କରୋନାଭାଇରସ୍ ଯୋଗୁଁ ପ୍ରତି ଭକ୍ତଙ୍କୁ ଆଲିଙ୍ଗନ କରୁଥିବା କେରଳର ମାତା ଅମ୍ରିତାନନ୍ଦମୟୀଙ୍କ ଆଶ୍ରମ ବନ୍ଦ୍ ହେଲା

କେରଳର କୋଳମରେ ଥିବା ମାତା ଅମ୍ରିତାନନ୍ଦମୟୀଙ୍କ ଆଶ୍ରମକୁ ପ୍ରତି ଦିନ ପାଖାପାଖି ୩,୦୦୦ ଭକ୍ତ ଆସନ୍ତି । ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ନୋଟିସ ଆସିବା ପର୍ଯ୍ୟନ୍ତ ତାଙ୍କର ଭକ୍ତଙ୍କୁ ଦୈନନ୍ଦିନ ଦର୍ଶନ ବନ୍ଦ ରହିବ ।

କରୋନାଭାଇରସ୍ ଯୋଗୁଁ ପ୍ରତି ଭକ୍ତଙ୍କୁ ଆଲିଙ୍ଗନ କରୁଥିବା କେରଳର ମାତା ଅମ୍ରିତାନନ୍ଦମୟୀଙ୍କ ଆଶ୍ରମ ବନ୍ଦ୍ ହେଲା
ଜଣେ ଭକ୍ତଙ୍କୁ ଆଲିଙ୍ଗନ କରୁଥିବା ମାତା ଅମ୍ରିତାନନ୍ଦମୟୀ (ରଏଟର୍ସ୍‌ ଫାଇଲ୍‌ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digial

ଥିରୁଅନନ୍ତପୁରମ୍‌: ନିଜ ଭକ୍ତମାନଙ୍କୁ ଆଲିଙ୍ଗନ କରି ଆର୍ଶିବାଦ କରୁଥିବା କେରଳର ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ମାତା ଅମ୍ରିତାନନ୍ଦମୟୀ ଦେଶର ବିଭିନ୍ନ ସ୍ଥାନରେ କରୋନାଭାଇରସ୍ (COVID-୧୯) ର ସଂକ୍ରମଣ କାରଣରୁ ଓ ତାହାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଏକ ନିର୍ଦ୍ଦେଶ ଅନୁଯାୟୀ ତାଙ୍କର ଦୈନନ୍ଦିନ ଦର୍ଶନ ବନ୍ଦ କରିଦେଇଛନ୍ତି । କୋଳମରେ ଥିବା ତାଙ୍କ ଆଶ୍ରମକୁ ପ୍ରତି ଦିନ ପାଖାପାଖି ୩,୦୦୦ ଭକ୍ତ ଆସନ୍ତି । ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ନୋଟିସ ଆସିବା ପର୍ଯ୍ୟନ୍ତ ତାଙ୍କର ଦୈନନ୍ଦିନ ଦର୍ଶନ ବନ୍ଦ ରହିବ ।

‘‘ଆମେ ଆପଣଙ୍କୁ ଦୁଃଖର ସହ ଜଣାଉଛୁ ଯେ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ମାତା ଅମ୍ରିତାନନ୍ଦମୟୀ ମଠ ଉପରେ ଲାଗୁହୋଇଥିବା କେତେକ ନିର୍ଦ୍ଦିଷ୍ଟ ପ୍ରତିବନ୍ଧକ – ଯଥା ଅନିବାର୍ଯ୍ୟ ସଙ୍ଗରୋଧ (କ୍ୱାରାଣ୍ଟାଇନ୍‌), ଦୈନିକ ସ୍ବାସ୍ଥ୍ୟ ଯାଞ୍ଚ ଓ ଅନ୍ୟ ପ୍ରୋଟୋକଲ – ଯୋଗୁଁ ବର୍ତ୍ତମାନ କାହାରିକୁ ଅମ୍ରିତାପୁରୀ ଆଶ୍ରମରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଯିବ ନାହିଁ । ଏଥିରେ ଭାରତୀୟ ନାଗରିକ ତଥା ବିଦେଶୀ ପାସପୋର୍ଟଧାରୀ ଅନ୍ତର୍ଭୁକ୍ତ । ଏଥିରେ ଉଭୟ ଦିନ ଓ ରାତି ପରିଦର୍ଶନ ଅନ୍ତର୍ଭୁକ୍ତ ରହିଛି,’’ ମଠ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

ଯଦିଓ ମଠ ତରଫରୁ ପରିଦର୍ଶକମାନଙ୍କୁ ସ୍କ୍ରିନିଂ କରାଯାଉଛି, ବୁଧବାର ପର୍ଯ୍ୟନ୍ତ ଆଶ୍ରମରେ ପ୍ରବେଶ ପାଇଁ କୌଣସି ପ୍ରତିବନ୍ଧକ ନ ଥିଲା ବୋଲି ‘ଦି ହିନ୍ଦୁ’ ଖବରକାଗଜରେ ପ୍ରକାଶିତ ଏକ ଖବରରେ କୁହାଯାଇଛି । କରୋନା ଭାଇରସର ବିସ୍ତାରକୁ ରୋକିବାରେ ଶାରୀରିକ ସମ୍ପର୍କକୁ ଏଡାଇବା ଅତ୍ୟନ୍ତ ଗରୁତ୍ବପୁର୍ଣ୍ଣ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଆଶ୍ରମ କତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ ।

