ମୁମ୍ବାଇ ପରେ ଗୁଜରାଟର ସୁରଟରେ ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଅଣାୟତ୍ତ; ଅନେକ ଓଡ଼ିଆ ଅଛନ୍ତି

ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସୂତା ଓ ଲୁଗା କଳରେ କାମ କରୁଥିଲେ । ଏମାନଙ୍କ ମଧ୍ୟରେ ପ୍ରବାସୀ ଓଡ଼ିଆଙ୍କ ଏକ ବଡ଼ ସଂଖ୍ୟା ରହିଛି । ପୋଲିସର ହସ୍ତକ୍ଷେପ ପରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଫେରୁଛି ।

ମୁମ୍ବାଇ ପରେ ଗୁଜରାଟର ସୁରଟରେ ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଅଣାୟତ୍ତ; ଅନେକ ଓଡ଼ିଆ ଅଛନ୍ତି
ସୁରଟରେ ହଜାର ହଜାର ପ୍ରବାସୀ ଶ୍ରମିକ ଘରକୁ ଫେରିବାର ବ୍ୟବସ୍ଥା ଦାବିକରି ଏକତ୍ର ହୋଇଛନ୍ତି ।
  • News18 Odia
  • Last Updated: April 15, 2020, 1:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗତ କାଲି ମୁମ୍ବାଇର ବାନ୍ଦ୍ରା ପରେ ଗୁଜରାଟର ସୁରଟ ସହରରେ ଆଜି ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଅଣାୟତ୍ତ ହୋଇଥିଲା । ସୁରଟର ଭରଚ୍ଚା ଅଞ୍ଚଳରେ ଶହ ଶହ ଶ୍ରମିକ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଥିଲେ ଓ ବିଭିନ୍ନ ରାଜ୍ୟରେ ଥିବା ନିଜ ନିଜ ଘରକୁ ଫେରିଯିବାକୁ ଦାବି କରିଥିଲେ ।

ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସୂତା ଓ ଲୁଗା କଳରେ କାମ କରୁଥିବା ପ୍ରବାସୀ ଶ୍ରମିକ । ଏମାନଙ୍କ ମଧ୍ୟରେ ପ୍ରବାସୀ ଓଡ଼ିଆଙ୍କ ଏକ ବଡ଼ ସଂଖ୍ୟା ରହିଥିବା କୁହାଯାଉଛି । ତେବେ ପୋଲିସର ହସ୍ତକ୍ଷେପ ପରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ସୁରଟରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଏହି ଅବେଳରେ ସହଯୋଗର ହାତ ବଢ଼ାଇଛନ୍ତି କେତେକ ସଙ୍ଗଠନ । ଆର୍ଟ ଅଫ୍‌ ଲିଭିଂ ଓ IAHV ଭଳି ସଙ୍ଗଠନ ସହାୟତାରେ ସେମାନଙ୍କୁ କିଛି ପରିମାଣରେ ତେଜରାତି ସାମଗ୍ରୀ ବଣ୍ଟାଯାଇଛି । ସୁରଟର ଲସକନାରେ ଲୋକମାନଙ୍କୁ ଚାଉଳ, ହରଡ଼ ଡାଲି, ଓ ଖାଇବା ତେଲ ପ୍ରଭୃତି ବଣ୍ଟାଯାଇଛି । ଏ ସମ୍ପର୍କରେ ନବସାରୀର ବିଜେପି ସାଂସଦ ସି. ଆର. ପାଟିଲ ଟ୍ବିଟ କରି ସୂଚନା ଦେଇଛନ୍ତି ।

ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟପେୟ ଯୋଗାଇ ଦିଆଯାଉଛି ବୋଲି ଟ୍ୱିଟ୍ କରିଛନ୍ତି ଜଣେ ବିଜେପି ଏମ୍.ପି.।


ମୁମ୍ବାଇର ବାନ୍ଦ୍ରାରେ ଏବେ ସ୍ଥିତି ନିଯନ୍ତ୍ରଣାଧୀନ ରହିଛି । ବହୁ କଷ୍ଟରେ ବସ୍‌ ଷ୍ଟାଣ୍ଡ ଓ ରେଳ ଷ୍ଟେସନ୍‌ ଖାଲି କରିଛି ପୋଲିସ । ଘର ମୁହାଁ ହୋଇଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଘଉଡାଇବାରେ ସକ୍ଷମ ହୋଇଛି ପୋଲିସ । ଏଥି ପାଇଁ ପୋଲିସକୁ ଲାଠି ଚାର୍ଜ ମଧ୍ୟ କରିବାକୁ ପଡ଼ିଥିଲା । ଗତ କାଲି  ଘରକୁ ଯିବା ପାଇଁ ହାଜାର ହଜାର ଶ୍ରମିକ ବାନ୍ଦ୍ରା ରେଳ ଷ୍ଟେସନରେ ପହଞ୍ଚିଥିଲେ । ମାତ୍ର ଲକଡାଉନ ବଅଧି ବଢ଼ିବା ଯୋଗୁଁ କୌଣସି ଟ୍ରେନ୍‌ ଚାଲୁ ନ ଥିଲା ଓ ସେମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାକୁ ସରକାର ବ୍ୟବସ୍ଥା କରିବେ ବୋଲି ଏକ ଗୁଜବ ମୁମ୍ବାଇରେ ପ୍ରଚାରିତ ହେବା ପରେ ହଠାତ ବାନ୍ଦ୍ରା ଷ୍ଟେସନ ଓ ବସ ଷ୍ଟାଣ୍ଡରେ ଲୋକଙ୍କ ଭିଡ଼ ଜମିଥିଲା । ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ପୋଲିସ୍‌ ଓ ପ୍ରଶାସନର ହୋସ୍‌ ଉଡ଼ି ଯାଇଥିଲା । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ  ଶେଷରେ ପୋଲିସକୁ ଲାଠିମାଡ଼ କରିବାକୁ ପଡ଼ିଥିଲା । ଏପରିକି ପୋଲିସ କେତେକ ଶ୍ରମିକଙ୍କ ନାଁରେ ଏଫଆଇର ମଧ୍ୟ ରୁଜୁ କରିଛି । ଶ୍ରମିକମାନେ ସେମାନେ ରହୁଥିବା ସ୍ଥାନକୁ ଫେରି ଯାଇଥିବା ବେଳେ ଆଉ କିଛି ଶ୍ରମିକଙ୍କୁ ସରକାରଙ୍କ ଦ୍ବାରା ନିର୍ମିତ ଆଶ୍ରୟ ସ୍ଥଳରେ ରଖାଯାଇଛି ।
First published: April 15, 2020, 1:44 PM IST
corona virus btn
corona virus btn
Loading