ଭୁବନେଶ୍ୱର ଓ କଟକର ‘ମୋ ବସ୍‌’ରେ ଆରମ୍ଭ ହେଲା କ୍ୟାସ୍‌ଲେସ୍ ଟିକେଟ୍‌ ସେବା

ପ୍ରଥମ ପର୍ଯ୍ୟାୟରେ ୧୬ ଓ ୨୦ ନମ୍ବର ରୁଟ ଅର୍ଥାତ କଟକ ଓ ଖୋର୍ଦ୍ଧା ରୁଟରେ ଚାଲୁଥିବା ବସରେ ଏହି ସେବାର ଶୁଭାରମ୍ଭ ହୋଇଛି। ନୋଟ ଓ ଖୁଚୁରା ଟଙ୍କାର ଆଦାନପ୍ରଦାନରେ ଥିବା କରୋନା ସଂକ୍ରମଣର ଭୟ ଆଉ ରହିବ ନାହିଁ ।

ଭୁବନେଶ୍ୱର ଓ କଟକର ‘ମୋ ବସ୍‌’ରେ ଆରମ୍ଭ ହେଲା କ୍ୟାସ୍‌ଲେସ୍ ଟିକେଟ୍‌ ସେବା
ଏକ ‘ମୋ ବସ୍’ରେ ଜଣେ ଯାତ୍ରୀ କ୍ୟାସଲେସ୍ ଟିକେଟ୍ ସେବା ବ୍ୟବହାର କରୁଛନ୍ତି ।
  • News18 Odia
  • Last Updated: June 11, 2020, 11:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏଣିକି ‘ମୋ ବସ୍’ରେ ଯାତ୍ରା କଲେ ଆଉ ଟିକେଟ ବାବଦରେ ନଗଦ ଟଙ୍କା ଦେବାକୁ ପଡ଼ିବନି । ଡିଜିଟାଲ ୱାଲେଟ୍‌ ବ୍ୟବହାର କରି ଆପଣ ବସ୍‌ ଭଡ଼ା ଦେଇ ପାରିବେ । ଗୁରୁବାର ଠାରୁ କ୍ରୁଟ (CRUT) ପକ୍ଷରୁ ଏହି କ୍ୟାସଲେସ ଟିକେଟ ସେବା ଆରମ୍ଭ ହୋଇଛି ।

କରୋନା ସଂକ୍ରମଣ ଭିତରେ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଡିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦେଇଛି କ୍ରୁଟ୍ । ନୋଟ ଓ ଖୁଚୁରା ଟଙ୍କାର ଆଦାନପ୍ରଦାନ ଦ୍ୱାରା କରୋନା ସଂକ୍ରମଣର ଭୟ ରହିଛି । ତେଣୁ ଏହାକୁ ଏଡ଼ାଇବା ନେଇ କ୍ରୁଟ ପକ୍ଷରୁ କ୍ୟାସଲେସ ଟିକେଟ ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଓ ୨୦ ନମ୍ବର ରୁଟ ଅର୍ଥାତ କଟକ ଓ ଖୋର୍ଦ୍ଧା ରୁଟରେ ଚାଲୁଥିବା ବସରେ ଏହି ସେବାର ଶୁଭାରମ୍ଭ ହୋଇଛି।

ସ୍ବତନ୍ତ୍ର QR କୋଡ଼କୁ ସ୍କାନ କରି ପେମେଣ୍ଟ କରିବେ ଯାତ୍ରୀମାନେ । ଏଥି ପାଇଁ ବସର ଗାଇଡଙ୍କୁ ଏକ କାର୍ଡ଼ ପ୍ରଦାନ କରାଯାଇଛି । ଏହା ଦ୍ଵାରା ସହଜରେ ଖୁଚୁରା କିମ୍ବା ନୋଟ ନେଣଦେଣ ନ କରି ପେମେଣ୍ଟ କରିହେବ । ଆଗାମୀ ଦିନରେ ଏହି ସେବା ସବୁ ରୁଟରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରହିଥିବା କ୍ରୁଟ୍ ପକ୍ଷରୁ କୁହାଯାଇଛି।

କ୍ରୁଟ ପ୍ରବନ୍ଧକ ଦୀପ୍ତି ମହାପାତ୍ର


‘‘ଯାତ୍ରୀମାନେ ବସରେ ଚଢିବା ମାତ୍ରେ ଗାଇଡ଼ମାନଙ୍କ ପାଖରେ ଥିବା କ୍ୟୁଆର କୋଡ଼କୁ ସ୍କାନ କରିପାରିବେ। ସ୍କାନ କରିବା ମାତ୍ରେ ଟିକେଟର ମୂଲ୍ୟ ସିଧାସଳଖ କ୍ରୁଟର ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଉଭୟ ଯାତ୍ରୀ ଓ ଗାଇଡ଼ ଏହି ଦେୟ ସମ୍ବନ୍ଧୀୟ ମେସେଜ ନିଜ ମୋବାଇଲରେ ପାଇବେ। ସଫଳ ଦେୟକୁ ତନଖି କରିବା ପରେ ଗାଇଡ଼ ଟିକେଟ ପ୍ରିଣ୍ଟ କରି ଯାତ୍ରୀଙ୍କୁ ଦେବେ। ଯାତ୍ରୀ ଓ ମୋ ବସ୍‌ କର୍ମଚାରୀଙ୍କ ସୁରକ୍ଷା ଓ ସୁବିଧା ଆମ ଲକ୍ଷ୍ୟ । କରୋନା ମହାମାରୀ ସମୟରେ ଏଭଳି ବ୍ୟବସ୍ଥା ଯାତ୍ରୀ ଓ ମୋ ବସ କର୍ମଚାରୀଙ୍କୁ ସୁରକ୍ଷିତ ରଖିବ,’’ କହିଛନ୍ତି କ୍ରୁଟ ପ୍ରବନ୍ଧକ ଦୀପ୍ତି ମହାପାତ୍ର।

କ୍ରୁଟ୍‌ ଆଗାମୀ ଦିନରେ ଡିଜିଟାଲ ବୁକିଂ ସେବାକୁ ଅଧିକରୁ ଅଧିକ ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖିଛି । ନୋଟର ପ୍ରଚଳନକୁ କମ କରିବା ପାଇଁ କ୍ରୁଟ ପକ୍ଷରୁ ଚେଷ୍ଟା ଚାଲିଛି । ତେବେ କ୍ୟୁଆର କୋଡ଼ ସ୍କାନ ପାଇଁ ଆଣ୍ଡ୍ରୋଏଡ଼ ମୋବାଇଲର ଆବଶ୍ୟକତା ରହିଛି। ‘‘ଯେଉଁମାନଙ୍କ ପାଖରେ ଆଣ୍ଡ୍ରୋଏଡ଼ ମୋବାଇଲ ନାହିଁ ଖୁବ ଶୀଘ୍ର ସେମାନଙ୍କ ପାଇଁ TAP & PAY CARD ସେବା ଆରମ୍ଭ ହେବାକୁ ଯାଉଛି,’’ କହିଛନ୍ତି ଶ୍ରୀମତୀ ମହାପାତ୍ର । ମୋ ବସରେ ମୋବାଇଲ ଆପ୍ ଓ ଅନଲାଇନ ଟିକେଟ ସେବା ଆଗରୁ ଉପଲବ୍ଧ ରହିଛି।

କରୋନା କଟକଣା ପରେ ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି ‘ମୋ ବସ’ ସେବା । ଗୋଟିଏ ପରେ ଗୋଟିଏ ରୁଟରେ ବସ ଚଳାଚଳ ଆରମ୍ଭ ହେଉଛି। ଧୀରେ ଧୀରେ ବଢୁଛି ଯାତ୍ରୀଙ୍କ ସଂଖ୍ୟା। ବର୍ତ୍ତମାନ ନଅଟି ରୁଟରେ ୬୨ଟି ବସ ଚାଲିଛି। ଦୌନିକ ୧ ଲକ୍ଷ ଯାଏ ପହଞ୍ଚିଥିବା ଯାତ୍ରୀଙ୍କ ସଂଖ୍ୟା ଏବେ ୨୦ ହଜାରରୁ ୩୦ ହଜାରରେ ସୀମିତ ରହିଛି । ଏଭଳି ସ୍ଥିତିରେ କ୍ୟାସଲେସ ସେବାକୁ ସମସ୍ତେ ପସନ୍ଦ କରିଛନ୍ତି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 11, 2020, 11:19 PM IST
corona virus btn
corona virus btn
Loading