ରାଜ୍ୟରେ ଗଡ଼ିଲାନି ଘରୋଇ ବସ୍, ହେଲେ ଭୁବନେଶ୍ୱର ଓ କଟକରେ ଗଡ଼ିଲା ମୋ’ ବସ୍

ଯେଉଁ ଯାତ୍ରୀ ବସରେ ଚଢୁଥିଲେ ସେମାନଙ୍କ ମୁହଁରେ ଥିଲା ମାସ୍କ। କ୍ରୁଟ ଶୀଘ୍ର ପେ କାର୍ଡ ବ୍ୟବସ୍ଥା କରିବ ଓ ଅଧିକ ବସ୍ ଚଳାଇବ ବୋଲି କହିଛି ।

ରାଜ୍ୟରେ ଗଡ଼ିଲାନି ଘରୋଇ ବସ୍, ହେଲେ ଭୁବନେଶ୍ୱର ଓ କଟକରେ ଗଡ଼ିଲା ମୋ’ ବସ୍
ଗାଡିକୁ ଚଢ଼ିବା ପୂର୍ବରୁ ମୁଣ୍ଡିଆ ମାରି ଚଢ଼ିଥିଲେ କର୍ମଚାରୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୁଇ ମାସ ପରେ ଗଡ଼ିଚି ମୋ ବସ। ହାତବାନ୍ଧି ବସିଥିବା ୬୦୦ ମୋ ବସ କର୍ମଚାରୀ ଏବେ ଖୁସି, ଯାତ୍ରୀ ବି ଆହୁରି ଖୁସି । କଟକ ଓ ଭୁବନେଶ୍ୱରରେ ମୋଟ ସାତଟି ରୁଟରେ ଆଜି ଚାଲିଛି ବସ । ରୁଟ ନମ୍ବର ୧୦, ୧୧, ୧୬, ୨୦, ୨୩, ୨୫ ଓ ୨୭ରୁ ମୋଟ ୪୦ଟି ଗାଡି ଚାଲିଛି ପ୍ରଥମ ଦିନରେ ।

ମୋଟ ୨୦୦ଟି ‘ମୋ ବସ’ରୁ ପ୍ରେସ ଛକ ଡିପୋରୁ ୧୮ଟି ଓ ସମ ହସ୍ପିଟାଲ ଡିପୋରୁ ୨୨ଟି ବସ ଆଜି ଚାଲିଛି । ଆଜି ଗାଡ଼ିଗୁଡ଼ିକ ସକାଳୁ ସକାଳୁ ଏହି ଦୁଇଟି ଡିପରୁ ବାହାରି ପ୍ରଥମେ ମାଷ୍ଟର କ୍ୟାଣ୍ଟିନ୍‌, ନନ୍ଦନ ବିହାର ଓ ଡୁମୁଡୁମା ଯାଇଥିଲା । ଏହି ସବୁ ଗାଡ଼ିଗୁଡିକର ଡେଷ୍ଟିନେସନ ପଏଣ୍ଟ ହେଉଛି ସିଡିଏ, କଟକ, ଲିଙ୍ଗିପୁର, ଖୋର୍ଦ୍ଧା, ସମ ହସ୍ପିଟାଲ, ମଞ୍ଚେଶ୍ୱର ଓ ଏମ୍ସ । ଏହି ସବୁ ସ୍ଥାନରେ ବହୁ ଦିନ ପରେ ଗାଡ଼ିରେ ବସି ଯାତ୍ରା କରିବା ପରେ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ  ଯାତ୍ରୀ।

ଆଜି ଗାଡି ବାହାରିବା ସମୟରେ କରୋନା କଟକଣାକୁ ମାନିଥିଲେ ବସ୍‌ କର୍ମଚାରୀମାନେ । ହାତରେ ଥିଲା ଗ୍ଲୋବସ, ମୁହଁରେ ମାସ୍କ । ଗାଡ଼ି ସାନିଟାଇଜ ହୋଇଥିଲା । ଗାଡିକୁ ଚଢ଼ିବା ପୂର୍ବରୁ ମୁଣ୍ଡିଆ ମାରି ଚଢ଼ିଥିଲେ କର୍ମଚାରୀ । ପାଇଲଟ ବି ହାତ ସାନିଟାଇଜ କରି ଗାଡ଼ି ଚଳାଇଥିଲେ।

ଗାଡ଼ିରେ ବସି ଯାତ୍ରା କରିବା ପରେ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଯାତ୍ରୀ।


ଯେଉଁ ଯାତ୍ରୀ ବସରେ ଚଢୁଥିଲେ ସେମାନଙ୍କ ମୁହଁରେ ଥିଲା ମାସ୍କ। କ୍ରୁଟ ମଧ୍ୟ ଶୀଘ୍ର ପେ କାର୍ଡ ଓ ଟ୍ୟାପ ବ୍ୟବସ୍ଥା କରିବ ବୋଲି କହିଛି। ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ଆଗକୁ ଅଧିକ ବସ ଚାଲିବ ବୋଲି କହିଛି କ୍ରୁଟ।

ଯାତ୍ରୀ ଗାୟତ୍ରୀ କହିଛନ୍ତି: ‘‘ବସ ଆଜି ଚାଲୁଥିବାରୁ ଖୁସି ଲାଗୁଚି। ଖୋର୍ଦ୍ଧାରେ ଏକ ଜରୁରୀ କାମ ଅଛି। କାର ଓ ଅଟୋ ଅପେକ୍ଷା ବସରେ କମ ଅର୍ଥରେ ଯାଇ ହେଉଛି।’’

‘‘ବସରେ ବହୁ ପ୍ରକାର ଲୋକ ଚଢ଼ୁଛନ୍ତି । ୬୦୦ କର୍ମଚାରୀ ମଧ୍ୟ ମୋ ବସରେ କାମ କରୁଛନ୍ତି। କରୋନା ମୁକାବିଲା କରିବା କେବଳ ବସ କର୍ମଚାରୀଙ୍କ ଦାୟିତ୍ୱ ନୁହେଁ । ଏ ନେଇ ଯାତ୍ରୀ ଅଧିକ ସଚେତନ ହେବା ଉଚିତ,’’ କହିଛନ୍ତି ଏଜେନ୍ସି ମ୍ୟାନେଜର ମିଶ୍ର ।

ଡିପୋ ମ୍ୟାନେଜର ବିମଳ ବାରିକ କହିଛନ୍ତି: ‘‘ଦୁଇ ମାସ ପରେ ବସ ଗଡ଼ିଛି । ଯଦି ବ୍ୟବସାୟ ଭଲ ଚାଲିବ ତେବେ ଆଗକୁ ଆହୁରି ଅଧିକ ବସ ଚାଲିବ। କିନ୍ତୁ ଏବେ କରୋନା କଟକଣାକୁ ମାନିବା ଆମ କର୍ମଚାରୀଙ୍କ ପାଇଁ ବଡ଼ ଚାଲେଞ୍ଜ।’’

ରାଜ୍ୟ ସରକାର ଓ ଘରୋଇ ବସ ମାଲିକ ସଙ୍ଘ ମଧ୍ୟରେ ଦ୍ଵନ୍ଦ୍ୱ ଏ ଯାଏଁ ତୁଟିନି । ଅଟୋ ସଙ୍ଘ ମଧ୍ୟ ନିଜ ଜିଦରେ ଅଟଳ । ଏହି ସମୟରେ ମୋ ବସ ଚଳାଚଳ ଲୋକଙ୍କୁ ଆଶ୍ୱସ୍ତି ଦେଇଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 26, 2020, 10:31 PM IST
corona virus btn
corona virus btn
Loading