କରୋନା ଭାଇରସ୍ ଓଡ଼ିଶାରେ? ଫୁଲବାଣୀର ଚ଼ୀନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ ନେଇ ବଢିଲା ଚ଼ିନ୍ତା

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି: ‘‘କରୋନା ଭାଇରସ୍ ଯେମିତି ଓଡ଼ିଶାରେ ପ୍ରବେଶ ନ କରେ, ତା’ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ତେଣୁ ଡରିବାର କିଛି ନାହିଁ । କରୋନା ଓଡ଼ିଶାରେ ଲୋକଙ୍କର କିଛି କ୍ଷତି କରିପାରିବ ନାହିଁ,’’ ସେ କହିଛନ୍ତି ।

କରୋନା ଭାଇରସ୍ ଓଡ଼ିଶାରେ? ଫୁଲବାଣୀର ଚ଼ୀନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ ନେଇ ବଢିଲା ଚ଼ିନ୍ତା
ଫୁଲବାଣୀ ଜିଲ୍ଲା ହସପିଟାଲରେ ନୀରିକ୍ଷଣରେ ଥିବା ଚ଼ୀନ ଫେରନ୍ତା ଡାକ୍ତରୀ ଛାତ୍ର
  • News18 Odia
  • Last Updated: January 31, 2020, 9:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଫୁଲବାଣୀ / ଭୁବନେଶ୍ୱର: ଚୀନ୍‌ରେ ସାଙ୍ଘାତିକଭାବେ ମାରାତ୍ମକ କରୋନା ଭାଇରସର ଉତ୍ପତ୍ତି ଓ ବ୍ୟାପ୍ତିର କେନ୍ଦ୍ର ସ୍ଥଳୀ ଚ଼ୀନ ହୋଇଥିବା ବେଳେ ସେ ଦେଶରୁ ତିନି ସପ୍ତାହ ତଳେ ଘରକୁ ଫେରିଥିବା ଫୁଲବାଣୀର ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କୁ ନେଇ ଏବେ ଚ଼ିନ୍ତା ବଢ଼ିଛି ।

ଗଲା ୧୦ ଦିନ ହେଲା ଥଣ୍ଡା ଓ ଜ୍ବର ଛାଡ଼ୁ ନ ଥିବାରୁ ତାଙ୍କୁ ଭର୍ତ୍ତି କରାଯାଇଛି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଚୀନ୍‌ରେ ଏମବିବିଏସ୍ ପଢୁଥିବା ଫୁଲବାଣୀର ଏହି ଯୁବକ ଗତ ୧୨ ତାରିଖରେ ଘରକୁ ଫେରିଥିଲେ । ୧୦ ଦିନ ପରେ ତାଙ୍କୁ ଥଣ୍ଡା ଓ କାଶ ଆରମ୍ଭ ହେଲା । ଏ ପର୍ଯ୍ୟନ୍ତ ଥଣ୍ଡା ନ ଛାଡ଼ିବାରୁ ସେ ଚିନ୍ତାରେ ପଡ଼ିଗଲେ । ଚୀନ୍‌ରେ କରୋନା ଭାଇରସ୍ ବ୍ୟାପିଥିବା ବେଳେ କାଳେ ସେଥିରେ ସେ ଆକ୍ରାନ୍ତ ହୋଇଥିବେ, ତାକୁ ନେଇ ବଢ଼ିଥିଲା ସନ୍ଦେହ । ଡାକ୍ତରୀ ଛାତ୍ର ଜଣକ ନିଜ ଆଡୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ସିଡିଏମଓଙ୍କ ସହ କରିଥିଲେ ପରାମର୍ଶ ।

ତା’ପରେ ଡାକ୍ତରୀ ଛାତ୍ରୀଙ୍କୁ ହସ୍ପିଟାଲର ଏକ ଆଇସୋଲେସନ୍‌ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ତେବେ ଯୁବକଙ୍କ ଠାରେ କରୋନା ଭାଇରସ୍‌ ନେଇ କୌଣସି ଜଟିଳ ଲକ୍ଷଣ ନ ଥିବା ସ୍ପଷ୍ଟ କରିଛନ୍ତି କନ୍ଧମାଳ ସିଡିଏମଓ ରାଜଶ୍ରୀ ପଟ୍ଟନାୟକ ।

