News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଥିବା କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନସ୍ଥ ମାଟ୍ରିକ୍ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏଥି ସହ ରାଜ୍ୟର ସବୁ ସରକାରୀ, ବେସରକାରୀ, ଆବାସିକ ସ୍କୁଲ୍ ଓ ହଷ୍ଟେଲ୍ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ୧୯ ତାରିଖ ସୋମବାରଠାରୁ ରାଜ୍ୟର ସବୁ ସ୍କୁଲ୍ ଓ ହଷ୍ଟେଲ୍ ବନ୍ଦ ରହିବ । ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଦ୍ବାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି କ’ଣ ହେବ ସେ ନେଇ ଜୁନ୍ ପ୍ରଥମ ସପ୍ତାହରେ ସମୀକ୍ଷା କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ ପରୀକ୍ଷା ସମ୍ପର୍କରେ ଆଲୋଚନା କରିବେ ରାଜ୍ୟ ସରକାର ।
ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’‘‘ବର୍ତ୍ତମାନ କରୋନାର ଭୟାବହତା ଯେପରି ଭାବରେ ଦେଖାଦେଇଛି, ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେହି ଦୃଷ୍ଟିକେଣରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଆଜି ନିର୍ଦ୍ଦେଶ ଦେଇଛନ୍ତି ଯେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯିବ । ଜୁନ୍ ପ୍ରଥମ ସପ୍ତାହରେ ପୁନର୍ବାର ଏ ସମ୍ପର୍କରେ ବିଚାର କରାଯିବ ଓ ଦେଖାଯିବ କ’ଣ କରିହେବ,’’ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲାଦାଶ ଆହୁରି କହିଛନ୍ତି ଯେ ନବମ ଓ ଏକାଦଶ ଶ୍ରେଣୀର ସବୁ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରାଯିବାକୁ ବି ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ସବୁ ଏକ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁରାଜ୍ୟରେ ମେ ୩ ତାରିଖରୁ ମ୍ୟାଟ୍ରିକ ଓ ମେ ୧୮ ତାରିଖରୁ ପ୍ଲସ୍୨ ପରୀକ୍ଷା ଆରମ୍ଭ ହୋଇଥାଆନ୍ତା । କୋଭିଡ୍ ସ୍ଥିତି ସୁଧୁରିଲେ ମାଟ୍ରିକ୍ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଦଶମ ଓ ଦ୍ବାଦଶ ଶ୍ରେଣୀର ପାଠପଢ଼ା ୧୯ ତାରିଖରୁ ବନ୍ଦ ରଖିବାକୁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ସ୍କୁଲରେ କୌଣସି ଶୈକ୍ଷିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇ ପାରିବ ନାହିଁ । ରାଜ୍ୟରେ ଥିବା ସମସ୍ତ ଇଂରାଜୀ ମାଧ୍ୟମିକ ସ୍କୁଲ ଓ ହଷ୍ଟେଲ ୧୯ ତାରିଖରୁ ବନ୍ଦ ରଖିବାକୁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ପରୀକ୍ଷା ପେ ଚର୍ଚ୍ଚା’: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ବିଷୟରେ ପରାମର୍ଶ ଦେଇଛନ୍ତି PM ମୋଦି; ଦେଖନ୍ତୁ VIDEO‘‘ପିଲାମାନଙ୍କର ସ୍ୱାସ୍ଥ୍ୟକୁ ପ୍ରାଥମକତା ଦେଇ ସରକାର ନେଇଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ପିଲାମାନଙ୍କୁ ବର୍ତ୍ତମାନ ପରୀକ୍ଷା ପ୍ରସ୍ତୁତି ପାଇଁ ଅଧିକ ସମୟ ମିଳିବ,’’ କହିଛନ୍ତି ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।