କରୋନା ଛାଇରେ ଆରମ୍ଭ ହେଲା ମ୍ୟାଟ୍ରିକ ଖାତା ଦେଖା; ସତର୍କତା ନିର୍ଦ୍ଦେଶ ପାଳିତ ହେଉଛି

ଖାତା ଦେଖୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଅତି କମରେ ଦୁଇ ମିଟର ଦୂରତା ରଖିବା ଓ ଖାତା ଦେଖା କେନ୍ଦ୍ରକୁ ଆସିବା ପୂର୍ବରୁ ସାବୁନରେ ହାତକୁ ପରିଷ୍କାର କରିବା ଭଳି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

କରୋନା ଛାଇରେ ଆରମ୍ଭ ହେଲା ମ୍ୟାଟ୍ରିକ ଖାତା ଦେଖା; ସତର୍କତା ନିର୍ଦ୍ଦେଶ ପାଳିତ ହେଉଛି
ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର କଟକ ସ୍ଥିତ ମୁଖ୍ୟାଳୟ
  • News18 Odia
  • Last Updated: March 18, 2020, 10:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଜି ଆରମ୍ଭ ହେଉଛି ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷାର ଖାତା ଦେଖା କାର୍ଯ୍ୟ । ଖାତା ଦେଖା ପାଇଁ ନିର୍ଦ୍ଧାରିତ ୬୧ଟି କେନ୍ଦ୍ରର ୭୮୮ଟି ୟୁନିଟରେ ୧୬,୦୦୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଛି । କରୋନା ଭାଇରସର ସମସ୍ୟା ମଧ୍ୟରେ ସତର୍କତା ଅବଲମ୍ବନ କରି ସକାଳ ସାଢ଼େ ୮ଟାରୁ ଖାତା ଦେଖା କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରତି ଅବଜେକ୍ଟିଭ୍ ୟୁନିଟରେ ୨୫ ଜଣ ଓ ସବଜେକ୍ଟିଭ୍ ୟୁନିଟରେ ୧୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ଦୈନିକ ତିନିଟି ସିଫ୍ଟରେ ଏହି କାର୍ଯ୍ୟ କରାଯିବ । ପ୍ରଥମ ସିଫ୍ଟ୍ ସକାଳ ସାଢେ ୮ଟାରୁ ଅଢ଼େଇଟା, ଦ୍ବିତୀୟ ସିଫ୍ଟ୍ ସାଢେ ୯ଟାରୁ ସାଢ଼େ ୩ଟା ଓ ତୃତୀୟ ସିଫ୍ଟ୍ ସାଢ଼େ ୧୦ରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଜାରି ରହିବ ।

‘‘ଖାତା ଦେଖା ସମୟରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଆମେ ୩ଟି ସିଫ୍ଟରେ ଖାତା ଦେଖାର ବ୍ୟବସ୍ଥା କରିଛୁ । ଏହି କାର୍ଯ୍ୟକୁ ସ୍ବଚ୍ଛ ଓ ନିର୍ଭୁଲ କରିବା ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି,’’ କହିଛନ୍ତି ବୋର୍ଡ଼ ସଭାପତି ରାମାସିସ ହାଜରା ।

ଖାତା ଦେଖା ପ୍ରକ୍ରିୟାରେ ଯେପରି କେରୋନା ଭାଇରସକୁ ନେଇ ସବୁ ସତର୍କତାମୂଳକ ଉପଦେଶ କଡ଼ାକଡ଼ି ପାଳନ କରାଯିବ ସେଥି ପ୍ରତି ବିଶେଷ ଦୃଷ୍ଟି ଦେଇଛି ବୋର୍ଡ଼ । ଖାତା ଦେଖୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଅତି କମରେ ଦୁଇ ମିଟର ଦୂରତା ରକ୍ଷା କରିବା ଓ ଖାତା ଦେଖା କେନ୍ଦ୍ରକୁ ଆସିବା ପୂର୍ବରୁ ସାବୁନରେ ହାତକୁ ପରିଷ୍କାର କରିବା ଭଳି ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାସିସ ହାଜରା


“ଖାତା ଦେଖା କେନ୍ଦ୍ର ଗୁଡିକରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ । ଶିକ୍ଷକ ଶିକ୍ଷୟତ୍ରୀମାନେ ହାତକୁ ପରିସ୍କାର କରି ଧୋଇବା ସହ ଖାତା ଦେଖାଯାଉଥିବା ଟେବୁଲ ଓ ଚୌକିକୁ ମଧ୍ୟ ସାନିଟାଇଜରରେ ସଫା କରିବା ପାଇଁ କୁହାଯାଇଛି । ତେବେ କରୋନା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଉଥିଲେ ମଧ୍ୟ ଖାତା ଦେଖା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ” କହିଛନ୍ତି ହଜାରା ।

ପୂର୍ବରୁ ଖାତା ଦେଖା କାର୍ଯ୍ୟ ୧୦ ଦିନରେ ଶେଷ ହୋଇଯାଉଥିବା ବେଳେ ଓ.ଏମ୍‌.ଆର୍‌. ବ୍ୟବସ୍ଥା ଉଠିଯିବା ପରେ ଚ଼ଳିତ ବର୍ଷ ଏଥିରେ ୧୦ ଦିନ ଅଧିକ ସମୟ ଲାଗିପାରେ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ଚ଼ଳିତ ବର୍ଷ ୫ ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।
First published: March 18, 2020, 10:16 AM IST
corona virus btn
corona virus btn
Loading