ଏ ଥର ବିଳମ୍ବରେ ହେବ ମାଟ୍ରିକ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା; ପୂର୍ବ ଭଳି ଅଫଲାଇନରେ ହେବ

ଉଭୟ ଦେଶରେ ଓ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାରୁ ଶୀଘ୍ର ସ୍କୁଲଗୁଡ଼ିକୁ ବି ଖୋଲାଯିବା ଉଚିତ ବୋଲି କହି ଡିସେମ୍ବର ୧୫ ତାରିଖରୁ ସ୍କୁଲରେ ପାଠପଢ଼ା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ।

ଏ ଥର ବିଳମ୍ବରେ ହେବ ମାଟ୍ରିକ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା; ପୂର୍ବ ଭଳି ଅଫଲାଇନରେ ହେବ
ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ; (ଡାହାଣ) ପରୀକ୍ଷାର ଏକ ଫାଇଲ୍ ଫଟୋ
  • News18 Odia
  • Last Updated: December 4, 2020, 7:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦ୍ବନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ସରକାର । କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଲାଗି ରହିଥିବା ସ୍ଥିତି ଓ ଅନିଶ୍ଚିତତା ମଧ୍ୟରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ପରୀକ୍ଷାରେ ଏ ଥର ବିଳମ୍ବ ହେବ, କିନ୍ତୁ ପୂର୍ବ ପରି ଅଫଲାଇନରେ ହିଁ ହେବ ଦଶମ ଓ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ।

ମନ୍ତ୍ରୀଙ୍କ ସୂଚନା ପରେ କୋଭିଡ ସ୍ଥିତି ଯୋଗୁଁ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ୱ ଏକ ପ୍ରକାର ଦୂର ହୋଇଛି । କିନ୍ତୁ ସ୍କୁଲ କେବେ ଖୋଲିବ ତାକୁ ନେଇ ପ୍ରଶ୍ନ ଚିହ୍ନ ଏବେ ବି ଝୁଲୁଛି ।

ଏହା ବି ପଢ଼ନ୍ତୁପତି କେତେ ଦରମା ପାଉଛନ୍ତି ତାହା ଜାଣିବାର ଅଧିକାର ପ୍ରତ୍ୟେକ ପତ୍ନୀଙ୍କର ଅଛି; ଆଇନ ଅଧିକାର ଦେଇଛି

ସିବିଏସଇ ଅଫ୍‌ଲାଇନ୍‌ରେ ମାଟ୍ରିକ ଓ ଦ୍ବାଦଶ ବୋର୍ଡ ପରୀକ୍ଷା କରାଇବ ବୋଲି ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ପୂର୍ବରୁ ଯେମିତି ପରୀକ୍ଷା ହେଉଥିଲା, ସେମିତି ଅଫଲାଇନରେ ରାଜ୍ୟରେ ବୋର୍ଡ ପରୀକ୍ଷା କରାଯିବ । କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଏଥର ପରୀକ୍ଷା ଯଥେଷ୍ଟ ବିଳମ୍ବ ହେବ ବୋଲି ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଅନଲାଇନ୍‌ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚି ପାରୁନି ।


‘‘ଏବେ ଅନଲାଇନରେ ଶିକ୍ଷା ଦାନ ଜାରି ରହିଛି । ଏ କଥା ସତ ଯେ ଅନେକ ପିଲା ସେଥିରୁ ବଞ୍ଚିତ ହେଉଛନ୍ତି । କେବେ ସ୍କୁଲ ଖୋଲାଯିବ, ତାକୁ ନେଇ ବିଚାର ବିମର୍ଶ ଚାଲିଛି । ଖୁବ୍‌ ଶୀଘ୍ର ସ୍କୁଲ ଖୋଲିବା ସଂକ୍ରାନ୍ତରେ ଜଣାଇ ଦିଆଯିବ । ପୂର୍ବରୁ ମୁଖ୍ୟ ମନ୍ତ୍ରୀ ବୋର୍ଡ଼ ପରୀକ୍ଷା ପାଇଁ ଏକ ଟାଇମ୍ ଫ୍ରେମ୍ ପ୍ରସ୍ତୁତ କରିବାକୁ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ମୁଖ୍ୟ ମନ୍ତ୍ରୀଙ୍କ ଚିଠିର କୌଣସି ଉତ୍ତର ମିଳି ନାହିଁ,’’ ଗୁରୁବାର ଦିନ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ

‘‘ଆମ ରାଜ୍ୟରେ ସାଧାରଣତଃ ଫେବୃଆରୀ ମାସରେ ବୋର୍ଡ଼ ପରୀକ୍ଷା ହୁଏ । ହେଲେ ଚଳିତ ଶିକ୍ଷା ବର୍ଷରେ ଏହି ପରୀକ୍ଷା ବିଳମ୍ବିତ ହେବ । କ୍ଲାସ୍‌ ରୁମ୍‌ ଶିକ୍ଷାଦାନ ନ କରାଇ ପରୀକ୍ଷା କରାଇବା ସମ୍ଭବ ନୁହେଁ । ଅଫଲାଇନ ବ୍ୟବସ୍ଥାରେ ହିଁ ପୂର୍ବ ବର୍ଷମାନଙ୍କ ପରି ଏଥର ବି ବୋର୍ଡ଼ ପରୀକ୍ଷା ହେବ,’’ କହିଛନ୍ତି ଦାଶ ।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘର ସମ୍ପାଦକ ପ୍ରକାଶ ମହାନ୍ତି


ଅଫଲାଇନରେ ବୋର୍ଡ଼ ପରୀକ୍ଷା କରାଇବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ । ସବୁ ସ୍ଥାନରେ ଅନଲାଇନରେ ଶିକ୍ଷାଦାନ ହୋଇ ପାରୁ ନ ଥିବାରୁ ଅନଲାଇନରେ ପରୀକ୍ଷା କରାଇବା ସମ୍ଭବ ନୁହେଁ ବୋଲି ସଙ୍ଘ କହିଛି ।

ଏହା ବି ପଢ଼ନ୍ତୁ | IAS ଟପ୍ପର ଟିନା ଡାବି ପ୍ରେମ ବିବାହ କରିଥିଲେ କଶ୍ମୀରର ଆମିର୍‌ଙ୍କ ସହ; ଏବେ ଛାଡ଼ପତ୍ର ମାଗୁଛନ୍ତି

‘‘ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ପରୀକ୍ଷା କେବେ ହେବ ସେ ନେଇ ଖୁବ ଶୀଘ୍ର ସମୟ ସୀମା ଧାର୍ଯ୍ୟ କରାଯିବା ଜରୁରୀ । କରୋନା ସ୍ଥିତି ଉଭୟ ଦେଶରେ ଓ ରାଜ୍ୟରେ ନିୟନ୍ତ୍ରଣକୁ ଆସୁଥିବାରୁ ଶୀଘ୍ର ସ୍କୁଲଗୁଡ଼ିକୁ ବି ଖୋଲାଯିବା ଉଚିତ । ସଙ୍ଘର ପ୍ରସ୍ତାବ ଯେ ଡିସେମ୍ବର ୧୫ ତାରିଖ ଠାରୁ ସ୍କୁଲଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିବା ଉଚିତ, ’’ କହିଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘର ସମ୍ପାଦକ ପ୍ରକାଶ ମହାନ୍ତି ।



ରାଜ୍ୟରେ କରୋନା ସ୍ଥିତି ଯୋଗୁଁ ପୂର୍ବରୁ ୩୦ ପ୍ରତିଶତ ସ୍କୁଲ୍‌ ସିଲାବସ ହ୍ରାସ କରାଯାଇଛି । ଅନଲାଇନ ସହ ବିଭିନ୍ନ ଉପାୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ହେଲେ ବୋର୍ଡ଼ ପରୀକ୍ଷାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱର ଏବେ ଅବସାନ ଘଟିଛି ।
Published by: Anand Shankar Thankur Das
First published: December 4, 2020, 7:04 PM IST
corona virus btn
corona virus btn
Loading