ଆଜି ଆରମ୍ଭ ହେଉଛି ମ୍ୟାଟ୍ରିକ୍ ଖାତା ଦେଖା; ୩ଟି ବଦଳରେ ଗୋଟିଏ ସିଫ୍ଟରେ ହେବ
ମାର୍ଚ୍ଚ ୧୯ରେ ଗୋଟିଏ ଦିନ ଖାତା ଦେଖା ହେବା ପରେ ଲକଡାଉନ ପାଇଁ ବନ୍ଦ ହୋଇଥିଲା । ତା’ ପରେ ବାତ୍ୟା ଅମ୍ଫନ ଯୋଗୁଁ ଦ୍ଵିତୀୟ ଥର ଏହା ବନ୍ଦ ହୋଇଥିଲା ।

ଭୁବନେଶ୍ୱରରେ ଗୋଟିଏ ମୂଲ୍ୟାଙ୍କନ କେନ୍ଦ୍ରକୁ ସାନିଟାଇଜ୍ କରାଯାଉଛି ।
- News18 Odia
- Last Updated: May 26, 2020, 12:27 AM IST
ଭୁବନେଶ୍ୱର: ଦୁଇ ଦୁଇ ଥର ମାଟ୍ରିକ ଖାତା ମୂଲ୍ୟାୟନ ବାତିଲ ହେବା ପରେ ଆଜି ଠାରୁ ପୁଣି ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ୨୩,୦୦୦ ଶିକ୍ଷକ ଶିକ୍ଷୟିତ୍ରୀ । ସରିଲା ମୂଲ୍ୟାୟନ କେନ୍ଦ୍ର ସାନିଟାଇଜେସନ। ସମ୍ପୂର୍ଣ୍ଣ କରୋନା କଟକଣା ଓ ଏସ.ଓ.ପି ଅନୁଯାୟୀ ଆରମ୍ଭ ହେବ ଖାତାଦେଖା ।
ଏବେ ତିନିଟି ନୁହେଁ, ପୂର୍ବ ପରି ଗୋଟିଏ ପର୍ଯ୍ୟାୟରେ ଖାତା ଦେଖା ହେବ ବୋଲି ହୋଇଛି ନିଷ୍ପତ୍ତି । ସକାଳ ୧୦ଟା ରୁ ୩ଟା ହେବ ଖାତା ଦେଖା । ଦଶ କିଲୋମିଟର ଭିତରେ ଥିବା ମୁଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇ କୋର୍ଟ ।
ଏହା ପୂର୍ବରୁ ଆଜି ସମସ୍ତ କେନ୍ଦ୍ରଗୁଡିକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । କରୋନାର ସମସ୍ତ ନିୟମ ଓ ଏସ.ଓ.ପି. ମାନି ଖାତା ଦେଖା ଆରମ୍ଭ ହେବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ନିର୍ଦ୍ଧାରିତ ସମୟରେ ଖାତାଦେଖା ଶେଷ କରିବା ସହ ଜୁଲାଇ ଶେଷ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି କହିଛନ୍ତି।

୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ୨୩,୦୦୦ ଶିକ୍ଷକ ଶିକ୍ଷୟିତ୍ରୀ ।
ସମସ୍ତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ସୁରକ୍ଷିତ ଭାବେ ମହଜୁଦ ଥିବାବେଳେ ଖାତା ଦେଖା ପାଇଁ ଶିକ୍ଷକ ବି ପ୍ରସ୍ତୁତ ରହିଛନ୍ତି । ସମସ୍ତ କେନ୍ଦ୍ରରେ ଯଥେଷ୍ଟ ପରିମାଣର ହ୍ୟାଣ୍ଡ ୱାଶ୍ ଓ ସାନିଟାଇଜର ମହଜୁଦ ରହିବା ଦରକାର ବୋଲି ଶିକ୍ଷକମାନେ କହିଛନ୍ତି । ହାଇ କୋର୍ଟର ଗାଇଡ଼ଲାଇନ ଅନୁଯାୟୀ ୧୦ କିମି ଭିତରେ ଶିକ୍ଷକ ଖାତା ଦେଖିବା ନିୟମକୁ ପାଳନ କରିବାକୁ ମଧ୍ୟ କହିଛନ୍ତି ।
‘‘ଶିକ୍ଷକମାନେ ଗତ ୩ ମାସ ହେବ କରୋନା ଯୋଦ୍ଧା ଭାବେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ଆସନ୍ତା କାଲି ଠାରୁ ଖାତା ଦେଖା କାମରେ ନିୟୋଜିତ ହେବେ। ତେଣୁ ଶିକ୍ଷକମାନଙ୍କୁ ମଧ୍ୟ ସମସ୍ତ ସୁବିଧା ସରକାର ଯୋଗାଇ ଦେବା ଉଚିତ,’’ ଓଷ୍ଟା ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ।
ତେବେ ୧୦ କିଲୋମିଟର ଭିତରେ ଥିବା ମୂଲ୍ୟାଙ୍କନ କେନ୍ଦ୍ରକୁ କେତେ ଶିକ୍ଷକ ଆସିବେ ଖାତା ଦେଖିବାକୁ ଓ ଏହା ବାସ୍ତବରେ କିଭଳି ସମ୍ଭବ ହେବ ସେ ନେଇ ପ୍ରଶ୍ନ କରିଛନ୍ତି ନୋଡାଲ ଅଫିସର ଶଙ୍କର ସୁବୁଦ୍ଧି । ଏଭଳି ସ୍ଥିତିରେ ଖାତା ଦେଖା ଶେଷ କରିବା କଷ୍ଟକର ହେବ ବୋଲି ସେ କହିଛନ୍ତି।
ମାର୍ଚ୍ଚ ୧୯ରେ ଗୋଟିଏ ଦିନ ଖାତାଦେଖା ପରେ ଲକଡାଉନ ପାଇଁ ଖାତାଦେଖା ବନ୍ଦ ହେବା ପରେ ମେ ୨୦ରେ ବାତ୍ୟା ଅମ୍ଫନ ପରେ ଦ୍ଵିତୀୟ ଥର ପାଇଁ ଖାତାଦେଖା ବନ୍ଦ ହୋଇଥିଲା । ଗୋଟିଏ ଦିନରେ ମାତ୍ର ୮ ହଜାର ଖାତା ଦେଖା ଶେଷ ହୋଇଛି । କାଲି ଠୁ ପୁଣି ଆରମ୍ଭ ହେବ ଖାତାଦେଖା।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେ
ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