ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଆନ୍ଧ୍ର ପ୍ରଦେଶରୁ କିଛି ପ୍ରବାସୀ ଲୁଚି ଲୁଚି ସମୁଦ୍ର ଦେଇ ଓଡ଼ିଶା ଫେରୁଛନ୍ତି; ପୁରୀ ପ୍ରଶାସନ କଡ଼ା ହେଲା

ଆନ୍ଧ୍ର ପ୍ରଦେଶରୁ କିଛି ପ୍ରବାସୀ ଲୁଚି ଲୁଚି ସମୁଦ୍ର ଦେଇ ଓଡ଼ିଶା ଫେରୁଛନ୍ତି; ପୁରୀ ପ୍ରଶାସନ କଡ଼ା ହେଲା

ଲୁଚାଛପାରେ ସମୁଦ୍ର ପଥରେ ଚେନ୍ନାଇ ଓ ଆନ୍ଧ୍ର ପ୍ରଦେଶରୁ କେତେକ ପ୍ରବାସୀ ଓଡ଼ିଆ ଫେରିବା ଆରମ୍ଭ କରିଦେଇଥିବାରୁ ପୁରୀ ଜିଲ୍ଲା ପୋଲିସ ସତର୍କ ହୋଇଛି । ଚାରିଟି ମେରାଇନ ଥାନାକୁ କଡ଼ା ନଜର ରଖିବାକୁ କୁହାଯାଇଛି ।

ଆନ୍ଧ୍ର ପ୍ରଦେଶରୁ କିଛି ପ୍ରବାସୀ ଲୁଚି ଲୁଚି ସମୁଦ୍ର ଦେଇ ଓଡ଼ିଶା ଫେରୁଛନ୍ତି; ପୁରୀ ପ୍ରଶାସନ କଡ଼ା ହେଲା
ଗତ ବର୍ଷ ବି ଅନେକ ପ୍ରବାସୀ ସମୁଦ୍ର ପଥରେ ଓଡ଼ିଶା ଫେରିଥିଲେ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପେଣ୍ଠକଟା ଓ ଚନ୍ଦ୍ରଭାଗାକୁ ଆନ୍ଧ୍ର ପ୍ରଦେଶରୁ କିଛି ପ୍ରବାସୀ ଜଳ ପଥ ଦେଇ ଆସୁଥିବା ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି । ପ୍ରବାସୀମାନଙ୍କ ଅବାଧ ପ୍ରବେଶକୁ ରୋକିବା ପାଇଁ ଚାରିଟି ମେରାଇନ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀ ଏସ୍‌.ପି. କୱଁର୍‌ ବିଶାଲ୍ ସିଂ କହିଛନ୍ତି ଯେ ରାଜ୍ଯରେ ଜାରିଥିବା ଲକଡାଉନ ଓ ସଟଡାଉନ୍‌ ଏବଂ ସୀମାରେ କଡ଼ା କଟକଣା ଜାରି ହୋଇଥିବା ଯୋଗୁଁ ଆନ୍ଧ୍ର ପ୍ରଦେଶରେ ଫସିଥିବା ଅନେକ ପ୍ରବାସୀ ଓଡି଼ଆ ଶ୍ରମିକ ଲୁଚି ଲୁଚି ଓଡ଼ିଶା ପଳାଇ ଆସୁଛନ୍ତି । ସ୍ଥଳ ପଥ ବଦଳରେ ମୁକୁଳା ଜଳ ପଥ ଦେଇ ସେମାନେ ଘର ବାହୁଡାକୁ ମାଧ୍ୟମ କରିଥିବା ଦେଖାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

‘‘ଲୁଚାଛପାରେ ସମୁଦ୍ର ପଥରେ ଚେନ୍ନାଇ ଓ ଆନ୍ଧ୍ର ପ୍ରଦେଶରୁ ଫେରିବା ଆରମ୍ଭ କରିଦେଇଛନ୍ତି ପ୍ରବାସୀ ଓଡ଼ିଆମାନେ । ଜଳ ପଥରେ ପୁରୀକୁ ଫେରୁଥିବା ଆନ୍ଧ୍ର-ଫେରନ୍ତା ମତ୍ସ୍ୟଜୀବୀମାନଙ୍କ ଉପରେ କଟକଣା ଜାରି କରା ଯାଇଛି । ଜିଲ୍ଲାରେ ଥିବା ଚାରିଟି ମେରାଇନ୍ ଥାନାର ଅଧିକାରୀଙ୍କୁ ନଜର ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏଥି ପାଇଁ ଥାନା ଅଧିକାରୀ, ବିଡିଓ ଓ ତହସିଲଦାରଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠିତ ହୋଇଛି,’’ କହିଛନ୍ତି ସିଂ ।

