ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ୩,୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ରେସନ୍ କାର୍ଡ଼ ନ ଥିବା ଲୋକଙ୍କୁ ବି ମାଗଣାରେ ଖାଦ୍ୟ ମିଳିବ ।

ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ପ୍ୟାକେଜର ବିବରଣୀ ଦେଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲଗାତାର ଦ୍ୱିତୀୟ ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ବିଷୟରେ ବିବରଣୀ ଦେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳର ଗରିବଙ୍କ ପାଇଁ ଏକ ଭଡ଼ା ଘର ଯୋଜନା ଆଣିବାକୁ ପ୍ରସ୍ତୁତି ଚାଲିଛି । ଏହି ଯୋଜନା ଅଧୀନରେ ଗରିବମାନେ କମ୍ ଭଡ଼ାରେ ରହିବାକୁ ଘର ପାଇବେ ।

ମଧ୍ୟମ ଆୟ ଗୋଷ୍ଠୀଙ୍କ ପାଇଁ ଘୋଷଣା: ବାର୍ଷିକ ୬ ଲକ୍ଷରୁ ୧୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ମଧ୍ୟମ ଆୟ ଗୋଷ୍ଠୀଙ୍କ ପାଇଁ ୨୦୧୭ରେ ଆରମ୍ଭ ହୋଇଥିବା କ୍ରେଡିଟ୍ ଲିଙ୍କ୍ ସବସିଡି ସ୍କିମ୍ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଥିଲା, କିନ୍ତୁ ବର୍ତ୍ତମାନ ତାହା ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ସୀତାରମଣ । ଏହା ଦ୍ୱାରା ଆହୁରି ୨.୫ ଲକ୍ଷ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି ।

ଗରିବ ପ୍ରବାସୀ ଶ୍ରମିକଙ୍କୁ ମାସ ପାଇଁ ମାଗଣା ଖାଦ୍ୟ ଶସ୍ୟ: ଆଠ କୋଟି ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ୩,୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ମୋଦି ସରକାର ଦୁଇ ମାସ ପାଇଁ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଶସ୍ୟ ଓ ଡାଲି ପ୍ରଦାନ କରିବେ । ରେସନ୍‌ କାର୍ଡ଼ ନ ଥିବା ଲୋକଙ୍କୁ ବି ସରକାର ମାଗଣା ଖାଦ୍ୟ ଶସ୍ୟ ଦେବେ । ରେସନ୍‌ କାର୍ଡ ନ ଥିବା ଲୋକଙ୍କୁ ୫ କିଲୋ ଶସ୍ୟ ଓ କିଲେ ଡାଲି ମିଳିବ ।

ମଥୁରାରେ ଏକ ଟ୍ରକରେ ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଯାତ୍ରା କରୁଛନ୍ତି ।


ଆଦିବାସୀଙ୍କ ପାଇଁ ଘୋଷଣା: ଆଦିବାସୀ ଓ ଜନଜାତିର ଲୋକଙ୍କ ପାଇଁ କେମ୍ପା (CAMPA) ପାଣ୍ଠି ବ୍ୟବହାର କରି ୬,୦୦୦ କୋଟି ଟଙ୍କା ମୂଲ୍ୟର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏହା ଦ୍ୱାରା ଆଦିବାସୀ ଓ ଜନଜାତୀୟ ଗୋଷ୍ଠୀର ଲୋକେ ସୀଧା ଟଙ୍କା ପାଇବେ ବୋଲି କହିଛନ୍ତି ନିର୍ମଳା ସୀତାରମଣ ।

ଚାଷୀଙ୍କ ପାଇଁ ଘୋଷଣା: ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ନାବାର୍ଡ ମାଧ୍ୟମରେ ଚାଷୀଙ୍କୁ ୩୦,୦୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ଯୋଗାଇ ଦିଆଯାଉଛି । ଏହା ଦ୍ୱାରା ତିନି କୋଟି କ୍ଷୁଦ୍ର ଓ ମଧ୍ୟମ କୃଷକ ଉପକୃତ ହେବେ । ସେ କହିଛନ୍ତି ଯେ ସରକାର ଚାଷୀଙ୍କ ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି । ଦ୍ୱିତୀୟ ପ୍ଯାକେଜ ଅଧୀନରେ ନଅଟି ବଡ଼ ଘୋଷଣା ହେବ। ତିନି କୋଟି କୃଷକଙ୍କୁ ୪.୨୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । କୃଷି କ୍ଷେତ୍ର ପାଇଁ ୮୬,୬୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଫସଲ ଋଣ ଅଧୀନରେ ସୁଧ ଉପରେ ରିହାତି ଜାରି ରହିବ ବୋଲି ସେ କହିଛନ୍ତି । ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ କାର୍ଡ ଋଣ ଦିଆଯାଉଛି ।

ରାସ୍ତାର ହକର୍‌ଠେଲାବାଲାଙ୍କ ପାଇଁ ବଡ଼ ଘୋଷଣା: ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଯେଉଁମାନେ ମୁଦ୍ରା ଶିଶୁ ଋଣ ନେଇଛନ୍ତି ସେମାନଙ୍କୁ ୧,୫୦୦ କୋଟି ଟଙ୍କାର ଲାଭ ହେବ । ସେ କହିଛନ୍ତି ଯେ ରାସ୍ତାଘାଟର ହକର ଓ ଠେଲାବାଲାଙ୍କୁ ୫,୦୦୦ କୋଟି ଟଙ୍କାର ସୁବିଧା ଯୋଗାଇ ଦିଆଯିବ । ଯଦି କେହି ଡିଜିଟାଲ୍ ପେମେଣ୍ଟ କରନ୍ତି ତେବେ ସରକାର ତାଙ୍କୁ ଏକ ବିଶେଷ ପୁରସ୍କାର ଦେବେ । ଠାକୁର କହିଛନ୍ତି ଯେ ଏଥିରୁ ପ୍ରାୟ ୫୦ ଲକ୍ଷ ଲୋକ ଉପକୃତ ହେବେ ।

କୋଭିଡ ପରେ ଏହି ପରି ପ୍ରତ୍ୟକ୍ଷ ସହାୟତା ହେବ: ତିନି କୋଟି ଚାଷୀଙ୍କୁ ୪.୨୨ ଲକ୍ଷ କୋଟି ଟଙ୍କାର ସହାୟତା ଦିଆଯିବ । ଏହି ଋଣରେ ତିନି ମାସର ରିହାତି ମିଳିବ । କୃଷି ଋଣ ଉପରେ ପରିଶୋଧନର ଛାଡ଼ ୧ ମାର୍ଚ୍ଚରୁ ୩୧ ମେ ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟମାନଙ୍କୁ ଫସଲ କିଣିବା ପାଇଁ ୬,୭୦୦ କୋଟି ଦିଆଯାଇଛି ।

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: ୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନ

ଏହା ବି ପଢ଼ନ୍ତୁ: ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪

ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ୩ଟି ଟ୍ରେନରେ ଭଦ୍ରକ ଫେରିଲେ ୧,୦୦୦ରୁ ଅଧିକ ପ୍ରବାସୀ; ଏବେ ଅଧିକାଂଶଙ୍କ ପକେଟ୍ ଖାଲି
First published: May 14, 2020, 6:34 PM IST
corona virus btn
corona virus btn
Loading