିଡ କେୟାର ସେଣ୍ଟରରେ ରହୁଛନ୍ତି କିମ୍ବା ହୋମ୍ ଆଇସୋଲେସନ୍‌ରେ ରହୁଛନ୍ତି ସେମାନଙ୍କ ପାଖକୁ ଯାଇ ଏହି ଗାଡ଼ି ସେମାନଙ୍କ ଏକ୍ସ-ରେ କରିବ । ଏହି ଗାଡ଼ିଗୁଡ଼ିକରେ ଥିବା ପୋଟେବଲ୍‌ ଏକ୍ସ-ରେ ମେସିନ୍ ଦ୍ବାରା ଆମେ ରୋଗୀଙ୍କ ଛାତିର ଏକ୍ସ-ରେ କରି ତାଙ୍କ ଫୁସଫୁସ୍‌ କେତେ ମାତ୍ରାରେ ପ୍ରଭାବିତ ହୋଇଛି ତାହା ଜାଣି ପାରିବୁ । ରୋଗୀ ଜଣକ ଗୁରୁତର ଅବସ୍ଥାକୁ ଯିବା ପୂର୍ବରୁ ଆମେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରି ତାଙ୍କର ଆବଶ୍ୟକୀୟ ଚିକିତ୍ସା କରି ପାରିବୁ,’’ କହିଛନ୍ତି ଚୟନୀ ।

ଦୁଇଟି ଯାକ ଗାଡ଼ି ଦିନ ବେଳା ଗ୍ରାମାଞ୍ଚଳରେ ଓ ଅପରାହ୍ଣରେ ସହର ମଧ୍ୟରେ ବୁଲି କୋଭିଡ ସଂକ୍ରମିତଙ୍କ ଛାତିର ଏକ୍ସ-ରେ କରିବ ।


ଏହା ବି ପଢ଼ନ୍ତୁ | PMଙ୍କ ବାତ୍ୟା ସମୀକ୍ଷାରେ ବସିଲେନି ମମତା; ୧୫ ମିନିଟ ରହି ଚାଲିଗଲେ, ₹୨୦,୦୦୦ କୋଟି ମାଗିଲେ

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ କିଛି ଦିନ ହେଲା କଟକ ଜିଲ୍ଲାରେ ଅତି ସଙ୍କଟାପନ୍ନ ଅବସ୍ଥାରେ ଦୈନିକ ହାରାହାରି ୩୦ରୁ ୪୦ ଜଣ ରୋଗୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସେମାନଙ୍କ ଶରୀରର ଅକ୍ସିଜେନ୍‌ ସ୍ତର ୮୮ କିମ୍ବା ତା’ ଠାରୁ କମ୍‌ ରହୁଥିବା ଦେଖିବାକୁ ମିଳୁଛି ଓ ଅନେକ ରୋଗୀଙ୍କ ଅକ୍ସିଜେନ୍‌ ସ୍ତର କ୍ଷିପ୍ର ବେଗରେ ନିମ୍ନଗାମୀ ହେଉଥିବା ଜଣାପଡ଼ିଛି । ବଡ଼ କଥା ହେଉଛି ସେହି ରୋଗୀମାନଙ୍କ ଫୁସଫସରେ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ନିଶ୍ବାସ ନେବାରେ ସମସ୍ୟା ହେଉ ନ ଥିବାରୁ ତାହା ରୋଗୀମାନେ ଜାଣି ପାରନ୍ତି ନାହିଁ । ଯେତେବେଳେ ସେମାନେ ଏହା ଜାଣନ୍ତି ସେତେବେଳକୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଖରାପ ସ୍ଥିତିରେ ପହଞ୍ଚି ଯାଇଥାଏ ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ ଆରମ୍ଭ କଲା ଘରୋଇ କ୍ଷେତ୍ରର ସୁବଠୁ ବଡ଼ ମାଗଣା ଟିକାକରଣ ଅଭିଯାନ; ୮୮୦ ସହରରେ ହେବ

ସେହି ସମୟରେ ସେମାନଙ୍କ ପାଇଁ ତୁରନ୍ତ ଆଇ.ସି.ୟୁ. ବେଡ୍‌ ଯୋଗାଡ଼ କରିବା ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏହା ବ୍ୟତୀତ ଚିକିତ୍ସାର ଉପଯୁକ୍ତ ସମୟ ଅତିକ୍ରାନ୍ତ ହୋଇ ସାରିଥିବାରୁ ସେମିତି ରୋଗୀମାନଙ୍କ ମଧ୍ୟରୁ ଅନେକଙ୍କ ବଞ୍ଚାଇବା ସମ୍ଭବ ହୋଇପାରୁ ନାହିଁ । ଏକ୍ସ-ରେ ଅନ୍‌ ହ୍ବିଲ୍ ଏହି ସମସ୍ୟାର ନିରାକରଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରିବା ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ | ମେନିଞ୍ଜାଇଟିସ୍ ଏକ ଗୁରୁତର ରୋଗ; ଜାଣନ୍ତୁ ଏଥିରେ ହୁଏ କେମିତି ନିଜକୁ ସୁରକ୍ଷିତ ରଖିବେ

ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରଥମ ଦିନରେ ଆଇସୋଲୋସନ୍‌ରେ ଥିବା ମୋଟ ୪୫ ଜଣ କରୋନା ରୋଗୀଙ୍କର ଏକ୍ସ-ରେ କରାଯାଇଥିଲା । ସେଥି ମଧ୍ୟରୁ କଟକ ଉପକଣ୍ଠରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଥିବା ୨୫ ଜଣ ଆକ୍ରାନ୍ତ ସାମିଲ ଥିଲେ । ସୋମବାର ରାତି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୨୫ ଜଣଙ୍କ ଏକ୍ସ-ରେ ରିପୋର୍ଟକୁ ଯାଞ୍ଚ କରିବା ପରେ ସେମାନଙ୍କ ମଧ୍ୟରୁ ଅନେକ ଆକ୍ରାନ୍ତଙ୍କ ଫୁସଫୁସ ସଂକ୍ରମିତ ହୋଇ ସାରିଥିବା ଜଣା ପଡ଼ିବା ସହ ଜଣଙ୍କର ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିଥିବା ଜଣାପଡ଼ିଥିଲା । ସେହି ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’

‘‘ଯେଉଁ ଉଦ୍ଦେଶ୍ୟ ରଖି ଆମେ ଏହି ସେବା ଆରମ୍ଭ କରିଥିଲୁ ତା’ର ସୁଫଳ ପ୍ରଥମ ଦିନରୁ ଆମକୁ ମିଳିଛି । ଆଜି ପ୍ରଥମ ଦିନ ଥିବାରୁ କମ ସଂଖ୍ୟକ ଏକ୍ସ-ରେ ହୋଇପାରିଲା । ମଙ୍ଗଳବାରଠାରୁ ଆମେ ଦୈନିକ ୭୦୦ରୁ ୮୦୦, ଏପରିକି ୧,୦୦୦ ଜଣ ଆକ୍ରାନ୍ତଙ୍କ ଏକ୍ସ-ରେ କରିବା ପାଇଁ ଯୋଜନା ରଖିଛୁ । ଏହା ଦ୍ବାରା ଜିଲ୍ଲାର କୋଭିଡ ଭିତ୍ତିଭୂମି ଉପରେ ଅଧିକ ଚାପ ରହିବ ସତ, କିନ୍ତୁ ଆମେ ରୋଗୀଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ପହଞ୍ଚିବାରୁ ରକ୍ଷା କରିପାରିବୁ,’’ କହିଛନ୍ତି କଟକ ଜିଲ୍ଲା ସହକାରୀ ଚିକିତ୍ସା ଅଧିକାରୀ ଡାକ୍ତର ଉମେଶ ରାୟ ।

ଏହା ବି ପଢ଼ନ୍ତୁ | Gold Price: ରେକର୍ଡ଼ ଉଚ୍ଚତାରୁ ଏବେ ବି ,୬୦୦ ଟଙ୍କା ଶସ୍ତା ଅଛି ସୁନା; ଏହି ମାସ ମହଙ୍ଗା ହୋଇଛି

ଏକ୍ସ-ରେ ଅନ୍ ହ୍ବିଲ୍‌ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦୁଇଟି ଗାଡ଼ିର ବ୍ୟବସ୍ଥା କରାଯାଇଛି । ଏହି ଦୁଇଟି ଯାକ ଗାଡ଼ି ଦିନ ବେଳା ଗ୍ରାମାଞ୍ଚଳ ଓ ଅପରାହ୍ଣରେ ସହର ମଧ୍ୟରେ ବୁଲି ବୁଲି କୋଭିଡ ସଂକ୍ରମିତଙ୍କ ଛାତିର ଏକ୍ସ-ରେ କରିବ । ବିଶେଷ କରି କୋଭିଡ କେୟାର୍‌ ସେଣ୍ଟର୍‌ ଓ ନିଜ ନିଜ ଘରେ ଆଇସୋଲୋସନରେ ରହୁଥିବା ସଂକ୍ରମିତଙ୍କ ଫୁସଫୁସରେ ସଂକ୍ରମଣ ହାର ଓ ସ୍ଥିତି ଜାଣିବା ପାଇଁ ଏହାକୁ ବ୍ୟବହାର କରାଯିବ ।



ସବୁ ସଂକ୍ରମିତ ଲୋକଙ୍କ ତଥ୍ୟ ସହିତ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାର ଅପଡେଟେଡ୍‌ ସୂଚନା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ରହୁଥିବାରୁ କାହାର କେଉଁ ଦିନ ବା କେଉଁ ସମୟରେ ଏକ୍ସ-ରେ କରାଯିବ ସେ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବିଶେଷଜ୍ଞମାନେ ନିଷ୍ପତ୍ତି ନେବେ । ଯଦି ଆକ୍ରାନ୍ତ ବ୍ୟକ୍ତି ନିଶ୍ବାସ ନେବାରେ ସମସ୍ୟା ଅନୁଭବ କରନ୍ତି ସେହି କ୍ଷେତ୍ରରେ ମଧ୍ୟ ସେ ନିୟନ୍ତ୍ରଣ କକ୍ଷକୁ ଫୋନ୍‌ କରି ନିଜର ଏକ୍ସ-ରେ କରାଇବା ପାଇଁ ପରାମର୍ଶ ମାଗି ପାରିବେ ।
Published by: Anand ST Das
First published: May 31, 2021, 11:30 PM IST