ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଯୁକ୍ତ ଦୁଇ ପରୀକ୍ଷା ଫଳ ନିର୍ଣ୍ଣୟରେ ମ୍ୟାଟ୍ରିକ୍ ପରୀକ୍ଷାର ମାର୍କ ବଡ଼ ଆଧାର ହେବ; କମିଟି ରିପୋର୍ଟ ଦେଲା

ଯୁକ୍ତ ଦୁଇ ପରୀକ୍ଷା ଫଳ ନିର୍ଣ୍ଣୟରେ ମ୍ୟାଟ୍ରିକ୍ ପରୀକ୍ଷାର ମାର୍କ ବଡ଼ ଆଧାର ହେବ; କମିଟି ରିପୋର୍ଟ ଦେଲା

ବିନା ପରୀକ୍ଷାରେ ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ନିର୍ଣ୍ଣୟର ଆଧାର ଉପରେ ଦୀର୍ଘ ଦିନ ହେବ ଲାଗିରହିଥିବା ସସପେନ୍ସ ଉପରେ ପୁର୍ଣ୍ଣଚ୍ଛେଦ ପକାଇଛି ୧୪-ଜଣିଆ ବୈଷୟିକ କମିଟି ।

ଯୁକ୍ତ ଦୁଇ ପରୀକ୍ଷା ଫଳ ନିର୍ଣ୍ଣୟରେ ମ୍ୟାଟ୍ରିକ୍ ପରୀକ୍ଷାର ମାର୍କ ବଡ଼ ଆଧାର ହେବ; କମିଟି ରିପୋର୍ଟ ଦେଲା
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର (ସି.ଏଚ୍.ଏସ୍.ଇ.) ମୁଖ୍ୟାଳୟ
  • News18 Odia
  • Last Updated: June 17, 2021, 11:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷାର ଫଳ କେଉଁ ଆଧାରରେ ନିର୍ଣ୍ଣୟ ହେବ ସେ ନେଇ ମାନସ ମନ୍ଥନ ସରିଛି । ଯୁକ୍ତ ଦୁଇ ପରିଷଦକୁ ବୈଷୟିକ କମିଟି ଏହି ବିଷୟରେ ନିଜ ରିପୋର୍ଟ ଦେଇ ସାରିଛି ଓ ତା’ ଉପରେ ଚୂଡ଼ାନ୍ତ ମୋହର ବି ବାଜି ସାରିଛି। ଯକୌଣସି ମୁହୂର୍ତ୍ତରେ ଏହାର ଘୋଷଣା ହୋଇପାରେ । ପରିଷଦ କହିଛି ଯେ ମ୍ୟାଟ୍ରିକ୍‌ ପରୀକ୍ଷାର ଫଳ ହିଁ ଏଥି ପାଇଁ ଶ୍ରେଷ୍ଠ ଆଧାର ହେବ ।

ବିନା ପରୀକ୍ଷାରେ ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ନିର୍ଣ୍ଣୟର ଆଧାର ଉପରେ ଦୀର୍ଘ ଦିନ ହେବ ଲାଗିରହିଥିବା ସସପେନ୍ସ ଉପରେ ପୁର୍ଣ୍ଣଚ୍ଛେଦ ପକାଇଛି ୧୪-ଜଣିଆ ବୈଷୟିକ କମିଟି । ପିଲାଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ଗୁରୁତ୍ବ ଦେଇ ମ୍ୟାଟ୍ରିକ୍‌ ପରୀକ୍ଷାର ଫଳକୁ ଆଧାର ଭାବରେ ଗ୍ରହଣ କରିଛି ଏହି କମିଟି । କମିଟିର ଚୂଡ଼ାନ୍ତ ରିପୋର୍ଟକୁ ଅଧ୍ୟୟନ କରିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସରକାରଙ୍କୁ ରିପୋର୍ଟ ଦେବ ଓ ଖୁବ୍‌ ଶୀଘ୍ର ଗଣ ଶିକ୍ଷା ବିଭାଗ ପିଲାମାନଙ୍କର ଫଳାଫଳର ଆଧାର ବିଷୟରେ ଘୋଷଣା କରିବ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ରାଜ୍ୟରେ ଯୁକ୍ତ ଦୁଇରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩.୪୮ ଲକ୍ଷ । ସେଥିରୁ ବିଜ୍ଞାନରେ ପାଖାପାଖି ୯୦ ହଜାର, ବାଣିଜ୍ୟରେ ୩୦ ହଜାର ଓ ଧନ୍ଦାମୂଳକ ଶିକ୍ଷାରେ ୨୦ ହଜାର ଛାତ୍ରଛାତ୍ରୀ ଥିବା ବେଳେ ବାକି କଳାରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ଏତେ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭକକମାନେ ଚିନ୍ତାରେ ଥିବା ବେଳେ ଗଣ ଶିକ୍ଷା ବିଭାଗ ସେମାନଙ୍କ ଚିନ୍ତାରେ ଜଲଦି ଯବନିକା ପକାଇବ ।

ଏହା ବି ପଢ଼ନ୍ତୁ | OPINION: ଯେବେ ଲୋକଙ୍କ ସଙ୍କଟ ବେଳେ PM ମୋଦି ସଙ୍କଟମୋଚକ ହୋଇଛନ୍ତି, ସାହାଯ୍ୟ କରିଛନ୍ତି