‘‘ଚ଼ୀନରୁ ଫେରିବା ପରେ ଗତ ତିନି ଚ଼ାରି ଦିନ ହେଲା ତାଙ୍କୁ ଥଣ୍ଡା ଓ କାଶ ହୋଇଛି । ସେ ଜଣେ କ୍ରୋନିକ୍‌ ଆଜମା ରୋଗୀ, ସେଥି ପାଇଁ ତାଙ୍କୁ ଟିକେ ବ୍ରେଥଲେସ୍‌ ଲାଗୁଛି । ଯେହେତୁ ସେ ନିଜେ ଜଣେ ଡାକ୍ତରୀ ଛାତ୍ର, ସେ ନିଜେ ଆସି ନମୂନା ପରୀକ୍ଷା କରେଇ ନିଶ୍ଚିତ ହେଇଯିବାକୁ ଚ଼ାହୁଁଛନ୍ତି । ଆମକୁ ଏ ପର୍ଯ୍ୟନ୍ତ ଲାଗୁଛି ଯେ ତାଙ୍କର ଏଇଟା ଭାଇରାଲ୍‌ ଥଣ୍ଡା ଜନିତ ସମସ୍ୟା । ହେଲେ ବି ଆମେ ତାଙ୍କୁ ଆଇସୋଲେସନ୍‌ ୱାର୍ଡ଼ରେ ରଖି ପରୀକ୍ଷା ଚ଼ଳେଇଛୁ,’’ କହିଛନ୍ତି ଡଃ ରାଜଶ୍ରୀ ପଟ୍ଟନାୟକ ।

ବିଶ୍ୱରେ କରୋନା ଭାଇରସ୍‌ କବଳରେ ଆଖି ବୁଜିଲେଣି ୨୩୦ରୁ ଅଧିକ ଲୋକ ।


ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଯେ ରାଜ୍ୟରେ ବାହାରୁ ଆସି ବିମାନ ବନ୍ଦର ଓ ରେଳ ଷ୍ଟେସନରେ ପହଞ୍ଚୁଥିବା ସବୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

‘‘ଆମେ ସବୁ ଜାଗାରେ ପୂରା ସଜାଗ ଅଛୁ । କରୋନା ଭାଇରସ୍‌ ଯେମିତି ଓଡ଼ିଶାରେ ପ୍ରବେଶ ନ କରେ, ତା’ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ତେଣୁ ଡରିବାର କିଛି ନାହିଁ । କରୋନା ଓଡ଼ିଶାରେ ଲୋକଙ୍କର କିଛି କ୍ଷତି କରିପାରିବ ନାହିଁ,’’ କହିଛନ୍ତି ନବକିଶୋର ଦାସ ।

ଏ ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ୍‌ କବଳରେ ଆଖି ବୁଜିଲେଣି ୨୩୦ରୁ ଅଧିକ ଲୋକ । ପାଖାପାଖି ନଅ ହଜାରରୁ ଅଧିକ ଲୋକ ଏବେ ବି ଆକ୍ରାନ୍ତ ଅଛନ୍ତି । ଚ଼ୀନ୍ ସମେତ ୧୮ଟି ଦେଶକୁ କରୋନା ଭାଇରସ୍ ବ୍ୟାପିବା ଦେଖି ଏହାକୁ ଗ୍ଲୋବାଲ୍ ହେଲ୍‌ଥ ଏମର୍ଜେନ୍ସି ବୋଲି ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଭାରତରେ ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି କେରଳରେ ଚ଼ିହ୍ନଟ ହେବା ପରେ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରାଯାଇଛି । ସେ ଚ଼ୀନ୍‌ର ଉହାନ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିଲେ । କେରଳରେ ଏକ ହଜାରରୁ ଅଧିକ ଲୋକଙ୍କୁ ନିରୀକ୍ଷଣରେ ରଖାଯାଇଛି ।

ଚୀନ୍‌ର ଉହ୍ବାନରେ ଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ମଧ୍ୟ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଏଥି ପାଇଁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଆଜି ସାଠାରେ ଥିବା ପାଖାପାଖି ୬୦୦ ଭାରତୀଙ୍କୁ ଫେରାଇ ଆଣିବାକୁ ଚ଼ୀନ ଯାଇଛି ।
First published: January 31, 2020, 9:37 PM IST
corona virus btn
corona virus btn
Loading