ହସପିଟାଲମାନଙ୍କର ବର୍ଜ୍ୟ ବସ୍ତୁ କରୋନା ସଂକ୍ରମଣ ରୋକିବାରେ ଏକ ବଡ଼ ଚ୍ୟାଲେଞ୍ଜ

ଓଡ଼ିଶାରେ ଦୈନିକ ନିର୍ଗତ ହେଉଥିବା ପାଖାପାଖି ୧,୪୦୦ ଟନ୍ ବର୍ଜ୍ୟ ବସ୍ତୁ ମଧ୍ୟରୁ ୧୪ ଟନ୍ ବର୍ଜ୍ୟ ବସ୍ତୁର ପରିଚାଳନା ଘାତକ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ହସପିଟାଲମାନଙ୍କର ବର୍ଜ୍ୟ ବସ୍ତୁ କରୋନା ସଂକ୍ରମଣ ରୋକିବାରେ ଏକ ବଡ଼ ଚ୍ୟାଲେଞ୍ଜ
ଦିଲ୍ଲୀରେ ଏକ କୋଭିଡ୍ ହସପିଟାଲରୁ ମେଡିକାଲ୍ ବର୍ଜ୍ୟ ବସ୍ତୁ ବାହାର କରାଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାରା ବିଶ୍ୱ ଏବେ କୋଭିଡ-୧୯ ସହ ଯୁଝୁଥିବା ବେଳେ କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ଉଦ୍ୟମରେ ଏକ ବଡ଼ ଚ୍ୟାଲେଞ୍ଜ ଆସିଛି ବିଭିନ୍ନ ମେଡ଼ିକାଲରୁ ନିର୍ଗତ ବର୍ଜ୍ୟ ବସ୍ତୁ ଯୋଗୁଁ । ବିଶେଷ କରି ଓଡ଼ିଶାରେ ଦୈନିକ ନିର୍ଗତ ହେଉଥିବା ପାଖାପାଖି ୧,୪୦୦ ଟନ୍‌ ବର୍ଜ୍ୟ ବସ୍ତୁ ମଧ୍ୟରୁ ୧ ପ୍ରତିଶତ ବା ପାଖାପାଖି ୧୪ ଟନ୍‌ ବର୍ଜ୍ୟ ବସ୍ତୁର ପରିଚାଳନା ଘାତକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଏଭଳି ସମୟରେ କୋଭିଡ ଯୁଦ୍ଧରେ ସାରଥୀ ସାଜିଥିବା ସଫେଇ କର୍ମଚାରୀଙ୍କ ପ୍ରତି  ସରକାର ବିଶେଷ ସମ୍ବେଦନଶୀଳ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । କରୋନା ଭାଇରସ୍‌ ମହାମାରୀ ସହ ଚାଲିଥିବା ଯୁଦ୍ଧରେ ଏବେ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି ସଂକ୍ରମଣ ଚେନକୁ ରୋକିବା ।

‘‘ରାଜ୍ୟରେ ବିଭିନ୍ନ ଛୋଟ ବଡ଼ ସହରରୁ ଦୈନିକ ନିର୍ଗତ ହେଉଥିବା ବର୍ଜ୍ୟ ବସ୍ତୁର ପରିମାଣ ପ୍ରାୟ ୧,୪୦୦ ଟନ । କେବଳ ଭୁବନେଶ୍ବର ମହାନଗର ନିଗମରୁ ନିର୍ଗତ ବର୍ଜ୍ୟ ବସ୍ତୁର ପରିମାଣ ୫୦୦ ଟନ ରୁ ଅଧିକ । ତାହା ଭିତରେ କେବଳ ବିଭିନ୍ନ ମେଡ଼ିକାଲରୁ ନିର୍ଗତ ବର୍ଜ୍ୟବସ୍ତୁର ପରିମାଣ ମୋଟ ପରିମାଣର ୧ ପ୍ରତିଶତ ବା ୧୪ ଟନରୁ ଅଧିକ । ବର୍ତ୍ତମାନ ସମୟରେ ଏହି ମେଡ଼ିକାଲ ବର୍ଜ୍ୟବସ୍ତୁ ହିଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ଜରିଛି,’’ କହିଛନ୍ତି ପରିବେଶ ବିଜ୍ଞାନୀ ଦେବାନନ୍ଦ ବେଉରା ।