ଏହା ବି ପଢ଼ନ୍ତୁ |ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

ପୁରୀ ଏସ୍.ପି. କୱଁର୍ ବିଶାଲ୍ ସିଂ


ପୁରୀ, କୋଣାର୍କ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ଅସ୍ତରଙ୍ଗ ଅଞ୍ଚଳକୁ ଗାଡି଼ରେ ବା ଡଙ୍ଗାରେ ଆସୁଥିବା ଆନ୍ଧ୍ର-ଫେରନ୍ତା ନଜରକୁ ଆସିଲେ ସେମାନଙ୍କୁ ନିୟମ ଅନୁସାରେ ବାଧ୍ୟତାମୂଳକ ସଙ୍ଗରୋଧରେ ରଖାଯିବ ବୋଲି ପୋଲିସ କହିଛି । ସମୁଦ୍ର ଭିତର ଦେଇ ଆସୁଥିଲେ ଡଙ୍ଗାଗୁଡି଼କର ଯାଞ୍ଚ ଓ ସୂଚନା ଦେବାକୁ କୋଷ୍ଟ ଗାର୍ଡ଼ର ସହାୟତା ବି ନେଉଛି ପୋଲିସ ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

ବରିଷ୍ଠ କଂଗ୍ରେସ ବିଧାୟକସୁର ରାଉତରାୟ ପ୍ରବାସୀମାନଙ୍କ ଚୋରା ପ୍ରବେଶ ଉପରେ କହିଛନ୍ତି ଯେ ରାଜ୍ଯ ସରକାର ଏହା ଉପରେ ଅଙ୍କୁଶ ଲଗାଇବା ସହ ସେମାନଙ୍କ ଥଇଥାନ ଉପରେ ବି ଗୁରୁତ୍ୱ ଦେବା ଉଚିତ । ‘‘ଗତ ବର୍ଷ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଫେରିଥିଲେ । ସରକାର ସେମାନଙ୍କୁ କର୍ମ ନିଯୁକ୍ତି ଦେବାରେ ବିଫଳ ହେବାରୁ ପୁଣି ସେମାନେ ଦାଦନ ଖଟିବାକୁ ଚାଲିଗଲେ । ଆଉ ଏବେ ଆସିଲେ ସେମାନଙ୍କ ଦାୟିତ୍ୱ ସରକାର ନେବା ଉଚିତ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

‘‘ଗତ କିଛି ଦିନ ହେବ ପୁରୀର ପେଣ୍ଠକଟା ଓ ଚନ୍ଦ୍ରଭାଗାରେ କିଛି ଆନ୍ଧ୍ର-ଫେରନ୍ତା ଜଳ ପଥରେ ଆସିଥିବା ସୂଚନା ମିଳିଛି । ତେଣୁ ତଟ ସୁରକ୍ଷା ଓ ଉପକୁଳ ସୁରକ୍ଷାକୁ ନେଇ ମତ୍ସ୍ୟାଧିକାରୀ, ମତ୍ସ୍ୟଜିବୀ ଓ ତଟବର୍ତ୍ତୀ ଥାନା ଓ ତହସିଲଦାରମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନ୍ଧୁଣୀ ମାସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ

ପୁରୀ ଜିଲ୍ଲା ମତ୍ସ୍ୟଜୀବୀ ସଙ୍ଘର ସଭାପତି ବାବୁଲା ପ୍ରସାଦ କହିଛନ୍ତି ଯେ ମେ ୧୧ ତାରିଖରୁ ପେଣ୍ଠକଟାରେ କମ୍ଯୁନିଟି ହଲରେ ମତ୍ସ୍ୟଜୀବୀ ଓ ସେମାନଙ୍କ ପରିବାରର କୋଭିଡ୍ ଟେଷ୍ଟ କରାଇବା ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା ହୋଇଛି । ‘‘ଅସ୍ତରଙ୍ଗ, କୃଷ୍ଣପ୍ରସାଦ, ବ୍ରହ୍ମଗିରି, କୋଣାର୍କ ଓ ଚନ୍ଦ୍ରଭାଗା ପରି ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁ ସଂଖ୍ୟାରେ ରହୁଥିବା ମତ୍ସ୍ୟଜୀବୀମାନଙ୍କ କୋଭିଡ୍ ଟେଷ୍ଟ ପାଇଁ ବ୍ୟବସ୍ଥା କରାଗଲେ ସଂକ୍ରମଣ ରୋକାଯାଇପାରିବ,’’ ସେ କହିଛନ୍ତି ।



ଆନ୍ଧ୍ର ଫେରନ୍ତାଙ୍କ ଉପରେ ନଜର ରଖି ପଦକ୍ଷେପ ନ ନେଲେ ଗତ ବର୍ଷ ଭଳି ସମାନ ପରିସ୍ଥିତି ଉପୁଜିବ ବୋଲି ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି ।
Published by: Anand ST Das
First published: May 10, 2021, 11:23 PM IST