‘‘ଏକ ସମୟରେ ୧୫,୦୦୦ରୁ ଅଧିକ ଲୋକ ଧରୁଥିବା ଏକ ବିଶାଳ ପ୍ରାର୍ଥନା ହଲରେ ଭକ୍ତମାନେ ନିଜ ପାଳିକୁ ଅପେକ୍ଷା କରିଥାନ୍ତି । ଅମ୍ମା ପ୍ରତି ଦିନ ସକାଳ ୯ଟାରେ ତାଙ୍କ ଭକ୍ତମାନଙ୍କୁ ଦର୍ଶନ ଦେବା ଆରମ୍ଭ କରନ୍ତି ଓ ଏହା ଅଦିକାଂଶ ସମୟରେ ପାଖାପାଖି ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥାଏ । ତେଣୁ ଏଥିରେ ଥିବା ବିପଦକୁ ଧ୍ୟାନରେ ରଖି ଆମେ ସତର୍କତାମୂଳକ ପଦକ୍ଷେପ ଭାବେ ଦର୍ଶନକୁ ବାତିଲ କରିଛୁ,’’ ଆଶ୍ରମର ଜଣେ ପ୍ରତିନିଧି ‘ଦି ହିନ୍ଦୁ’ ଖବରକାଗଜକୁ କହିଛନ୍ତି ।

ମାତା ଅମ୍ରିତାନନ୍ଦମୟୀ


ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଦେଶରୁ ତଥା ଦିଲ୍ଲୀ, ରାଜସ୍ଥାନ ଓ ତେଲେଙ୍ଗାନା ଭଳି ସ୍ଥାନରୁ ଫେରୁଥିବା ଲୋକଙ୍କୁ ନିଜ ଘରେ ରହି କାହା ସାଙ୍ଗରେ ନ ମିଶିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତରେ ଏ ପର୍ଯ୍ୟନ୍ତ କରୋନା ଭଆଇରସ ସଂକ୍ରମଣର ୩୦ଟି ମାମଲା ସାମନାକୁ ଆସିବା ପରେ ସାରା ଦେଶରେ ଅଭୂତପୂର୍ବ ସତର୍କତା ଅବଲମ୍ବନ କରାଯାଇଛି । ସରକାରୀ ଓ ବୋସରକାରୀ ସଂସ୍ଥାମାନଙ୍କ ସହିତ ସାଧାରଣ ଲୋକେ ବି କୋରୋନାକୁ ନେଇ ସତର୍କ ହୋଇଛନ୍ତି । କଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ କୋରୋନାର ପ୍ରଭାବରୁ ଦୂରେଇ ରହିବା ପାଇଁ ଆରମ୍ଭ ହୋଇଯାଇଛି ଜବରଦସ୍ତ ପ୍ରସ୍ତୁତି ।

ସରକାରଙ୍କ ନିର୍ଦ୍ଦେଶ ପରେ ସାରା ଦେଶରେ ହସ୍‌ପିଟାଲଗୁଡ଼ିକରେ ଖୋଲିଛି ଆଇସୋଲେସନ ୱାର୍ଡ । ବିଭିନ୍ନ ସ୍ଥାନରେ ପ୍ରସୁତ ରହିଛନ୍ତି ମେଡିକାଲ ଦଳମାନେ । ବିମାନ ବନ୍ଦର, ଜାହାଜ ବନ୍ଦର, ରେଳ ଶ୍ଟେସନ ଓ ବସ୍‌ ଷ୍ଟାଣ୍ଡରେ ସବୁ ସମ୍ଭାବିତ ଲୋକଙ୍କର ସ୍କ୍ରିନିଂ ବି ଚାଲିଛି । ଭୁବନେଶ୍ବରରେ ବିଭିନ୍ନ ହସ୍‌ପିଟାଲ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ।

ଦିଲ୍ଲୀରେ କରୋନା ଲାଗି ସତର୍କତାମୂଳକ ପଦକ୍ଷେପ ଭାବେ ସବୁ ସ୍କୁଲରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ସହରର ସମସ୍ତ ବାୟୋମେଟ୍ରିକ ମେସିନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ରସେଲ୍‌ସରେ ହେବାକୁ ଥିବା ଭାରତ-ୟୁରୋପୀୟ ୟୁନିୟନ ବୈଠକକୁ ଘୁଞ୍ଚାଇ ଦିଆଯାଇଛି । ଏଥି ଲାଗି ପ୍ରଧାନ ମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ବି ବାତିଲ କରି ଦିଆଯାଇଛି । ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକୁ ମଧ୍ୟ ଆଲର୍ଟ କରି ଦିଆଯାଇଛି । ଇରାନରେ ମଧ୍ୟ କୌଣସି ଭାରତୀୟ ଆକ୍ରାନ୍ତ ନ ଥିବା କଥା କହିଛନ୍ତି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ।

କରୋନା ଭାଇରସର ପ୍ରକୋପ ଯୋଗୁଁ ଚୀନରୁ ଭାରତକୁ ଆମଦାନୀ ପ୍ରଭାବିତ ହୋଇଛି । ସେଠାରୁ ଆସୁଥିବା ଔଷଧର ବିକଳ୍ପ ପ୍ରସ୍ତୁତି ଉପରେ ଗୁଜରାଟରେ ବିଶେଷ ଧ୍ୟାନ ଦିଆଯାଉଛି ।
First published: March 6, 2020, 5:48 PM IST
corona virus btn
corona virus btn
Loading