ଆରମ୍ଭ ହେଲା ମ୍ୟାଟ୍ରିକ୍ ଖାତା ଦେଖା; କମ୍ ପରୀକ୍ଷକ ଭାଗ ନେଲେ ମୂଲ୍ୟାୟନରେ

ମ୍ୟାଟ୍ରିକ୍ ଖାତା ଦେଖାର ପ୍ରଥମ ଦିନରେ ହିଁ କଟକର କେତେକ କେନ୍ଦ୍ରରେ ଦେଖା ଦେଲା ବ୍ୟତିକ୍ରମ । ପୂର୍ବ ନିର୍ଦ୍ଧାରିତ ବିଷୟ ସ୍ଥାନରେ ଅନ୍ୟ ବିଷୟର ଶିକ୍ଷକମାନେ ଆସି ପହଞ୍ଚିଯାଇଥିଲେ ।

ଆରମ୍ଭ ହେଲା ମ୍ୟାଟ୍ରିକ୍ ଖାତା ଦେଖା; କମ୍ ପରୀକ୍ଷକ ଭାଗ ନେଲେ ମୂଲ୍ୟାୟନରେ
କଟକରେ ରେଭେନ୍ସା କଲିଜିଏଟ ସ୍କୁଲରେ ପହଞ୍ଚିଥିଲେ ମୂଲ୍ୟାଙ୍କନକାରୀମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଜି ଠାରୁ ପୁଣି ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ କାର୍ଯ୍ୟ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସକାଳ ୧୦ରୁ ଖାତା ଦେଖା ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରୁ ହିଁ ଅନେକ ପରୀକ୍ଷା କେନ୍ଦ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।

ବିଶେଷ କରି କଟକ ସ୍ଥିତ ରେଭେନ୍ସା କଲିଜିଏଟ ସ୍କୁଲରେ ଥିବା କେନ୍ଦ୍ରରେ ଏକ ବ୍ୟତିକ୍ରମ ଦେଖା ଦେଇଥିଲା । ଆଜି କେବଳ ଗଣିତ, ଭୂଗୋଳ, ଇଂରାଜି ଓ ଇତିହାସ ବିଷୟର ଅବଜେକ୍ଟିଭ୍ ପେପର ଖାତା ଦେଖିବା ପାଇଁ ବୋର୍ଡ଼ କହିଥିବା ବେଳେ ରେଭେନ୍ସା କଲିଜିଏଟ ସ୍କୁଲକୁ ଅନ୍ୟ ବିଷୟର ପରୀକ୍ଷକମାନେ ପହଞ୍ଚି ହଟହଟା ହୋଇଥିଲେ ।  ଏବେ ସେମାନଙ୍କ ବିଷୟର ପରୀକ୍ଷା ଖାତାର ମୂଲ୍ୟାୟନ ପରବର୍ତ୍ତୀ ସମୟରେ ହେବ ବୋଲି କହି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ସେମାନଙ୍କୁ ଫେରାଇ ଦେଇଥିଲେ ।

‘‘ମୁଁ ଜାଣି ନଥିଲି ଯେ ଆଜି ବିଜ୍ଞାନ ବିଷୟର ଖାତା ଦେଖା ଯିବ ନାହିଁ । ସେଥି ପାଇଁ ମୁଁ ଆଜି ଚାଲି ଆସିଥିଲି । କିନ୍ତୁ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ମୋତେ ୧୫ ଦିନ ପରେ ଆସିବାକୁ କହିଲେ । ମୁଁ ଏବେ ଫେରି ଯାଉଛି,’’ ନିଜ ନାମ ପ୍ରକାଶ ନ କରି କହିଛନ୍ତି ରେଭେନସା କଲିଜିଏଟ୍ ସ୍କୁଲକୁ ଆସିଥିବା ଜଣେ ଶିକ୍ଷୟତ୍ରୀ ।

ବୋର୍ଡ ସଭାପତି ରାମାଷିଶ ହାଜରା


କିନ୍ତୁ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ଥିବା ବୋର୍ଡ଼ ହାଇସ୍କୁଲରେ ଏହି ବ୍ୟତିକ୍ରମ ଦେଖା ଦେଇଥିଲେ ମଧ୍ୟ ସେଠାକାର ଅଧୀକ୍ଷକ ଅନ୍ୟ ପରୀକ୍ଷକମାନଙ୍କୁ ସେମାନଙ୍କ ବିଷୟର ଖାତା ଦେଖିବା ପାଇଁ ସ୍ବତନ୍ତ୍ର ଭାବେ ଅନୁମତି ଦେଇଥିଲେ । ଫଳରେ ସେଠାକୁ ଆସିଥିବା ସମସ୍ତ ପରୀକ୍ଷକ ଚାରିଟୁ ବିଷୟ ବାଦ୍‌ ନିଜ ନିଜ ବିଷୟର ଖାତା ଦେଖିଥିଲେ । ତେବେ ଏ ନେଇ ପରୋକ୍ଷରେ ନିଜ ମତ ରଖିଛନ୍ତି ବୋର୍ଡ ସଭାପତି ।

‘‘କାହିଁକି ଅନ୍ୟମାନେ ଖାତା ଦେଖା କେନ୍ଦ୍ରକୁ ଆଜି ଆସିଲେ ସେ ନେଇ ମୁଁ କିଛି କହିପାରିବି ନାହିଁ । କିନ୍ତୁ କେଉଁ ଦିନ କେଉଁ ବିଷୟର ପରୀକ୍ଷା ଖାତା ମୂଲ୍ୟାୟନ ହେବ ଏ ନେଇ ସମସ୍ତଙ୍କୁ ଆମେ ଅବଗତ କରାଇଥିଲୁ । ପରିବର୍ତ୍ତିତ ନିୟମ ଅନୁଯାୟୀ କମ୍‌ ସଂଖ୍ୟକ ପରୀକ୍ଷକ ଖାତା ଦେଖିବା ପାଇଁ ଆସିପାରନ୍ତି । କିନ୍ତୁ ଆମେ ସଠିକ ସମୟରେ ଖାତା ମୂଲ୍ୟାୟନ ଶେଷ କରିବା ପାଇଁ ଲକ୍ଷ ରଖିଛୁ,’’ କହିଛନ୍ତି ବୋର୍ଡ ସଭାପତି ରାମାଷିଶ ହାଜରା ।

ଆଜି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୧୦ଟା ମଧ୍ୟରେ ଖାତା ଦେଖା କେନ୍ଦ୍ର ଗୁଡିକରେ ପହଞ୍ଚିଥିଲେ ପରୀକ୍ଷକ । ସେମାନେ ପହଞ୍ଚିବା ପୂର୍ବରୁ ଅଗ୍ନିଶମ ବିଭାଗ ପକ୍ଷରୁ ଖାତା ଦେଖା କେନ୍ଦ୍ରଗୁଡିକର ପ୍ରତିଟି କକ୍ଷକୁ ସାନିଟାଇଜ୍ କରାଯାଇଥିଲା । ଖାତା ଦେଖା କେନ୍ଦ୍ରରେ ହ୍ୟାଣ୍ଡ ୱାସ୍ ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

‘‘ଆମ କେନ୍ଦ୍ରରେ ପ୍ରାୟ ଶହେ ଜଣ ପରୀକ୍ଷକ ଖାତା ଦେଖିବା ପାଇଁ ବ୍ୟବସ୍ଥା ହୋଇଛି । ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଖାତା ଦେଖିବେ । ସେମାନଙ୍କ ପାଇଁ ଆମେ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା ମଧ୍ୟ କରିଛୁ । କିନ୍ତୁ ହାଇ କୋର୍ଟଙ୍କ ନିର୍ଦ୍ଦେଶନାମା ପରେ ୧୦ କିଲୋମିଟର ଦୂରରେ ରହୁଥିବା କେହି ବି ପରୀକ୍ଷକ ଖାତା ଦେଖିବାକୁ ଆସିବେ ନାହିଁ । ତେଣୁ ସେମାନଙ୍କ ସଂଖ୍ୟା କମିଯାଇ ପାରେ,’’ କହିଛନ୍ତି ବୋର୍ଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା କେନ୍ଦ୍ର ଅଧୀକ୍ଷକ ପ୍ରଦୀପ୍ତ ବେହେରା ।

ଆଜି ସକାଳ ୧୦ଟାରେ ଖାତା ଦେଖା ଆରମ୍ଭ ହୋଇ ଅପରାହ୍ଣ ୩ଟାରେ ଶେଷ ହୋଇଛି । ‘‘ପରୀକ୍ଷା କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା ହୋଇଛି । ମୁଁ ସାନିଟାଇଜର ମଧ୍ୟ ଆଣିଛି । ଖାତା ଦେଖାରେ ଡେରି ହୋଇଛି, ହେଲେ ଏହା ଯେମିତି ର୍ନିଭୁଲ ଭାବେ ହେବ ସେଥିପ୍ରତି ମୁଁ ଧ୍ୟାନ ଦେଉଛି । ତେଣୁ ମୂଲ୍ୟାୟନ ନେଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଚିନ୍ତିତ ନ ହୁଅନ୍ତୁ,’’ କହିଛନ୍ତି ବୋର୍ଡ଼ ସ୍କୁଲକୁ ଆସିଥିବା ଜଣେ ପରୀକ୍ଷକ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 26, 2020, 3:05 PM IST
corona virus btn
corona virus btn
Loading