ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛି

ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛି

କଟକ-ଖୋର୍ଦ୍ଧା ରୁଟ୍ ପାଇଁ ଛଅଟି ବସ୍ ଚାଲୁଛି । AIIMS ପାଇଁ ବି ବସ୍ ଚାଲୁଛି । ମାଷ୍ଟର କ୍ୟାଣ୍ଟିନରୁ ବାଣୀ ବିହାର ଓ ରସୁଲଗଡ଼ ଦେଇ ବସ୍ ଚାଲୁଛି । ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ୧୫୦ ଜଣ ପୋଲିସ ଅଧିକାରୀ ପଇଁତରା ମାରୁଛନ୍ତି ।

ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛି
ଶନିବାର ଦିନ ସଟଡାଉନ୍ ବେଳେ ଭୁବନେଶ୍ୱରର ଏକ ମୁଖ୍ୟ ଛକର ଦୃଶ୍ୟ
  • News18 Odia
  • Last Updated: April 24, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସପ୍ତାହାନ୍ତ ସଟଡାଉନ୍‌ ମଧ୍ୟରେ ‘ମୋ ବସ୍‌’ ସେବା ଚାଲୁ ରହିଛି ଓ ଜରୁରୀ ସେବାରେ ନିୟୋଜିତ ହୋଇଛି । ଭୁବନେଶ୍ୱର ରେଳ ଷ୍ଟେସନରୁ ଯେଉଁମାନଙ୍କୁ କଟକ ଓ ଖୋର୍ଦ୍ଧା ଯିବାର ଅଛି ତାଙ୍କୁ ଏହି ସେବା ଯୋଗାଇ ଦିଆଯାଉଛି, ଫଳରେ ଅନେକ ଯାତ୍ରୀଙ୍କ କଷ୍ଟ ଲାଘବ ହୋଇଛି ।

କଟକ-ଖୋର୍ଦ୍ଧା ରୁଟ୍‌ ପାଇଁ ଛଅଟି ବସ୍‌ ଚାଲୁଛି । AIIMS ପାଇଁ ମଧ୍ୟ ବସ୍‌ ନିୟୋଜିତ ହୋଇଛି । ମାଷ୍ଟର କ୍ୟାଣ୍ଟିନରୁ ବାଣୀ ବିହାର ଓ ରସୁଲଗଡ଼ ଦେଇ ବି ବସ୍‌ ଚାଲୁଛି । ଏହା ସହ ମାଷ୍ଟର କ୍ୟାଣ୍ଟିନରୁ ରବୀନ୍ଦ୍ର ମଣ୍ଡପ, ଆଚାର୍ଯ୍ୟ ବିହାର, କଳିଙ୍ଗ ହସ୍ପିଟାଲ ଓ କିଟ୍‌ ଦେଇ କଟକ ଯାଉଛି ବସ୍‌ । ଏ ପଟେ ଏଜି ଛକ ଦେଇ ଗୋପବନ୍ଧୁ ଛକରୁ ଫାୟାର୍‌ ଷ୍ଟେସନ୍‌ ଓ ବରମୁଣ୍ଡା ଦେଇ ଗୋଟିଏ ବସ୍‌ ଏମ୍ସ ଓ ଅନ୍ୟ ଏକ ବସ୍‌ ସିଧା ଖୋର୍ଦ୍ଧା ଯାଉଛି । କିନ୍ତୁ ଶନିବାର ଏ ସବୁ ବସ୍‌ ଚାଲୁଥିଲେ ବି ଯଥେଷ୍ଟ ଯାତ୍ରୀ ନ ଥିଲେ । ପୂର୍ବ ଭଳି ବସ୍‌ ଭଡ଼ା ଅପରିବର୍ତ୍ତିତ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ସଟଡାଉନର ପ୍ରଭାବ ଶ୍ରମଜୀବୀ, ରେଳ ଯାତ୍ରୀ ଓ ଅଟୋ ଚାଳକଙ୍କ ଉପରେ ସ୍ପଷ୍ଟ ଦେଖିହେଉଛି । ଶନିବାର ଦିନ ଦୋକାନ ବଜାର ଓ ହୋଟେଲ ବି ବନ୍ଦ ଥିଲା । ସେଥି ପାଇଁ ଅନେକ ଲୋକ ହଇରାଣ ହୋଇଥିଲେ । ଖାଦ୍ୟ ପାଇଁ ଦୋକାନ ବଜାର ଖୋଜିଥିଲେ, ହେଲେ ନିରାଶ ହୋଇଥିଲେ । ଯେଉଁମାନେ ରେଳ ଯୋଗେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ ସେମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିରହିଥିବା ଦେଖାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ସାରା ଅଲ୍ଲୀ ଖାନଙ୍କ ପ୍ରେମ କାହାଣୀରେ ମମ୍ମି ଅମୃତା ସିଂ ଭିଲେନ୍ ସାଜୁଛନ୍ତି! ସେ ଚାହୁଁନାହାଁନ୍ତି ଯେ ସାରା...

ଅନଲାଇନରେ ଟିକେଟ୍‌ କାଟିବା ପାଇଁ ଯାତ୍ରୀଙ୍କୁ କୁହାଯାଇଛି, କିନ୍ତୁ କେତେବେଳେ ଗାଡ଼ି ଯିବ ସେ ବିଷୟରେ ଅବଗତ ନ ଥିବାରୁ ଅନେକ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅଟୋ ସେବା ଉପରେ ମଧ୍ୟ ପ୍ରଭାବ ପଡ଼ିଥିଲା । କାଁ ଭାଁ ଅଟୋ ଚାଲିଥିଲା । ଯାତ୍ରୀ ନ ଥିବାରୁ ଚାଳକମାନେ ବି ନିରାଶ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଜାରି ହୋଇଥିବା ସମ୍ପୂର୍ଣ୍ଣ ଲକଡାଉନ୍ ମେ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ

ରାଜଧାନୀ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ସହ ୧୫୦ ଜଣ ପୋଲିସ ଅଧିକାରୀ ସହର ସାରା ପଇଁତରା ମାରୁଥିଲେ । ସଟଡାଉନ୍‌ ପାଇଁ ୩୫ଟି ପିସିଆର୍‌ ଭ୍ୟାନ୍‌ ଓ ୨୦ଟି ମୋବାଇଲ୍‌ ପିସିଆର୍‌ ଥାନାର ଗାଡ଼ିଗୁଡ଼ିକୁ ନିୟୋଜିତ କରାଯାଇଥିଲା । ଏହା ସହ ଷଷ୍ଠ ଓ ସପ୍ତମ ବ୍ୟାଟାଲିଅନର କୋମାଣ୍ଡେଣ୍ଟଙ୍କୁ ବି ନିୟୋଜିତ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତି

‘‘ଲୋକଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ । କିନ୍ତୁ କରୋନା ସଂକ୍ରମଣର ଏହି ଭୟାନକ ସମୟରେ ଯଥେଷ୍ଟ ଆବଶ୍ୟକତା ବିନା ଘରୁ ନ ବାହାରି ଲୋକେ ସରକାରୀ ନିୟମର ଅନୁପାଳନ କରିବା ଉଚିତ । ଶନିବାର ସକାଳେ କେବଳ ୫ଟାରୁ ୬ଟା ପର୍ଯ୍ୟନ୍ତ ମର୍ଣ୍ଣିଂ ୱକ୍‌ ପାଇଁ କୋହଳତା ଦିଆଯାଇଥିଲା । ଆମେ ଆଶା କରୁଛୁ ରବିବାର ବି ଲୋକେ ସହଯୋଗ କରିବେ,’’ କହିଛନ୍ତି ଟ୍ୱିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ | ଜାମିନ୍ ପାଇବା ପରେ ବି ଜେଲରୁ ମୁକୁଳି ପାରିନାହାନ୍ତି ଲାଲୁ; ଝିଅ ରଖୁଛି ରୋଜା, ମାଦୁର୍ଗାଙ୍କ ପୂଜା କରୁଛି

ବରମୁଣ୍ଡା ବସ୍‌ ଷ୍ଟାଣ୍ଡ୍‌ ରାଜ୍ୟର ସବୁଠୁ ବଡ଼ ବସ୍‌ ଷ୍ଟାଣ୍ଡ୍‌ । ଏଠାରୁ ଦୈନିକ ୧,୦୦୦ ବସ୍‌ ଯାତାୟାତ କରିଥାନ୍ତି । ସେଥିରୁ ପାକାପାଖି ୮୦୦ ବସ୍‌ ରାଜ୍ୟ ଭିତରେ ଚାଲୁଥିବା ବେଳେ ୨୦୦ ବସ୍‌ ରାଜ୍ୟ ବାହାରକୁ ଯାଇଥାନ୍ତି । ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ରୋକ୍ ଲଗାଇଛନ୍ତି ।



ଶନିବାର ସଟଡାଉନ୍ ଥିବାରୁ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଓ ଅନେକ ଲୋକ ହଇରାଣ ହୋଇଥିଲେ । ହାତ ଗଣତି ବସ୍‌ ରାସ୍ତାରେ ଗଡ଼ିଥିଲା । ତାହା ପୁଣି ଯାତ୍ରୀଙ୍କ ସଂଖ୍ୟା ଦେଖି ।
Published by: Anand ST Das
First published: April 24, 2021, 11:59 PM IST