News18 Odia Digital
ବାଲେଶ୍ୱର: କରୋନା ମହାମାରୀ ସମୟରେ ଆସିଥିବା ରଜ ପର୍ବରେ ରଜ ପିଠା ଓ ରଜ ଦୋଳି ଅନେକଙ୍କ ପାଇଁ ଦୁର୍ଲଭ ହୋଇଯାଇଥିବା ବେଳେ ଜିଲ୍ଲାର ଏକ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ରଜ ପାଳନ କରିବାର ସୌଭାଗ୍ୟ ମିଳିଥିଲା ।
ବାଲେଶ୍ବର ଜିଲ୍ଲା ଅନନ୍ତପୁର ପଞ୍ଚାୟତର ଅନନ୍ତପୁର ସାରସ୍ବତ କଲେଜରେ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀମାନେ ରଜ ପର୍ବ ପାଳନ କରିଥିଲେ । ଅନନ୍ତପୁର ସରପଞ୍ଚ ବିଶ୍ବନାଥ ବେହେରା ଓ ଅଙ୍ଗନବାଡ଼ି କର୍ମୀ ରଞ୍ଜିତା ମହାପାତ୍ର ଆଦି ପ୍ରବାସୀମାନଙ୍କ ପାଇଁ ରଜ ପିଠା, ମିଠା, ପଣସ ଓ ଆମ୍ବ ଯୋଗାଇ ଦେଇଥିଲେ। ଏହା ସହିତ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ମହିଳାମାନଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କୁ ଅଳତା, ଚୂଡ଼ି ଓ ନେଲ୍ ପଲିସ୍ ଯୋଗାଇ ଦିଆଯାଇଥିଲା। ଏହାକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି ପ୍ରବାସୀମାନେ ।
ସରପଞ୍ଚ ବିଶ୍ବନାଥ ବେହେରା କହିଛନ୍ତି: ‘‘ଗତ ମାର୍ଚ୍ଚ ମାସରୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ TMC ସେଣ୍ଟରରେ ସବୁ ପ୍ରକାର ବ୍ୟବସ୍ଥା ଯୋଗାଇ ଦେଉଛୁ । ଯେଉଁ ପ୍ରବାସୀ ଭାଇ ଭଉଣୀ ମାନେ ବାହାର ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରି ଏଠାରେ ରହୁଛନ୍ତି ସେମାନଙ୍କ ଯତ୍ନ ନେବା ଆମର ଗୁରୁ ଦାୟିତ୍ୱ । ସରକାରଙ୍କ ନିୟମ ଅନୁସାରେ ଏ ନେଇ ଆମେ ବ୍ୟାପକ ବ୍ୟବସ୍ଥା କରୁଛୁ । ତେବେ ରଜ ପାଳନର ମୁଖ୍ୟ ଲକ୍ଷ୍ୟ ଥିଲା ସେମାନଙ୍କୁ ଘର ଠାରୁ ଦୂରରେ ରହିଥିବା ଅନୁଭବ କରିବାକୁ ଦେବୁ ନାହିଁ । ଆମ ରାଜ୍ୟକୁ ଫେରିବା ପରେ ପ୍ରବାସୀ ଭାଇ ଓ ଭଉଣୀ ଘରକୁ ନ ଯାଇ ପରିବାର ଓ ସମାଜର ସୁରକ୍ଷା ପାଇଁ ସମସ୍ତଙ୍କ ଠାରୁ ଅଲଗା ରହୁଛନ୍ତି । ସେଥି ପାଇଁ ସେମାନଙ୍କ ପ୍ରତି ଆମର ଦାୟିତ୍ୱ ମଧ୍ୟ ରହିଛି । ତେବେ ଯେତେ ଦିନ ପର୍ଯ୍ୟନ୍ତ ଏଇ କରୋନା ମହାମାରୀ ସମସ୍ୟା ଥିବ ଏହି ଭଳି ଆମେ ସବୁ ପୂଜା ପର୍ବାଣୀ ପାଳନର ବ୍ୟବସ୍ଥା କରିବୁ ।’’

କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ମହିଳାମାନଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଥିଲା ।
ଓଡ଼ିଆମାନଙ୍କର ରଜ ପର୍ବ ଗାଁ ଠୁ ନେଇ ସହର ସବୁଠି ବେଶ ଧୂମ ଧାମରେ ପାଳିତ ହୁଏ । ଏହି ରଜରେ ବହୁ ଉତ୍ସାହର ସହିତ ବହୁ ସଂଖ୍ୟାରେ ଦୋଳି ତିଆରି କରାଯିବା ସହ ଏକତ୍ରିତ ହୋଇ ଲୋକେ ନାନା ରକମର ଖେଳ ବି ଖେଳନ୍ତି । ବିବାହିତା ମହିଳାମାନେ ଏହି ପର୍ବକୁ ଅପେକ୍ଷା କରି ରହିଥାନ୍ତି ନିଜର ଭାଇ ଓ ବାପା ରଜ ଭାର ନେଇକି ଆସିବେ ବୋଲି।
‘‘କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଲୋକେ ଆମ ପରିବାର ସଦସ୍ୟ ଭଳି । ରଜ ସଂକ୍ରାନ୍ତି ହେଉଛି ଆମ ଓଡ଼ିଆଙ୍କ ଗଣ ପର୍ବ । ସବୁ ଓଡ଼ିଆ ପାଳନ କରୁଥିବାବେଳେ ଏମାନେ କାହିଁକି ବାଦ ପଡ଼ିବେ? ସେଥି ପାଇଁ ସରପଞ୍ଚ ଆୟୋଜନ କରିଛନ୍ତି, ଆଉ ଆମେ ସହଯୋଗ କରୁଛୁ,’’ କହିଛନ୍ତି TMCରେ କାର୍ଯ୍ୟରତା ଅଙ୍ଗନବାଡି କର୍ମୀ ରଞ୍ଜିତା ମହାପାତ୍ର ।
ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ମହିଳା ଅହଲ୍ୟା ପାତ୍ର କହିଛନ୍ତି: ‘‘ଆମେ ଘର ଠାରୁ ଦୂରରେ ରହିଛୁ, ହେଲେ ସେ ଅନୁଭବ ହେଉନି । ରଜ ସଂକ୍ରାନ୍ତିରେ ପିଠାପଣା ସାଙ୍ଗକୁ ଅଳତା ଓ ସିନ୍ଦୂର ସବୁ ବ୍ୟବସ୍ଥା ଏଠାରେ କରାଯାଇଛି ।’’
ଏହା ବି ପଢ଼ନ୍ତୁ: ତେଲେଙ୍ଗାନାର କର୍ଣ୍ଣେଲ୍ ସନ୍ତୋଷ ସହିଦ ହେଲେ; ମାଆ କହିଲେ: ‘ତା’ ବୀରତା ପାଇଁ ମୁଁ ଗର୍ବିତା’ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।