‘‘ମୂଲ୍ୟାଙ୍କନ ପାଇଁ ମାଟ୍ରିକ୍‌ ପରୀକ୍ଷାର ମାର୍କ ହିଁ ସର୍ବୋତ୍ତମ ଆଧାର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ (ସି.ଏଚ୍‌.ଏସ୍‌.ଇ.) ବୈଷୟିକ କମିଟି ରିପୋର୍ଟ ଦେଇସାରିଛି । ଏହି ରିପୋର୍ଟ ସରକାରଙ୍କୁ ଦିଆଯିବ । ତା’ପରେ ସରକାର ଶେଷ ନିଷ୍ପତ୍ତି ନେବେ। ଯୁକ୍ତ ଦୁଇ ମୂଲ୍ୟାଙ୍କନ ପାଇଁ ମାଟ୍ରିକ୍‌ ପରୀକ୍ଷାର ମାର୍କ ଏକ ବଡ଼ ପରାମିଟର୍‌ ହେବ,’’ କହିଛନ୍ତି ସି.ଏଚ୍‌.ଏସ୍‌.ଇ. ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଶେଷ VIDEO: ଟ୍ରକ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ କାରରେ ଥିବା ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

ଗୁରୁବାର ଦିନ ବସିଥିବା ବୈଠକରେ ଏହି ମାମଲାରେ କିଛି ବିଶେଷଜ୍ଞମାନଙ୍କର ଚୂଡ଼ାନ୍ତ ମତ ଲୋଡ଼ିଥିଲେ ପରୀକ୍ଷା କଣ୍ଟ୍ରୋଲର୍‌ । ଛାତ୍ରଛାତ୍ରୀମାନଙ୍କ କହିବା କଥା ହେଉଛି ପିଲାଙ୍କ କରିୟରକୁ ଭିତ୍ତି କରି ମାର୍କ ଦିଆଗଲେ ଭଲ । ସେମାନେ କହିଛନ୍ତି ଯେ ଏଭଳି ବ୍ୟବସ୍ଥା କରି ମାର୍କିଂ ଦିଆଯିବା ଉଚିତ ଯେଉଁଥିରେ ପ୍ରତିଭାଧାରୀ ପିଲାମାନେ ବଳି ପଡ଼ିବେ ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୨ ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ହେଲା; ଦୁହେଁ ତାଙ୍କୁ ବାହା ହୋଇ ଏକାଠି ଗର୍ଭବତୀ ହେବେ

ପୂର୍ବରୁ ମ୍ୟାଟ୍ରିକ୍‌ ପରୀକ୍ଷାକୁ ଯେକୌଣସି ବ୍ୟକ୍ତିଙ୍କ କରିୟରର ମାନଦଣ୍ଡ ବୋଲି ଦୋହରାଇ ଆସୁଥିବା ଶିକ୍ଷାବିତ୍ ତଥା ଯୁକ୍ତ ଦୁଇ ପରିଷଦର ପୂର୍ବତନ ଅଧକ୍ଷ ବାସୁଦେବ ଛାଟୋଇ କହିଛନ୍ତି, ‘‘ମ୍ୟାଟ୍ରିକ୍‌ ପରୀକ୍ଷା ଆଧାରରେ ଦିଆଯାଉ ମାର୍କ୍‌ । କିନ୍ତୁ ଯେଉଁମାନେ ମ୍ୟାଟ୍ରିକ୍‌ ପରୀକ୍ଷାରେ ଖରାପ କରି ଯୁକ୍ତ ଦୁଇ ପରୀକ୍ଷାରେ ଅଧିକ ମାର୍କ ପାଇଁ ଦାବି କରିବେ ସେମାନଙ୍କର ତିନୋଟି ଶ୍ରେଷ୍ଠ ପେପରକୁ ବିଚାର କରି ମାର୍କ ଦିଆଯାଉ । ଯଦି ସେଥିରେ ସେମାନେ ସନ୍ତୁଷ୍ଟ ନ ହେବେ ତେବେ ସ୍ଥିତି ସ୍ଵାଭାବିକ ହେଲେ ସେମାନଙ୍କୁ ପୁଣି ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଉ । ସେଥିରେ ଭଲ କଲେ ଭଲ ନମ୍ବର ପାଇବେ ନଚେତ୍ ପୂର୍ବରୁ ଦିଆଯାଇଥିବା ମାର୍କ୍‌ ହିଁ ଗ୍ରହଣ କରାଯିବ ।’’



ଗୋଟିଏ ପଟେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପ୍ରକାଶ ପାଇବାକୁ ଯାଉଥିବା ସି.ବି.ଏସ୍‌.ଇ. ପରୀକ୍ଷାର ଫଳାଫଳରେ ମାର୍କିଂ ପାଇଁ ଦଶମ, ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ପ୍ରି-ବୋର୍ଡ଼ ପରୀକ୍ଷାର ମାର୍କକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଛି । ହେଲେ ସି.ଏଚ୍‌.ଏସ୍‌.ଇ. ପାଇଁ ମ୍ୟାଟ୍ରିକ ପରୀକ୍ଷା ହିଁ କେବଳ ଗୋଟିଏ ମାନଦଣ୍ଡ ହେବ ବୋଲି ନିଶ୍ଚିତ ଲାଗୁଛି ।
Published by: Anand ST Das
First published: June 17, 2021, 11:44 PM IST