ଭୁବନେଶ୍ୱର ଓ କଟକରେ କାଲି ଠାରୁ ଚାଲିବ ‘ମୋ ବସ୍’; ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ

ପ୍ରଥମ ପର୍ଯ୍ୟାୟରେ କେବଳ ସକାଳ ୭ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମାତ୍ର ୭ଟି ରୁଟରେ ଚାଲିବ ନନ୍-ଏସି ବସ୍ l କୌଣସି ପରିସ୍ଥିତିରେ ବସରେ ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ l

ଭୁବନେଶ୍ୱର ଓ କଟକରେ କାଲି ଠାରୁ ଚାଲିବ ‘ମୋ ବସ୍’; ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ
କେବଳ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ସିଟି ବସ୍ l
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଘରୋଇ ବସ ଚଳାଚଳକୁ ନେଇ ଘରୋଇ ବସ ମାଲିକଙ୍କ ସହ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କୌଣସି ନିଷ୍କର୍ଷରେ ପହଞ୍ଚିପାରି ନ ନଥିବା ବେଳେ ମଙ୍ଗଳବାର ଠାରୁ କଟକ ଓ ଭୁବନେଶ୍ଵରରେ ଗଡ଼ିବା ଆରମ୍ଭ କରିବ ‘ମୋ ବସ୍‌’ l କରେlନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ମାତ୍ର ୭ଟି ରୁଟ୍‌ରେ ବିନା ଶୀତ-ତାପ ନିୟନ୍ତ୍ରିତ (non-AC) ବସ ଚଳାଇବାକୁ କ୍ରୁଟ ନିଷ୍ପତ୍ତି ନେଇଛି ।

ମୋ ବସ ଗଡ଼ିବ, କିନ୍ତୁ ଯାତ୍ରୀଙ୍କ ପାଇଁ ରହିବ ଅନେକ କଟକଣା l କଟକଣା ନ ମାନିଲେ ଆପଣଙ୍କୁ ବସରେ ଯିବାକୁ ଦିଆଯିବ ନାହିଁ l ମାସ୍କ ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଯେତିକି ସିଟ ସେତିକି ଯାତ୍ରୀ ବସରେ ଯାଇ ପାରିବେ l କୌଣସି ପରିସ୍ଥିତିରେ ବସରେ ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ l ପ୍ରଥମ ପର୍ଯ୍ୟାୟରେ କେବଳ ସକାଳ ୭ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ସିଟି ବସ୍‌ l

କେଉଁ କେଉଁ ରୁଟ୍‌ ଦେଇ ବସ ଡ଼ିବ: 

୭ଟି ରୁଟ୍‌ରେ ପ୍ରତି ଅଧଘଣ୍ଟା ବ୍ୟବଧାନରେ ମିଳିବ ମୋ ବସ୍‌ ।

> ବିମାନବନ୍ଦରରୁ ପଟିଆ ଦେଇ କଟକ ସିଡିଏକୁ ଚାଲିବ ବସ୍‌

> ନନ୍ଦନବିହାରରୁ ମାଷ୍ଟର କ୍ୟାଣ୍ଟିନ୍‌ ଦେଇ ଲିଙ୍ଗିପୁର ଯିବ ବସ୍‌

> ମାଷ୍ଟର କ୍ୟାଣ୍ଟିନ୍‌ରୁ ରସୁଲଗଡ଼ ଦେଇ କଟକ ଯିବ ବସ୍‌

> ମାଷ୍ଟର କ୍ୟାଣ୍ଟିନ୍‌ରୁ ବାଣୀବିହାର ଦେଇ ଖୋର୍ଦ୍ଧା ଯିବ ବସ୍‌

> ମାଷ୍ଟର କ୍ୟାଣ୍ଟିନ୍‌ରୁ ଫାୟାର ଷ୍ଟେସନ ଦେଇ ସମ୍‌ ହସ୍ପିଟାଲ ଯିବ ବସ୍‌

> ଡୁମୁଡୁମାରୁ ମାଷ୍ଟର କ୍ୟାଣ୍ଟିନ୍‌ ଦେଇ ମଞ୍ଚେଶ୍ବର ଯିବ ଆଉ ଏକ ବସ୍‌

> ମାଷ୍ଟର କ୍ୟାଣ୍ଟିନ୍‌ରୁ ବରମୁଣ୍ଡା ଦେଇ ଏମ୍‌ସ ଯିବ ମୋ ବସ୍‌

ଯାତ୍ରୀଙ୍କ ସୁରକ୍ଷା ପାଇଁ ଖୁବ୍‌ ଶୀଘ୍ର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା କରିବାକୁ ଯାଉଛି କ୍ରୁଟ l ଯାତ୍ରୀମାନେ TAP,  Pay Card ଏବଂ QR Code ମାଧ୍ୟମରେ ଅନଲାଇନ ପେମେଣ୍ଟ କରିପାରିବେ ।

ଟଙ୍କା ନୋଟ୍‌ ଓ କଏନରେ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ଯୋଗୁଁ ଅନଲାଇନ ପେମେଣ୍ଟ କରାଯିବ ବୋଲି କହିଛନ୍ତି କ୍ରୁଟର ପରିଚାଳନା ନିର୍ଦ୍ଦେଶକ  ଅରୁଣ ବୋଥ୍ରା l

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 10:48 PM IST
corona virus btn
corona virus btn
Loading