ଡିସେମ୍ବର ୩୧ ଯାଏଁ ସ୍କୁଲ୍ ବନ୍ଦ ରଖିବା ନିଷ୍ପତ୍ତି ପରେ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି
ଯଦି ଜାନୁଆରୀରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦିଅନ୍ତି, ତେବେ ଜାନୁଆରୀ ମାସରେ ହିଁ ଫର୍ମ ଫିଲପ୍ ଶେଷ କରି ଏପ୍ରିଲ ମାସରେ ପରୀକ୍ଷା କରାଯାଇପାରେ । ତାହା ନ ହୋଇପାରିଲେ ଏ ବର୍ଷର ମାଟ୍ରିକ ପରୀକ୍ଷା ଆହୁରି ବିଳମ୍ବିତ ହୋଇପାରେ ।

କଟକରେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ର
- News18 Odia
- Last Updated: November 8, 2020, 8:32 PM IST
କଟକ: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣର ତାରିଖ ଘୋଷଣା କରିବାର ଦୁଇ ଦିନ ପରେ ମାଧ୍ୟମିକ ଶିକ୍ଷା ପରିଷଦ ଏକ ବିଜ୍ଞପ୍ତି ଜାରି କରି ଫର୍ମ ଫିଲପ କାର୍ଯ୍ୟକୁ ସ୍ଥଗିତ ରଖିଛି । ରାଜ୍ୟ ସରକାର ରାଜ୍ୟରେ ସ୍କୁଲଗୁଡ଼ିକୁ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ନିଷ୍ପତ୍ତି ନେବା ପରେ ବୋର୍ଡ଼ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ପୂର୍ବରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର ୯ ତାରିଖରୁ ପରୀକ୍ଷା ପାଇଁ ଫର୍ମ ଫିଲପ୍ କାର୍ଯ୍ୟ ଆରମ୍ଭ ହୋଇ ଡିସେମ୍ବର ମାସ ୨ ତାରିଖରେ ଶେଷ ହୋଇଥାନ୍ତା । ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ପରେ ଗଣ ଶିକ୍ଷା ବିଭାଗ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ସମୟରେ ଏକ ସାନି ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ | ଅନୁପ ଜଲୋଟା ହନି ସିଂଙ୍କୁ ଟକ୍କର ଦେଲେ, ଜସଲିନଙ୍କ ସହ ନୂଆ ଅବତାରରେ ଦେଖାଦେଲେ

ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା
“ଆମେ ଗତ ୫ ତାରିଖ ଦିନ ଫର୍ମ ଫିଲପ ପାଇଁ ବିଜ୍ଞପ୍ତି ଜାରି କରି କରିଥିଲୁ । କିନ୍ତୁ ତା’ର ଗୋଟିଏ ଦିନ ପରେ ସରକାର ସ୍କୁଲଗୁଡ଼ିକୁ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ବିଜ୍ଞପ୍ତି ଜାରି କଲେ । ଯେହେତୁ ସ୍କୁଲ ଖୋଲିବ ନାହିଁ, ଆମେ ଫର୍ମ ଫିଲପ ବିଜ୍ଞପ୍ତିକୁ ସ୍ଥଗିତ କରିଛୁ । ପୁଣି କେବେ ଫର୍ମ ଫିଲପ ଆରମ୍ଭ ହେବ ସେ ନେଇ ଆମେ ଗଣ ଶିକ୍ଷା ବିଭାଗ ସହିତ ଆଲୋଚନା କରି ପରେ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରିବୁ,” କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା ।
ଏହା ବି ପଢ଼ନ୍ତୁ | ତୁର୍କୀରେ ଚମତ୍କାର: ଭୂମିକମ୍ପର ୬୫ ଘଣ୍ଟା ପରେ ୩ ବର୍ଷର କୁନି ଝିଅକୁ ଜୀବନ୍ତ ଉଦ୍ଧାର କରାଗଲା
ବୋର୍ଡ଼ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯଦି ଡିସେମ୍ବର ୩୧ ତାରିଖ ପରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତି, ତେବେ ଜାନୁଆରୀ ପ୍ରଥମ ସପ୍ତାହରେ ଏକ ସାନି ବିଜ୍ଞପ୍ତି ଜାରି କରି ଫର୍ମ ଫିଲପର ତାରିଖ ଘୋଷଣା କରାଯିବ । ଜାନୁଆରୀ ମାସ ସୁଦ୍ଧା ଫର୍ମ ଫିଲପ୍ କାର୍ଯ୍ୟ ଶେଷ କରି ଏପ୍ରିଲ ମାସରେ ପରୀକ୍ଷା କରାଯାଇପାରେ । କିନ୍ତୁ ଏହା ବି ଯଦି ସମ୍ଭବ ହୋଇ ନ ପାରେ , ତେବେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆହୁରି ବିଳମ୍ବିତ ହୋଇ ପାରେ ବୋଲି ଅନୁମାନ କରାଯାଉଛି ।
ପରୀକ୍ଷାରେ ହେଉଥିବା ଏହି ବିଳମ୍ବ ସହ ଚଳିତ ଶିକ୍ଷା ବର୍ଷ ଅବ୍ୟବସ୍ଥିତ ଭାବେ ହୋଇଥିବା ପାଠ ପଢ଼ାକୁ ନେଇ ଚିନ୍ତିତ ଅଛନ୍ତି ପରୀକ୍ଷାର୍ଥୀମାନେ । କରୋନା କଟକଣା ଯୋଉଁ ଚଳିତ ବର୍ଷ ପାଠପଢ଼ା ବାଧିତ ହୋଇଥିବାରୁ ଗଣ ଶିକ୍ଷା ବିଭାଗ ୩୦ ପ୍ରତିଶତ ପାଠ୍ୟକ୍ରମକୁ କମ୍ କରିଛି ସତ, କିନ୍ତୁ ଯେତିକି ବି ପାଠ୍ୟକ୍ରମ ଧାର୍ଯ୍ୟ ହୋଇଛି ତାହା ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା କହିଛନ୍ତି ପରୀକ୍ଷାର୍ଥୀମାନେ । ଏହା ବ୍ୟତୀତ ସ୍କୁଲ କତ୍ତୃପକ୍ଷ ମଧ୍ୟ ଚଳିତ ବର୍ଷର ପାଠପଢ଼ା ଓ ପରୀକ୍ଷାକୁ ନେଇ ଭିନ୍ନ ମତ ପୋଷଣ କରିଛନ୍ତି ।

ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଭପତି ସତ୍ୟକାମ ମିଶ୍ର
“ମୁଁ ପାଠ ପଢା ଜାରି ରଖିଛି, କିନ୍ତୁ ଯେତିକି ବି ପାଠ ପଢିଛି ସବୁ ଅନ୍ଲାଇନରେ ପଢିଛି । ଅନେକ ବିଷୟରେ ଅନେକ କଥା ଏବେ ବି ବୁଝି ପାରି ନାହିଁ । ସ୍କୁଲ ଯାଇପାରୁ ନ ଥିବାରୁ ଅନଲାଇନରେ ସବୁ ଡାଉଟ୍ କ୍ଲିୟର ହୋଇ ନାହିଁ,” କହିଛନ୍ତି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀ ତୁଳସୀପୁର ଶିଶୁ ମନ୍ଦିରର ଦଶମ ଶ୍ରେଣୀର ଛାତ୍ର ପ୍ରଣବ ରାଉତ ।
‘‘କିଛି ଦିନ ତଳେ ଆମ ସ୍କୁଲରେ ୧୦ମ ଶ୍ରେଣୀ ପିଲାଙ୍କର ଏକ ଟେଷ୍ଟ ପରୀକ୍ଷା ଆମେ କରିଥିଲୁ । ୭୦ ପ୍ରତିଶତ ପିଲା ବହୁତ ଖରାପ ରେଜଲ୍ଟ କରିଛନ୍ତି । ଏହା ଅତି ନୈରାଶ୍ୟଜନକ । ଆମର ସବୁ ବର୍ଷ ଶତ ପ୍ରତିଶତ ରେଜଲ୍ଟ ହୁଏ । ଆମ ସ୍କୁଲରେ ଏମିତି ବି ଅନେକ ପିଲା ଅଛନ୍ତି ଯେଉଁମାନଙ୍କ ପାଖରେ ଆଣ୍ଟ୍ରଏଡ୍ ମୋବାଇଲ ଫୋନ୍ ନ ଥିବାରୁ ସେମାନେ ନିୟମିତ କ୍ଲାସ କରି ପାରିନାହାଁନ୍ତି । ଅନେକ ପିଲା ଟେଷ୍ଟ ପରୀକ୍ଷା ବି ଦେଇ ପାରିନାହାଁନ୍ତି । ତେଣୁ ପରୀକ୍ଷା ବିଳମ୍ବ ହେଲେ ଅସୁବିଧା ନାହିଁ, କିନ୍ତୁ ପରୀକ୍ଷା କରାଇବାର ଅତି କମରେ ଦୁଇ ମାସ ପୂର୍ବରୁ ସ୍କୁଲ ଖୋଲିବା ଦରକାର,” କହିଛନ୍ତି ତୁଳସୀପୁର ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ନାରାୟଣ ପ୍ରସାଦ ଷଢଙ୍ଗୀ ।
“ପରୀକ୍ଷା ମେ’ ମାସରେ ବି ହେଲେ ବି କିଛି ଅସୁବିଧା ନାହିଁ । ଡିସେମ୍ବର ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଆହୁରି ଚାରି ମାସ ସମୟ ଅଛି । ଏହି ଭିତରେ ପରୀକ୍ଷା କେମିତି ହେବ ଓ ପରୀକ୍ଷାର ପ୍ରଶ୍ନ ପତ୍ର କିପରି ଆସିବ ସେ ସବୁ ବିଷୟରେ ଆଲୋଚନା କରି ସରକାର ଆଉ ବୋର୍ଡ଼ ଉଭୟ ପିଲାଙ୍କ ଜଣାଇଲେ ଭଲ ହେବ । ସେଥି ପାଇଁ ଯେଉଁ ଷ୍ଟଡି ମ୍ୟାଟେରିଆଲ୍ ଦରକାର । ପିଲା କ’ଣ ପଢ଼ି ପାଠ ପଢିବେ? ସେହି ଷ୍ଟଡି ମ୍ୟାଟେରିଆଲଗୁଡ଼ିକୁ ଯଦି ପିଲାମାନଙ୍କ ପାଖକୁ ପଠାଯାଆନ୍ତା ତାହେଲେ ମୁଁ ଭାବୁଛି ପିଲାମାନେ ପରୀକ୍ଷା ଦେଇ ପାରନ୍ତେ ଓ ପରୀକ୍ଷା ମଧ୍ୟ ଠିକ ସମୟରେ ହୋଇପାରନ୍ତା,” କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଭପତି ସତ୍ୟକାମ ମିଶ୍ର ।