ବିନା କରୋନା ଟେଷ୍ଟରେ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶାରେ ପ୍ରବେଶ ମନା: ହାଇ କୋର୍ଟ

ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ଓଡ଼ିଶା ଆସିବାକୁ ଅନୁମତି ମିଳିବ ବୋଲି ହାଇକୋର୍ଟ କହିଛନ୍ତି । ପ୍ରବାସୀ ଶ୍ରମିକମାନେ ଯେଉଁ ରାଜ୍ୟରେ ଅଛନ୍ତି ସେଇଠି ତାଙ୍କର ଟେଷ୍ଟ ହେବ ଓ ଏହି ଟେଷ୍ଟ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି କହିଛନ୍ତି କୋର୍ଟ ।

ଓଡ଼ିଶା ହାଇ କୋର୍ଟ

ଓଡ଼ିଶା ହାଇ କୋର୍ଟ

  • Share this:
News18 Odia Digital

କଟକ: ଆଜି ଓଡ଼ିଶା ହାଇ କୋର୍ଟ ପ୍ରବାସୀ ଓଡ଼ିଆଙ୍କ ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ବିନା କରୋନା ଟେଷ୍ଟରେ ସେମାନେ ରାଜ୍ୟକୁ ପ୍ରବେଶ କରିପାରିବେ ନାହିଁ । ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ସେମାନଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ମିଳିବ ବୋଲି ହାଇ କୋର୍ଟ କହିଛନ୍ତି ।

ଦେଶର ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଗତ କିଛି ଦିନ ଭିତରେ ଓଡ଼ିଶା ଫେରିବା ପରେ ରାଜ୍ୟରେ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତିଙ୍କ ସଂଖ୍ୟା ଲଗାତର ବଢ଼ୁଥିବା ବେଳେ କରୋନା ମୁକାବିଲାରେ ହାଇ କୋର୍ଟଙ୍କ ଏହି ରାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି ।

ପ୍ରବାସୀ ଓଡ଼ିଆଙ୍କ ପ୍ରସଙ୍ଗରେ ଦାୟର ହୋଇଥିବା ଏକ ଜନହିତ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଏହି ରାୟରେ କହିଛନ୍ତି ଯେ ବିନା ଟେଷ୍ଟରେ ଓଡ଼ିଶା ସୀମାରେ କେହି ପ୍ରବେଶ କରିପାରିବେ ନାହିଁ । ନ୍ୟାୟମୂର୍ତ୍ତି ଏସ୍‌. ପଣ୍ଡା ଓ ନ୍ୟାୟମୂର୍ତ୍ତି କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବାସୀ ଓଡ଼ିଆଙ୍କୁ ପ୍ରଥମେ ଟେଷ୍ଟ କରି ଓଡ଼ିଶାରେ ପ୍ରବେଶ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ।

ଜନସ୍ବାର୍ଥ ମାମଲା ଦାୟର କରିଥିବା ସମାଜସେବୀ ନାରାୟଣ ଚନ୍ଦ୍ର ଜେନା


ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ଓଡ଼ିଶା ଆସିବାକୁ ଅନୁମତି ମିଳିବ ବୋଲି ହାଇକୋର୍ଟ କହିଛନ୍ତି । ପ୍ରବାସୀ ଶ୍ରମିକମାନେ ଯେଉଁ ରାଜ୍ୟରେ ଅଛନ୍ତି ସେଇଠି ତାଙ୍କର ଟେଷ୍ଟ ହେବ ଓ ଏହି ଟେଷ୍ଟ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି କହିଛନ୍ତି କୋର୍ଟ । ସମାଜସେବୀ ନାରାୟଣ ଚନ୍ଦ୍ର ଜେନା ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ ।

‘‘ମାନ୍ୟବର ହାଇ କୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ ଓ ଓଡ଼ିଶା ପାଇଁ ଖୁବ୍‌ ହିତକର । କରୋନା ଟେଷ୍ଟ ହେବା ପରେ କେବଳ ସୁସ୍ଥ ପ୍ରବାସୀ ଓଡ଼ିଆ ହିଁ ଓଡ଼ିଶାକୁ ପ୍ରବେଶ କରିପାରିବେ ବୋଲି କହିଛନ୍ତି କୋର୍ଟ । ଏହି ଟେଷ୍ଟ କୌଣସି ନର୍ମାଲ୍‌ ବା ଫର୍ମାଲ୍‌ ଟେଷ୍ଟ ନୁହେଁ, ବରଂ କରୋନା ସଂକ୍ରମଣ ଜାଣିବା ପାଇଁ ହେଉଥିବା ଆର୍‌.ଟି. ପି.ସି.ଆର୍‌. ଟେଷ୍ଟ (RT-PCR test) ହେବା ଉଚିତ ବୋଲି କହିଛନ୍ତି କୋର୍ଟ । ଏହି ରାୟ କରୋନା ସଂକ୍ରମଣର ଏହି ସଙ୍କଟମୟ ସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ,’’ କହିଛନ୍ତି କଟକ ସଦର ଅନ୍ତର୍ଗତ ଗୋପାଳପୁର ବାସିନ୍ଦା ଓ ସମାଜସେବୀ ନାରାୟଣ ଚନ୍ଦ୍ର ଜେନା ।
First published: