ଏଥର ପକ୍କା: ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ; ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ

ଦୁଇ ଦୁଇ ଥର ତାରିଖ ଘୁଞ୍ଚିବା ପରେ ଆସନ୍ତା ମଙ୍ଗଳବାର ଠାରୁ ରାଜ୍ୟରେ ମ୍ୟାଟ୍ରିକ ଖାତା ଦେଖା ଆରମ୍ଭ ହେବ । ମାତ୍ର ୬୦ଟି କେନ୍ଦ୍ରରେ ଖାତା ଦେଖିବେ ୨୩ ହଜାର ଶିକ୍ଷକ ।

ଏଥର ପକ୍କା: ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ; ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (ବାମ) ଓ କେତେକ ଛାତ୍ରୀ (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଶେଷରେ ଧାର୍ଯ୍ୟ ହେଲା ମାଟ୍ରିକ ଖାତା ଦେଖା ତାରିଖ । ଦୁଇ ଦୁଇ ଥର ଖାତା ଦେଖା ଘୁଞ୍ଚିବା ପରେ ଆସନ୍ତା ମେ ୨୬ ମଙ୍ଗଳବାର ଠାରୁ ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଗଣ ଶିକ୍ଷା ବିଭାଗ । ପ୍ରଥମେ କରୋନା ଆଉ ପରେ ବାତ୍ୟା ଅମ୍ଫାନ ପାଇଁ ଅଟକିଥିଲା ମାଟ୍ରିକ ଖାତା ଦେଖା ।

ରାଜ୍ୟର ମୋଟ ୬୦ଟି କେନ୍ଦ୍ରରେ ଖାତା ଦେଖିବେ ୨୩ ହଜାର ଶିକ୍ଷକ । ହାଇ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ସମ୍ପୂର୍ଣ୍ଣ କରୋନା କଟକଣା ମାନି ଖାତା ଦେଖା ହେବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଏ ନେଇ ଆଜି ନିଷ୍ପତ୍ତି ହୋଇଥିବା ବେଳେ ସମସ୍ତ ନୋଡାଲ ଅଫିସରମାନକୁ ବିଭାଗ ଚିଠି କରିଛି ।

‘‘ସଠିକ ସମୟରେ ଖାତା ଦେଖା ଆରମ୍ଭ କରିବା ସାଙ୍ଗକୁ ଜୁଲାଇ ମାସ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ ରହିଛି,’’ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


ପ୍ରଥମେ ମାର୍ଚ୍ଚ ମାସ ୧୮ରୁ ଖାତାଦେଖା ଆରମ୍ଭ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ୧୮ ତାରିଖରେ ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକମାନେ ଯୋଗ ଦେଇଥିଲେ । ୧୯ରୁ ଖାତା ଦେଖା ଆରମ୍ଭ ହୋଇଥିବା ବେଳେ ନଅ ହଜାର ଖାତା ଗୋଟିଏ ଦିନରେ ଦେଖିଥିଲେ । ମାର୍ଚ୍ଚ ୨୦ରୁ ପ୍ରଥମେ ଓଡିଶାରେ ଲକଡାଉନ ଆରମ୍ଭ ହେବା ଓ ୨୨ରୁ ସାରା ଦେଶରେ ଏହା ଲାଗୁ ହେବା ଯୋଗୁଁ ସ୍ଥଗିତ ରହିଥିଲା ଖାତାଦେଖା ।

ପରେ ଲକଡାଉନ ନିୟମ କୋହଳ ହେବା ପରେ ମେ ୨୦ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେବାର ଥିଲା । ହେଲେ ୨୦ ତାରିଖରେ ଓଡିଶା ଉପକୂଳ ଦେଇ ବାତ୍ୟା ଅମ୍ଫାନ ଗତି କରିବା ଯୋଗୁଁ ପୁଣି ସ୍ଥଗିତ ରହିଥିଲା ଖାତାଦେଖା । ଏହାକୁ ନେଇ ଆଜି ଗଣ ଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ବୈଠକ ବସି ଆସନ୍ତା ୨୬ରୁ ଖାତା ଦେଖା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଖାତା ଦେଖାବେଳେ ସାମାଜିକ ଦୂରତା ବଜାୟ ରଖିବା ସହ ସ୍ଵଛତା ଓ ମାସ୍କ ପିନ୍ଧିବା ହୋଇଛି ବାଧ୍ୟତାମୂଳକ । ପୂର୍ବରୁ ପରୀକ୍ଷା କେନ୍ଦ୍ର ବଢ଼ାଇବା ନେଇ ଓଷ୍ଟା ପକ୍ଷରୁ ଦାବି ହୋଇଥିଲା । ବର୍ତ୍ତମାନ ୬୦ଟି ପରୀକ୍ଷା କେନ୍ଦ୍ରରେ କିଭଳି ଏତେ ସଂଖ୍ୟକ ଶିକ୍ଷକ ଖାତା ଦେଖିବେ ତାହା ଦେଖିବା ବାକି ରହିଲା ।

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 21, 2020, 7:10 PM IST
corona virus btn
corona virus btn
Loading