News18 Odia Digital
ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣ କାଳରେ ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷାକୁ (Odisha Matric Exam 2021) ବାତିଲ୍ କରିବା ପରେ ଛାତ୍ରଛାତ୍ରୀମାନଙ୍କ ମୂଲ୍ୟାଙ୍କନ ପାଇଁ ଏକ ବିକଳ୍ପ ବ୍ୟବସ୍ଥା ଉପରେ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ (ବି.ଏସ୍.ଇ.) ମୋହର ମାରିଛି । ଏହି ପଦ୍ଧତି ଅନୁସାରେ ମାଟ୍ରିକ ପରୀକ୍ଷାର ମୂଲ୍ୟାୟନରେ ଛାତ୍ରଛାତ୍ରୀମାନେ ଉଭୟ ନବମ ଓ ଦଶମ ଶ୍ରେଣୀର ପରୀକ୍ଷାରେ ରଖିଥିବା ମାର୍କକୁ ଆଧାର କରାଯିବ। ଏହି ବ୍ୟବସ୍ଥାକୁ ନେଇ ରାଜ୍ୟର ଅନେକ ଛାତ୍ରଛାତ୍ରୀମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
ନବମ ଶ୍ରେଣୀର ଅଧବାର୍ଷିକ ଓ ବାର୍ଷିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ରଖିଥିବା ମାର୍କକୁ ମ୍ୟାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନର ଆଧାର କରାଯିବ ବୋଲି ସ୍ଥିର ହୋଇଥିବା ଏହି ବିକଳ୍ପ ବ୍ୟବସ୍ଥାକୁ ଶୁକ୍ରବାର ଦିନ ବୋର୍ଡ଼ (Board of Secondary Education - BSE) ସ୍ୱୀକୃତି ଦେଇଛି । ଠିକ୍ ସେମିତି ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଟେଷ୍ଟ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ରଖିଥିବା ମାର୍କ ଆଧାରରେ ମ୍ୟାଟ୍ରିକ ପରୀକ୍ଷାର ମାର୍କ ଦିଆଯିବ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
ନବମ ଶ୍ରେଣୀର ମାର୍କକୁ ୪୦ ପ୍ରତିଶତ ଓ ଦଶମ ଶ୍ରେଣୀର ମାର୍କକୁ ୬୦ ପ୍ରତିଶତ ଗୁରୁତ୍ୱ (ୱେଟେଜ୍) ଦିଆଯିବ । ମାର୍କରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନଙ୍କୁ ପରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ ବୋଲି ବୋର୍ଡ଼ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଜାନୁଆରୀରେ 'ପରୀକ୍ଷା ଦର୍ପଣ' ପୁସ୍ତକ ଉନ୍ମୋଚନ କରିଥିଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ହେଲେ ମ୍ୟାଟ୍ରିକ୍ ପରୀକ୍ଷାର ମୂଲ୍ୟାଙ୍କନ ପଦ୍ଧତିକୁ ନେଇ ଠାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦ୍ଵନ୍ଦ୍ୱ ଦେଖାଦେଇଛି । ଅନେକ ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ସେମାନେ ପ୍ରାୟତଃ ନବମ ଶ୍ରେଣୀରେ ନିଜକୁ ଯଥେଷ୍ଟ ପ୍ରସ୍ତୁତ କରି ନ ଥାନ୍ତି ଓ ଦଶମ ଶ୍ରେଣୀରେ ହିଁ ମ୍ୟାଟ୍ରିକ୍ ପରୀକ୍ଷା ପାଇଁ ଠିକ୍ ଢଙ୍ଗରେ ପ୍ରସ୍ତୁତ ହୋଇଥାନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ୪ ଦିନ ବାକି ଅଛି’’
