News18 Odia Digital
ନୂଆ ଦିଲ୍ଲୀ: ଗୋଟିଏ ହସପିଟାଲରେ ଦୀର୍ଘ ୩୬ ଘଣ୍ଟା ଧରି ନିଜର ଜଣେ କରୋନା ସଂକ୍ରମିତ ସମ୍ପର୍କୀୟଙ୍କ ପାଇଁ ଅକ୍ସିଜେନ୍ ଆସିବାକୁ ଅପେକ୍ଷା କରି ଉତ୍ତେଜିତ ହୋଇପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ (Union minister Prahlad Patel) ଦୁଇ ଚାପୁଡ଼ା ମାରିବେ ବୋଲି କହିଛନ୍ତି ।
ମନ୍ତ୍ରୀଙ୍କ ଏମିତି କହୁଥିବା ଘଟଣା ଭିଡିଓ କ୍ୟାମେରାରେ ଶୁଟିଂ ହୋଇଛି ଓ ଭିଡିଓ କ୍ଲିପଟି ଭାଇରାଲ୍ ହେବାରେ ଲାଗିଛି । ‘‘ଏମିତି କହିବୁ ତ ଦୁଇଟା ଖାଇବୁ,’’ (ଦୁଇଟା ଅର୍ଥାତ୍ ଦୁଇଟା ଚାପୁଡ଼) ଭାଇରାଲ୍ ହେଉଥିବା ଭିଡିଓରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍ ସେହି ବ୍ୟକ୍ତିକୁ କହୁଛନ୍ତି । ଏହି ଘଟଣା ମଧ୍ୟ ପ୍ରଦେଶର ଦମୋହ ଜିଲ୍ଲା ହସପିଟାଲରେ ଗୁରୁବାର ଦିନ ଘଟିଛି । ପ୍ରହ୍ଲାଦ ପଟେଲ ଦମୋହ ଲୋକ ସଭା କ୍ଷେତ୍ରରୁ ସାଂସଦ ଅଛନ୍ତି ।
ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରୁ ଓଡ଼ିଶା ଫେରୁଥିଲେ ୧୪-ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ; ସୀମାରେ ଚେକିଂ କଡ଼ା ହେଲାମନ୍ତ୍ରୀ ଏମିତି କହିବା ପୂର୍ବରୁ ବ୍ୟକ୍ତି ଜଣକ କହିଥିଲେ: ‘‘ସେମାନେ (ହସ୍ପିଟାଲ କର୍ତ୍ତୃପକ୍ଷ) ଆମକୁ (ଚୁ…) ମୂର୍ଖ ବନାଉଛନ୍ତି । ୩୬ ଘଣ୍ଟା ହୋଇଗଲାଣି । ଆମେ ହତାଶ ହୋଇଗଲୁଣି... ସେମାନେ କହିଥିଲେ ଯେ ଆମକୁ ଅକ୍ସିଜେନ୍ ସିଲିଣ୍ଡର୍ ଦେବେ, କିନ୍ତୁ ଆମେ ସିଲିଣ୍ଡର ପାଇଲୁ ନାହିଁ... ସେମାନେ ଆମକୁ କାହିଁକି କହିଦେଉ ନାହାନ୍ତି ଯେ ଆମେ ଆପଣଙ୍କୁ ଅକ୍ସିଜେନ୍ ଦେଇ ପାରିବୁ ନାହିଁ?’’
