News18 Odia Digital
ଭୁବନେଶ୍ୱର: ରାଜ୍ୟରେ ମେ' ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ଖାତା ଦେଖା କେନ୍ଦ୍ର, ନିୟୋଜିତ ଶିକ୍ଷକ ଓ ସମୟ ବାବଦରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବ ନିର୍ଦ୍ଧାରିତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା ।
ପୂର୍ବରୁ ୧୭,୦୦୦ ଶିକ୍ଷକ ଖାତା ଦେଖୁଥିବା ବେଳେ ଏଥର ଖାତା ଦେଖାରେ ନିୟୋଜିତ ହେବେ ଅଧିକ ୬,୦୦୦ ପରୀକ୍ଷକ । ତିନୋଟି ସିଫ୍ଟରେ ଖାତା ଦେଖିବେ ୨୩,୦୦୦ ଶିକ୍ଷକ-ଶିକ୍ଷୟିତ୍ରୀ । ଖାତା ଦେଖା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ସାମାଜିକ ଦୂରତ୍ବ ରକ୍ଷା କରିବା ଓ ସାନିଟାଇଜର ବ୍ୟବହାର କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।
ସାମାଜିକ ଦୂରତ୍ବ ରକ୍ଷା ପାଇଁ ତିନିଟି ଫେଜରେ ଖାତା ଦେଖା ହେବ । ବିଭିନ୍ନ ବିଷୟକୁ ନେଇ ତିନିଟି ଫେଜ୍ ଓ ତିନିଟି ସମୟ କରାଯାଇଛି । ଯେଉଁ ଶିକ୍ଷକ ଯେଉଁ କେନ୍ଦ୍ରରେ ରିପୋର୍ଟ କରିଥିଲେ, ସେହି କେନ୍ଦ୍ରରେ ଖାତା ଦେଖିବେ । ସଂପୃକ୍ତ ଶିକ୍ଷକ ଧାର୍ଯ୍ୟ ବିଷୟ ପାଇଁ ଉଦ୍ଦିଷ୍ଟ ସମୟରେ ଖାତା ଦେଖିବେ ।

ଖାତା ଦେଖା ଶେଷ କରିବା ପାଇଁ ୨୦ ଦିନ ସମୟ ଧାର୍ଯ୍ୟ କରାଯାଇଛି । (ଫାଇଲ୍ ଫଟୋ)
ଏହା ବି ପଢ଼ନ୍ତୁ: CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବଖାତା ଦେଖା ଶେଷ କରିବା ପାଇଁ ୨୦ ଦିନ ସମୟ ଧାର୍ଯ୍ୟ କରାଯାଇଛି । ଏଥିରେ ୨/୪ ଦିନ ଅଧିକ ସମୟ ଲାଗିପାରେ । କିନ୍ତୁ ଅଧିକ ଶିକ୍ଷକ ଖାତା ଦେଖିବାକୁ ଥିବାରୁ ଏଥର ଶୀଘ୍ର ମଧ୍ୟ ସରିପାରେ ବୋଲି ବୋର୍ଡ କହିଛି । କୌଣସି କଣ୍ଟେନମେଣ୍ଟ ଜୋନ୍ରେ ଖାତା ଦେଖା କେନ୍ଦ୍ର ନାହିଁ । ଶିକ୍ଷକମାନେ ଘରେ ଖାତା ଦେଖିବା ବ୍ୟବସ୍ଥା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ଓ ପରୀକ୍ଷା ନିୟନ୍ତ୍ରଣ ନିହାର ରଞ୍ଜନ ମହାନ୍ତି ।
ଏହା ବି ପଢ଼ନ୍ତୁ: ଲକ୍ଡାଉନ୍ ହଟାଅ; ଚାଷୀ, ମଜଦୁର ଓ କ୍ଷତିଗ୍ରସ୍ତଙ୍କୁ ମାସିକ ₹୫,୦୦୦ ଦିଅ: କୃଷକ ସଙ୍ଗଠନ‘‘ଖାତା ଦେଖା ଚାଲିଥିବା ବେଳେ କୌଣସି କେନ୍ଦ୍ରର ସ୍ଥାନ ଯଦି କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୁଏ, ତେବେ ଅନ୍ୟତ୍ର ଖାତାଦେଖା ହେବ । ସକାଳ ୮ଟାରୁ ଦିନ ୨ଟା ମଧ୍ୟରେ ଓଡ଼ିଆ ଓ ସାମାଜିକ ବିଜ୍ଞାନ ଖାତାଦେଖା ହେବ । ସକାଳ ୯ଟାରୁ ଦିନ ୩ଟା ମଧ୍ୟରେ ଇଂରାଜୀ ଓ ବିଜ୍ଞାନ ଖାତାଦେଖା ହେବ । ଦିନ ୯ଟା ୩୦ରୁ ୪ଟା ମଧ୍ୟରେ ହିନ୍ଦୀ, ସଂସ୍କୃତ ଓ ଗଣିତ ଖାତାଦେଖା ହେବ,’’ କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ।
ଏହା ବି ପଢ଼ନ୍ତୁ: ଏତେ ସଂଖ୍ୟାରେ ଫେରୁଥିବା ପ୍ରବାସୀ ଓଡ଼ିଆମାନେ ଏବେ ପଞ୍ଚାୟତ ପାଇଁ ଏକ ଚ୍ୟାଲେଞ୍ଜPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।