ଏହା ବି ପଢ଼ନ୍ତୁ: ଏହି ମାସ ଏଭେରେଷ୍ଟ ଚଢ଼ିବାର ଥିଲା, ହେଲେ ଏବେ ପରିବା ଦୋକାନ ଚଳାଉଛନ୍ତି ନୀଳାଚଳ

ଭୁବନେଶ୍ୱର ସ୍ଥିତ ହାଇଟେକ ହସ୍ପିଟାଲର ବର୍ଜ୍ୟ ବସ୍ତୁ ମୁଖ୍ୟ ପରିଚାଳକ ଜ୍ୟୋତିର୍ମୟ ପଣ୍ଡାଙ୍କ କହିଛନ୍ତି ଯେ ଏହି କାର୍ଯ୍ୟରେ ନିୟୋଜିତ ଥିବା ସଫେଇ କର୍ମଚାରୀମାନେ କୌଣସି ମୁହୂର୍ତ୍ତରେ ବି ସଂକ୍ରମିତ ହେବାର ସମ୍ଭାବନା ଅଧିକ । ‘‘ସେଥି ପାଇଁ ଆମେ ବର୍ଜ୍ୟ ବସ୍ତୁ ପରିଚାଳନା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିଥାଉ। ବିଶେଷ ଭାବେ ଏହି ସଂଗୃହୀତ ମେଡିକାଲ ବର୍ଜ୍ୟବସ୍ତୁକୁ ଅତ୍ୟାଧୁନିକ ପଦ୍ଧତିରେ ନଷ୍ଟ କରିଦିଆଯାଏ। କୋଭିଡ ସଂକ୍ରମଣ ଏବେ ଘାତକ ରୂପ ନେଇଥିବାରୁ ଆମେ ଏବେ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦେଉଛୁ,’’ ସେ କହିଛନ୍ତି ।

ବର୍ତ୍ତମାନରକରୋନା ଭାଇରସ୍‌ ମୁକାବିଲା ସମୟର ଏହା ଏକ ବଡ଼ ଚ୍ୟାଲେଞ୍ଜ ବୋଲି ମତ ରଖିଛି ଓଡ଼ିଶା ପରିବେଶ ସମିତି । ସମିତିର ସମ୍ପାଦକ ଡଃ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ‘‘ଅନ୍ୟ ସଂକ୍ରମଣ ତୁଳନାରେ କୋଭିଡ-୧୯ ସଂକ୍ରମଣ ତ୍ଵରିତ ହୋଇଥାଏ । ବିଶେଷ କରି ଡାକ୍ତର, ନର୍ସ ଓ ବିଭିନ୍ନ ପାରାମେଡିକାଲ ଷ୍ଟାଫଙ୍କ ଭଳି ସଫେଇ କର୍ମଚାରୀମାନେ ସଂକ୍ରମଣର ଶିକାର ହେବାର ସମ୍ଭାବନା ଅଧିକ । ତେଣୁ ଏହି କର୍ମଚାରୀଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ସରକାର ବିଶେଷ ଧ୍ୟାନ ଦେବା ଜରୁରୀ ।’’

ଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା

ଏକାଧିକ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି କୋଭିଡ ଯୋଧ୍ୟାଙ୍କ ଲାଗି ସରକାର ସ୍ୱତନ୍ତ୍ର ଜୀବନ ବୀମା ରାଶିର ବ୍ୟବସ୍ଥା କରିବା ଦରକାର ବୋଲି ମତ ରଖିଛନ୍ତି । ‘‘ଡାକ୍ତରଙ୍କ ଭଳି ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ।ତେଣୁ ସେମାନଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ହେବା ଉଚିତ,’’ କହିଛନ୍ତି ସ୍ୱେଚ୍ଛାସେବୀ ପ୍ରଦୀପ ଦେହୁରୀ ।

ଏହା ବି ପଢ଼ନ୍ତୁ: ୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନ

ଏହା ବି ପଢ଼ନ୍ତୁ: ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪
First published: May 14, 2020, 9:34 PM IST
corona virus btn
corona virus btn
Loading