ଏହା ବି ପଢ଼ନ୍ତୁ | ଦେଶରେ ଅକ୍ସିଜେନ୍ ସଙ୍କଟ ବେଳେ ଓଡ଼ିଶା ସାହାଯ୍ୟର ହାତ ବଢ଼ାଇଲା; ଯୋଗାଇଦେବ ଏହି ଗ୍ୟାସ୍ମଧ୍ୟ ପ୍ରଦେଶର ଦାମୋହରେ ଏକ ଡାକ୍ତରଖାନା ବାହାରେ ଲୋକଟି ଏମିତି ଅଭିଯୋଗ କରୁଥିବା ବେଳେ ମନ୍ତ୍ରୀ ତାଙ୍କ ସାମନାରେ ଠିଆ ହୋଇଥିଲେ । ‘‘ଐସା ବୋଲେଗା ତୋ ଦୋ ଖାଏଗା’’ (ଏମିତି କହିବୁ ତ ଦୁଇଟା ଖାଇବୁ) ମନ୍ତ୍ରୀ ସେହି ଲୋକଟିକୁ କହିଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ସେ ସେହି ବ୍ୟକ୍ତି ଜଣକ ଡାକ୍ତର ଓ ନର୍ସମାନଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦେଉଥିବାରୁ ମନ୍ତ୍ରୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ସାରା ଅଲ୍ଲୀ ଖାନଙ୍କ ପ୍ରେମ କାହାଣୀରେ ମମ୍ମି ଅମୃତା ସିଂ ଭିଲେନ୍ ସାଜୁଛନ୍ତି! ସେ ଚାହୁଁନାହାଁନ୍ତି ଯେ ସାରା...ତା’ ପରେ ମନ୍ତ୍ରୀ ପଚାରିଥିଲେ: ‘‘ତୁମକୁ କେହି ଅମ୍ଳଜାନ ସିଲିଣ୍ଡର ଦେବେନାହିଁ ବୋଲି କହିଲେ କି?’’ ଲୋକଟି ଉତ୍ତର ଦେଇଥିଲା, ‘‘ହଁ, ସେମାନେ ମନା କଲେ । ଆମେ କେବଳ ପାଞ୍ଚ ମିନିଟ୍ ପାଇଁ ଗୋଟିଏ ସିଲିଣ୍ଡର୍ ପାଇଥିଲୁ । ତା’ଠୁ ତ ଭଲ ଯେ ଖୋଲାଖୋଲି ମନା କରିଦେବ ।’’
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:ଏହା ବି ପଢ଼ନ୍ତୁ | ଆସନ୍ତା ଶନିବାରଠାରୁ ସାରା ଓଡ଼ିଶାରେ ଲାଗୁ ହେବ ସପ୍ତାହାନ୍ତ ସଟ୍ଡାଉନ୍; କରୋନା ଅଣାୟତ୍ତ ହେଉଛିଏହି ଭିଡିଓର ଏକ ସଂକ୍ଷିପ୍ତ ରୂପ ପ୍ରଥମେ ଭାଇରାଲ୍ ହେବା ପରେ (Prahlad Patel viral video) ଅଭିଯୋଗ ହୋଇଥିଲା ଯେ ମନ୍ତ୍ରୀ ସେହି ଲୋକଟିକୁ ଧମକାଇଥିଲେ । ହେଲେ ପ୍ରହ୍ଲାଦ ପଟେଲଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ଉକ୍ତ ବ୍ୟକ୍ତିଙ୍କୁ କୌଣସି ଧମକ ଦେବା ତ ଦୂରର କଥା, ବରଂ ସେ ଅଶାଳୀନ ଭାଷା ପ୍ରୟୋଗ କରିଥିବାରୁ ମନ୍ତ୍ରୀ ତାକୁ ସେମିତି କହିଥିଲେ । ଭିଡିଓର ଏକ କ୍ଷୁଦ୍ର ସଂସ୍କରଣ (Minister Oxygen Viral Video) ପ୍ରକାଶ ପାଇବା ପରେ ଏହାକୁ ନେଇ ଭୁଲ୍ ତଥ୍ୟ ପ୍ରସାରିତ ହୋଇଥିଲା ।
ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଏପ୍ରିଲ୍ ୨୨ରୁ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ହୋଇଛି; ମେ ମାସ ୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବଏହି ଘଟଣା ସେହି ଜିଲ୍ଲା ଡାକ୍ତରଖାନା ବାହାରେ ଘଟିଥିଲା ଯାହା ଏକ ଉତ୍ସର୍ଗୀକୃତ କୋଭିଡ ହସପିଟାଲ୍, ଆଉ ଯେଉଁଠି ମଙ୍ଗଳବାର ଦିନ ରୋଗୀଙ୍କ ସମ୍ପର୍କୀୟମାନେ ଅମ୍ଳଜାନ ସିଲିଣ୍ଡର ଲୁଟ୍ କରିଥିଲେ । ବାହାରକୁ ଆସିଥିବା ଭିଜୁଆଲରେ ଦେଖାଯାଇଥିଲା ଯେ ରୋଗୀମାନଙ୍କ କ୍ରୋଧିତ ସମ୍ପର୍କୀୟମାନେ ସିଲିଣ୍ଡର୍ ଛଡ଼ାଇ ନେଉଥିଲେ ଓ ଏକ ଅମ୍ଳଜାନ ଭଣ୍ଡାର ଘର ଉପରେ ଚଢ଼ାଉ କରିଥିଲେ ।
ଏହି ଘଟଣା ପରେ ଏକ ବିବୃତ୍ତିରେ ମଧ୍ୟ ପ୍ରଦେଶ ସରକାର କହିଛନ୍ତି ଯେ ରାଜ୍ୟରେ ଅମ୍ଳଜାନର ଅବାବ ନାହିଁ । ଦାମୋହରେ କରୋନା ସଂକ୍ରମଣର ୩,୩୨୦ଟି ସକ୍ରିୟ ମାମଲା ସାମନାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ମାମଲା ସଂଖ୍ୟା ୧୦୧ ବଢ଼ିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।