News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଫି (ଦେୟ) ଦେବାକୁ ପଡ଼ିବ ନାହିଁ । ପିଲାଙ୍କ ପାଇଁ ପରୀକ୍ଷା ଫି' ଛାଡ଼ କରିଛନ୍ତି ରାଜ୍ୟ ସରକାର । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମ୍ୟାଟ୍ରିକ୍ ପରୀକ୍ଷା ଫି ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
ମ୍ୟାଟ୍ରିକ ପରୀକ୍ଷା ଫି ଛାଡ଼ ବାବଦରେ ରାଜ୍ୟ ସରକାର ବହନ କରିବେ ୨୭ କୋଟି ଟଙ୍କାର ବ୍ୟୟ ଭାର । ରାଜ୍ୟରେ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେଉଛନ୍ତି । ପ୍ରତି ପରୀକ୍ଷାର୍ଥୀ ପାଇଁ ଫି' ୪୨୦ ଟଙ୍କା ଧାର୍ଯ୍ୟ ହୋଇଛି । କରୋନା ଭାଇରସ୍ ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷ ପ୍ରଭାବିତ ହେବା ସହ ନଅ ମାସ ସ୍କୁଲ ବନ୍ଦ ରହିବା ପରେ ଏହି ମାସ ୮ ତାରିଖରେ ଖୋଲିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସମୁଦ୍ର କୂଳରେ ଅଦା ଶର୍ମାଙ୍କ ବ୍ୟାୟାମ ଓ ଅଦ୍ଭୁତ ଡିଆଁ ମରା ଦେଖି ଆପଣ ଚକିତ ହେବେ… VIDEOପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ ଶ୍ରେଣୀଗୃହ ପଢ଼ା ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇଛି । କରୋନା ଯୋଗୁଁ ବହୁ ଲୋକଙ୍କ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟ ମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟ ସରକାର ପୂର୍ବରୁ ଏକ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ଯେ ଶ୍ରେଣୀଗୃହ ପଢ଼ା ଦ୍ୱାରା ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଏପ୍ରିଲ ୨୬ ସୁଦ୍ଧା ଶେଷ ହେବ ଓ ପ୍ଲସ୍-୨ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଏପ୍ରିଲ୍ ୨୮ ସୁଦ୍ଧା ଶେଷ ହେବ । ଅର୍ଥାତ୍ ଶ୍ରେଣୀଗୃହ ଶିକ୍ଷା ଲାଭରୁ ବଞ୍ଚିତ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ଼ ପରୀକ୍ଷା ପୂର୍ବରୁ ୧୦୦ ଦିନ ଶ୍ରେଣୀଗୃହ ଶିକ୍ଷାଦାନ ସୁନିଶ୍ଚିତ କରିବା ପରେ ସେମାନଙ୍କର ପରୀକ୍ଷା ହେବ । ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ଶନିବାର ଓ ରବିବାର ମଧ୍ୟ କ୍ଲାସରେ ଯୋଗଦେବାକୁ ପଡ଼ିବ ।
ଏହା ବି ପଢ଼ନ୍ତୁ | IND vs AUS: ପତ୍ନୀ କହିଲେ, ‘କାଲି ରାତି ଯାଏଁ କେତେ କଷ୍ଟ ପାଉଥିଲେ ଅଶ୍ୱୀନ୍… ନଇଁ ପାରୁ ନ ଥିଲେ’‘‘ପରୀକ୍ଷା ଫି ଛାଡ଼ କରିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଏହା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବ । ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ,’’ କହିଛନ୍ତି ଓଷ୍ଟା ସଭାପତି ପ୍ରକାଶ ମହାନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ପରେ ସାରା ରାଜ୍ୟର ମ୍ୟାଟ୍ରିକ୍ ପରୀକ୍ଷାର୍ଥୀ ଓ ସେମାନଙ୍କ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କି ନିର୍ଦୟ! ବାଡ଼ି ଓ ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ୩ ଗିରଫ ବାର୍ଷିକ ମାଟ୍ରିକ୍ ପରୀକ୍ଷା ମେ ୩ରୁ ଆରମ୍ଭ ହେବ ଓ ମେ ୧୫ରେ ଶେଷ ହେବ । ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ୍ ୨୯ରୁ ମେ ୨ ମଧ୍ୟରେ ଆୟୋଜିତ ହେବ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।