ପୁଣି ଓଲଟିଲା ପ୍ରବାସୀ ଓଡିଆଙ୍କ ଗାଡ଼ି; ମହାରାଷ୍ଟ୍ରରୁ ଗଞ୍ଜାମ ଫେରିବା ରାସ୍ତାରେ ଦୁର୍ଘଟଣା

ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ହୋଇଥିବା ଦୁଇଟି ଅନ୍ୟ ସଡ଼କ ଦୁର୍ଘଟଣାରେ ଘରକୁ ଫେରୁଥିବା ୧୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ପୁଣି ଓଲଟିଲା ପ୍ରବାସୀ ଓଡିଆଙ୍କ ଗାଡ଼ି; ମହାରାଷ୍ଟ୍ରରୁ ଗଞ୍ଜାମ ଫେରିବା ରାସ୍ତାରେ ଦୁର୍ଘଟଣା
ମଧ୍ୟ ପ୍ରଦେଶର ଗୁନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଟ୍ରକ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ନିଜ ଘରକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ଆଜି ପୁଣି ଓଲଟିଛି ସେମାନଙ୍କର ଏକ ଗାଡ଼ି । ଏଥର ବସ୍‌ ନୁହେଁ, ଟ୍ରକରେ ଆସୁଥିଲେ ପ୍ରବାସୀମାନେ । ମହାରାଷ୍ଟ୍ରରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ମହାରାଷ୍ଟ୍ରର ନାସିକ ସହର ନିକଟସ୍ଥ ସିଲପାଟ ଗାଁ ପାଖରେ ଘଟିଥିବା ସୂଚନା ମିଳିଛି । ଆଠ ଜଣ ପ୍ରବାସୀ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ରାୟ ଦୁଇ ଲକ୍ଷ ଟଙ୍କାରେ ଟ୍ରକ ଭଡା କରି ଫେରୁଥିଲେ ଏହି ପ୍ରବାସୀମାନେ । ଟ୍ରକରେ ମହିଳା ଓ ଛୋଟ ପିଲାଙ୍କୁ ମିଶାଇ ମୋଟ ୫୨ ଜଣ ପ୍ରବାସୀ ଥିଲେ ।

ଏହାକୁ ଛାଡ଼ି ଗତ ୨୪ ଘଣ୍ଚା ମଧ୍ୟରେ କରୋନା ଓ ଲକଡାଉନ୍‌ ଯୋଗୁଁ ନିଜ ନିଜ ଘରକୁ ଫେରୁଥିବା ଶ୍ରମିକଙ୍କ ସହ ଦୁଇଟି ରାଜ୍ୟରେ ହୋଇଛି ବଡ଼ ଦୁର୍ଘଟଣା । ମଧ୍ୟ ପ୍ରଦେଶର ଗୁନାରେ ଗତ କାଲି ବିଳମ୍ବିତ ରାତିରେ ୬୦ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଓ ୫୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି ।

ଗୁନାରେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତି


ଗୁନାର ଏହି ଦୁର୍ଘଟଣା ବିଷୟରେ ପୋଲିସର କହିବା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଗୁନା କେଣ୍ଟ ଥାନା ଅଞ୍ଚଳରେ ଶ୍ରମିକଙ୍କୁ ନେଇ ଆସୁଥିବା ବସ୍‌ ଗୋଟିଏ ଟ୍ରକ୍‌ ସହ ଧକ୍କା ଖାଇଥିଲା । ଆହତମାନଙ୍କୁ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ମହାରାଷ୍ଟ୍ରରେ ଓଲଟିଥିବା ପ୍ରବାସୀ ଓଡ଼ିଆଙ୍କ ଟ୍ରକ୍


ସମସ୍ତ ଶ୍ରମିକ ମହାରାଷ୍ଟ୍ରରୁ ଉତ୍ତର ପ୍ରଦେଶ ଯାଉଥିଲେ । ଗୁନା ପୋଲିସର କହିବା ଅନୁସାରେ ଉଭୟ ବସ୍‌ ଓ ଟ୍ରକ୍‌ରେ ଯାତ୍ରୀ ଥିଲେ । ଏ ସମସ୍ତ ଯାତ୍ରୀ କରୋନା ଓ ଲକଡାଉନ୍‌ ଯୋଗୁଁ ନିଜ ନିଜ ଘରକୁ ଯାଉଥିଲେ । ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର୍‌ ହୋଇଯାଇଛି ।

ମହାରାଷ୍ଟ୍ରରେ ଟ୍ରକ୍ ଓଲଟିବା ପରେ ପ୍ରବାସୀ ଓଡ଼ିଆମାନେ ସହାୟତାକୁ ଅପେକ୍ଷା କରିଛନ୍ତି ।


ଏହା ପୂର୍ବରୁ ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ବସ୍‌ ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ଚାପିଦେଇଛି । ସହରାନପୁର ନିକଟରେ ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ପଞ୍ଜାବରେ କାମ କରୁଥିଲେ ଓ ଚାଲି ଚାଲି ନିଜ ଘର ବିହାରର ଗୋପାଳଗଞ୍ଜକୁ ଯାଉଥିଲେ ।

ଏହା ବି ପଢ଼ନ୍ତୁ: ୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନ

ଏହା ବି ପଢ଼ନ୍ତୁ: ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪

ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ୩ଟି ଟ୍ରେନରେ ଭଦ୍ରକ ଫେରିଲେ ୧,୦୦୦ରୁ ଅଧିକ ପ୍ରବାସୀ; ଏବେ ଅଧିକାଂଶଙ୍କ ପକେଟ୍ ଖାଲି
First published: May 14, 2020, 3:25 PM IST
corona virus btn
corona virus btn
Loading