କୋଭିଡ କଟକଣା ମଧ୍ୟରେ ଘରେ ରହି ଅନଲାଇନ୍ ମାଧ୍ୟମରେ କ୍ଲାସ୍ କରି ଓ ଶେଷ ତିନି ମାସ ସ୍କୁଲରେ କ୍ଲାସ୍ କରି ଛାତ୍ରଛାତ୍ରୀମାନେ ଠିକ୍ ଭାବେ ପରୀକ୍ଷା ଦେଇ ନ ଥିବାରୁ ସେହି ମାର୍କ ମ୍ୟାଟ୍ରିକ୍ ପରୀକ୍ଷାର ମାର୍କରେ ପ୍ରତିଫଳିତ ହେବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାର ମାର୍କ ଉପରେ ମ୍ୟାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ନ କରି ଏକ ଏଣ୍ଟ୍ରାନ୍ସ ମାଧ୍ୟମରେ କରିଥିଲେ ଭଲ ହୋଇଥାନ୍ତା ବୋଲି ସେମାନଙ୍କ ମଧ୍ୟରୁ କିଛି କହିଛନ୍ତି ।
ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ
ରାଜ୍ୟରେ ଏ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ୨,୭୬୬ଟି ସ୍କୁଲକୁ ମେଣ୍ଟର୍ ସ୍କୁଲ୍ ଭାବେ ଚିହ୍ନଟ କରାଯାଇଛି । ଏହି ସ୍କୁଲର ପ୍ରଧାନ ଶିକ୍ଷକମାନେ ଅନ୍ୟ ସ୍କୁଲ୍ ସହ ଆଲୋଚନା କରି ମାର୍କ ଦେବେ । ଜୁନ୍ ୩୦ ତାରିଖ ସୁଦ୍ଧା ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଲକ୍ଷ୍ୟ ରଖାଯାଇଛି । ମେ ୩୧ ତାରିଖ ସୁଦ୍ଧା ମାର୍କ୍ ଟାବୁଲେସନ ପ୍ରକ୍ରିୟା ସାରିବାକୁ ବୋର୍ଡ଼ ସ୍ଥିର କରିଛି ।
ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ଓ ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍ କୋର୍ଟ୍
କରୋନା ସଂକ୍ରମଣ କାଳରେ ଏ ବର୍ଷ ପ୍ରଥମେ ମେ ୩ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ହେବ ବୋଲି ଘୋଷଣା କରିଥିଲା ସ୍କୁଲ ଓ ଗଣ ଶିକ୍ଷା ବିଭାଗ । ହେଲେ କରୋନାର ଦ୍ବିତୀୟ ଲହର ମାଡ଼ିଆସିବାରୁ ଏହାକୁ ପ୍ରଥମେ ସ୍ଥଗିତ ରଖାଯାଇଥିଲା । ସି.ବି.ଏସ୍.ଇ. ବୋର୍ଡ଼ ନିଜ ମ୍ୟାଟ୍ରିକ୍ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲ କରିବା ପରେ ଓଡ଼ିଶଆରେ ମ୍ୟାଟ୍ରିକ୍ ପରୀକ୍ଷା ବାତିଲ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପଡ଼ିଥିଲା । ଶେଷରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମ୍ୟାଟ୍ରିକ୍ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକାର ।
ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା କରୋନା ସଂକ୍ରମଣ ଯୋଗୁଁ ପ୍ରଭାବିତ ହୋଇଥିଲା । ୧୦୦ ଦିନର ଶ୍ରେଣୀ ଗୃହ ପଢ଼ା ଭିତରେ ଅନୁଷ୍ଠିତ ହୋଇଥିଲା ପ୍ରି-ବୋର୍ଡ଼ ପରୀକ୍ଷା । ମୋ’ଟ ଚାରି ଥର ହୋଇଥିଲା ପରୀକ୍ଷା । ବୋର୍ଡ଼ ଢାଞ୍ଚାରେ ୮୦ ମାର୍କର ପରୀକ୍ଷା କରାଯାଇଥିଲା । ଏଥର ଛଅ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ଦେଇଥା’ନ୍ତେ । ଏବେ ଯୁକ୍ତ ୨ ପରୀକ୍ଷା ହେବ କି ନାହିଁ ସେ ନେଇ ଜୁନ୍ ପ୍ରଥମ ସପ୍ତାହରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରେ ।